Advertisment

୩ ବର୍ଷ ଗଭୀର ତପସ୍ୟାରେ ଥିଲେ ବିଜୟ ମହାନ୍ତି!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଅନ୍ୟତମ ଭେଟେରାନ୍ ଆକ୍ଟର ହେଉଛନ୍ତି ବିଜୟ ମହାନ୍ତି। ୧୯୭୭ରେ ‘ଚିଲିକା ତୀରେ’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ପାଦ ଥାପି ଥିଲେ। ୩୦୦ରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିଥିବା ବିଜୟ ମହାନ୍ତିଙ୍କ ଅଭିନୟରେ ଏକ ବିଶେଷ ଆକର୍ଷଣ ରହିଛି। ସେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଛନ୍ତି। ଆପଣମାନେ ତ ଜାଣିଥିବେ ବିଜୟ ଦିଲ୍ଲୀ ସ୍ଥିତ ନ୍ୟାଶ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମା (ଏନ୍‌ଏସ୍‌ଡି)ର ଛାତ୍ର ଥିଲେ। ଆଉ […]

author-image
Biswobandita Swain
ଅଦ୍ୟତନ ହୋଇଛି
୩ ବର୍ଷ ଗଭୀର ତପସ୍ୟାରେ ଥିଲେ ବିଜୟ ମହାନ୍ତି!

bijay

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଅନ୍ୟତମ ଭେଟେରାନ୍ ଆକ୍ଟର ହେଉଛନ୍ତି ବିଜୟ ମହାନ୍ତି। ୧୯୭୭ରେ ‘ଚିଲିକା ତୀରେ’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ପାଦ ଥାପି ଥିଲେ। ୩୦୦ରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିଥିବା ବିଜୟ ମହାନ୍ତିଙ୍କ ଅଭିନୟରେ ଏକ ବିଶେଷ ଆକର୍ଷଣ ରହିଛି। ସେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଛନ୍ତି।

Advertisment

ଆପଣମାନେ ତ ଜାଣିଥିବେ ବିଜୟ ଦିଲ୍ଲୀ ସ୍ଥିତ ନ୍ୟାଶ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମା (ଏନ୍‌ଏସ୍‌ଡି)ର ଛାତ୍ର ଥିଲେ। ଆଉ ସେଠାରେ ରାଜ୍ ବବ୍ବର, ନଶିରୁଦ୍ଦିନ୍ ଶାହ ଓ ସ୍ୱର୍ଗତ ଓମ୍‌ ପୁରୀ ପ୍ରମୁଖ ତାଙ୍କର ସହପାଠୀ ଥିଲେ। ଅଭିନୟର ବିଭିନ୍ନ ଦିଗ ପ୍ରତି ତାଙ୍କର ଶିକ୍ଷାଲାଭ କରିବାର ଏତେ ଆଗ୍ରହ ଥିଲେ ଯେ, ସେ ସେଠାରେ ଏକ ପ୍ରକାର ତପସ୍ୟା ସ୍ତରକୁ ଚାଲି ଯାଇଥିଲେ।

publive-image‘ଓଟିଭି’ର ‘ଗପସପ’ର ଏକ କାର୍ଯ୍ୟକ୍ରମରେ ଥରେ ବିଜୟ କହିଥିଲେ ଯେ, ଦିଲ୍ଲୀରେ ସେ ୩ ବର୍ଷ ରହିଥିଲେ। ଅବସର ସମୟରେ ତାଙ୍କ ସାଙ୍ଗମାନେ ଦିଲ୍ଲୀର ବିଭିନ୍ନ ସ୍ଥାନ ବୁଲିବା ପାଇଁ ଯାଉଥିଲେ। କିନ୍ତୁ ସେ କୁଆଡ଼େ ବି ବୁଲିବାକୁ ଯାଉ ନଥିଲେ। ସେହି ତିନି ବର୍ଷ ସେ ତାଙ୍କ ଶିକ୍ଷାନୁଷ୍ଠାନ ଓ ଛାତ୍ରାବାସ ଛଡ଼ା କୁଆଡ଼େ ବି ଯାଇ ନଥିଲେ କି ତୃତୀୟ ସ୍ଥାନ ଦେଖି ନଥିଲେ। ସେଠାରେ ତାଙ୍କ ପାଇଁ ପାଠପଢ଼ାର ଅର୍ଥ ଥିଲା ଗଭୀର ତପସ୍ୟା। ସେତେବେଳେ ସେ ଯେଉଁ ସାଧନା କରିଥିଲେ, ତାହା ତାଙ୍କୁ ପ୍ରସିଦ୍ଧି ଦେଇଛି ବୋଲି ବିଜୟ କହିଥିଲେ।

Advertisment

ଏନ୍‌ଏସ୍‌ଡିରେ ପଢ଼ିବା ପାଇଁ ବିଜୟଙ୍କୁ ତାଙ୍କର ଜଣେ ବଡ଼ ଭାଇ ପ୍ରସନ୍ନ ମହାନ୍ତି ପରାମର୍ଶ ଦେଇଥିଲେ। କାରଣ ସେ କଲେଜ୍‌ରେ କରିଥିବା କିଛି ଡ୍ରାମା ତାଙ୍କ ଭାଇ ଦେଖିଥିଲେ। କଲେଜରେ ଥରେ ତାଙ୍କୁ ବେଷ୍ଟ୍ ଆକ୍ଟର ପୁରସ୍କାର ବି ମିଳିଥିଲା। publive-imageସେ ସମୟରେ ବିଜୟ ଓଡ଼ିଆ ବ୍ୟତୀତ ଆଉ କିଛି ଭାଷା କହିପାରୁ ନଥିଲେ। ହିନ୍ଦୀ କିମ୍ବା ଇଂରାଜୀ ସେ କହିପାରୁ ନଥିଲେ। ତଥାପି ସାହସର ସହିତ ସାକ୍ଷାତକାର ଦେଇଥିଲେ ଓ ସେଠାରେ ପଢ଼ିବାର ସୁଯୋଗ ପାଇଥିଲେ। ସେଠାରୁ ଫେରିବା ପରେ ସେ ଗୋଟିଏ ପରେ ଗୋଟିଏ ଓଡ଼ିଆ ଫିଲ୍ମ ପାଇଥିଲେ।

ଓଡ଼ିଆ ଚଳଚ୍ଚିତ୍ରରେ ଅତୁଳନୀୟ ଯୋଗଦାନ ପାଇଁ ୨୦୧୪ ମସିହାରେ ବିଜୟ ମହାନ୍ତିଙ୍କୁ ‘ଜୟଦେବ ପୁରସ୍କାର‘ ପ୍ରଦାନ କରାଯାଇଥିଲା। ରାଜ୍ୟରେ ସିନେମା କ୍ଷେତ୍ରରେ ଏହା ହେଉଛି ସର୍ବୋଚ୍ଚ ସମ୍ମାନ। ସେହିପରି ‘ଆରତି’ (୧୯୮୧), ‘ମମତା ମାଗେ ମୂଲ’ (୧୯୮୫), ‘ଏଇ ଆମ ସଂସାର’ (୧୯୮୬), ‘ଆମ ଘର ଆମ ସଂସାର’ (୧୯୯୧), ‘ଭୀଷ୍ମ ପ୍ରତିଜ୍ଞା’ (୧୯୯୩) ଓ ‘ଭାଇ ହେଲା ଭଗାରି’ (୧୯୯୪) ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।