ଆମେରିକାରେ ସ୍କ୍ରିନିଂ ହେବ ଓଡ଼ିଆ ଚଳଚ୍ଚିତ୍ର

ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ ପହଂଚିଛି ପୁଣି ଏକ ଓଡ଼ିଆ ଫିଲ୍ମ। ଆମେରିକାରେ ସ୍କ୍ରିନିଂ ହେବ ଓଡ଼ିଆ ଚଳଚ୍ଚିତ୍ର। ଆମେରିକା ଗ୍ଲୋବାଲ୍‌ ସିଟିଜେନ୍‌ ସ୍ମାର୍ଟଫୋନ୍‌ ସର୍ଟ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯ରେ ସ୍କ୍ରିନିଂ ହେବାକୁ ଯାଉଛି ଓଡ଼ିଆ ସର୍ଟ ଫିଲ୍ମ “ସଂଯୋଗ”। ସେପ୍ଟେମ୍ବର ୨୦ ତାରିଖରେ ଏହି ଫିଲ୍ମ ଆମେରିକା ସିକାଗୋ ସହରରେ ଥିବା ହ୍ୱିଟନ୍‌ର ବର୍ଣ୍ଣ ବୁସ୍ ଗ୍ୟାଲେରୀରେ ସ୍କ୍ରିନିଂ ହେବ। ଏହି ଫେଷ୍ଟିଭାଲ୍‌ରେ ସାମିଲ୍‌ ହେବାକୁ ଆସିଥିବା ୫୨୬ଟି ଫିଲ୍ମ ମଧ୍ୟରୁ ଚୟନକର୍ତ୍ତାମାନେ ମାତ୍ର ୩୦ଟି ଫିଲ୍ମକୁ ବାଛିଥିଲେ। […]

SANJOG

Chinmayee Roy
  • Published: Wednesday, 18 September 2019
  • , Updated: 18 September 2019, 08:35 PM IST

ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ ପହଂଚିଛି ପୁଣି ଏକ ଓଡ଼ିଆ ଫିଲ୍ମ। ଆମେରିକାରେ ସ୍କ୍ରିନିଂ ହେବ ଓଡ଼ିଆ ଚଳଚ୍ଚିତ୍ର। ଆମେରିକା ଗ୍ଲୋବାଲ୍‌ ସିଟିଜେନ୍‌ ସ୍ମାର୍ଟଫୋନ୍‌ ସର୍ଟ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯ରେ ସ୍କ୍ରିନିଂ ହେବାକୁ ଯାଉଛି ଓଡ଼ିଆ ସର୍ଟ ଫିଲ୍ମ “ସଂଯୋଗ”। ସେପ୍ଟେମ୍ବର ୨୦ ତାରିଖରେ ଏହି ଫିଲ୍ମ ଆମେରିକା ସିକାଗୋ ସହରରେ ଥିବା ହ୍ୱିଟନ୍‌ର ବର୍ଣ୍ଣ ବୁସ୍ ଗ୍ୟାଲେରୀରେ ସ୍କ୍ରିନିଂ ହେବ। ଏହି ଫେଷ୍ଟିଭାଲ୍‌ରେ ସାମିଲ୍‌ ହେବାକୁ ଆସିଥିବା ୫୨୬ଟି ଫିଲ୍ମ ମଧ୍ୟରୁ ଚୟନକର୍ତ୍ତାମାନେ ମାତ୍ର ୩୦ଟି ଫିଲ୍ମକୁ ବାଛିଥିଲେ। ଏଥିମଧ୍ୟରେ ସ୍ଥାନ ପାଇଛି ଓଡ଼ିଆ ଫିଲ୍ମ “ସଂଯୋଗ” । ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଅଶୁତୋଷ ପଟ୍ଟନାୟକ।

ଭିନ୍ନକ୍ଷମ ଝିଅ ଓ ବାପର ସମ୍ପର୍କକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ, ଭେଟେରାନ ଅଭିନେତା ସୁରେଶ ମିଶ୍ର ଓ ଏଆର୍‌ ସୁଧାଶ୍ରୀ ଅଭିନୟ କରିଛନ୍ତି । ପୂର୍ବରୁ ୨୦୧୮ରେ ‘ସଂଯୋଗ’ ଫିଲ୍ମଟି ‘ୱି କେୟାର୍‌ ଫେଷ୍ଟିଭାଲ୍‌’ରେ ସମ୍ମାନିତ ହେବା ସହିତ ବହୁ ପ୍ରଶଂସିତ ହୋଇଥିଲା। ସକ୍ଷମ ଓ ଅକ୍ଷମଙ୍କ ଭିତରେ ଭିନ୍ନତା କିଛି ନଥାଏ। କିଛିଟା ଅକ୍ଷରର ଭିନ୍ନତା ଥାଏ ଯାହାକୁ ସଜାଡ଼ି ଦେବାରେ ହିଁ ସୃଷ୍ଟି ହୁଏ ଏକ ସଂଯୋଗ। ଏହା ହିଁ ହେଉଛି ଫିଲ୍ମର ବିଷୟବସ୍ତୁ।

ଆଶୁତୋଷ, ‘ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟିଭି ଇନ୍‌ଷ୍ଟିଟ୍ୟୁଟ୍‌’ରୁ ସିନେମାଟୋଗ୍ରାଫିରେ ଡିପ୍ଲୋମା ପାସ୍ କରିଛନ୍ତି। ସେ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବା ସହିତ ଡକ୍ୟୁମେଣ୍ଟାରି ମଧ୍ୟ ତିଆରି କରିଛନ୍ତି। କେବଳ ସେତିକି ନୁହେଁ ସେ ଅନେକ ଗୀତ ବି ଲେଖିଛନ୍ତି।  ‘ସଂଯୋଗ’ ଫିଲ୍ମଟି ତାଙ୍କର ପ୍ରଥମ ଫିଲ୍ମ ନୁହେଁ । ଯାହା ବିଦେଶରେ ହେଉଥିବା ପ୍ରତିଯୋଗିତାରେ ସାମିଲ ହୋଇଛି। ଏହା ପୂର୍ବରୁ ‘ଆଇ ହାବ୍‌ ଏ ଡ୍ରିମ୍‌’, ‘ମୀରା ଏ ଭଏସ୍‌ ଫର୍‌ ଅଦର୍’  ଭଳି ଫିଲ୍ମ ଆମେରିକା, ପାନାମା, ଲେବାନନ୍‌ ଓ ତୁର୍କୀ ଭଳି ଦେଶରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ଉଚ୍ଚ ପ୍ରଶଂସିତ ହୋଇଛି। ଏଥିସହିତ ତାଙ୍କ ପ୍ରସ୍ତୁତ ‘ଶ୍ରୀକ୍ଷେତ୍ରରୁ ସାହି ଜାତ’ ଡକ୍ୟୁମେଣ୍ଟାରୀ ମଧ୍ୟ ଖୁବ୍‌ ଲୋକପ୍ରିୟ ହୋଇଥିଲା ।

https://youtu.be/PgqxUP3VTNM

Related story