କପିଲଙ୍କ ମୁଣ୍ଡ ଉପରେ ଝୁଲିଲା ‌ଖଣ୍ଡା, ସୁନୀଲଙ୍କୁ ମନାଇବାକୁ ମାସେ ମହଲତ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ଏବେ ଶନିଦଶା ଚାଲିଛି। ଅଳ୍ପ କେତେ ବର୍ଷ ମଧ୍ୟରେ କମେଡି ଜଗତର ବାଦ୍‌ଶାହା ପାଲଟି ଥିବା କପିଲଙ୍କ ଆଗଭଳି ଆଉ ସେ କ୍ରେଜ୍ ନାହିଁ। ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିବା କପିଲଙ୍କ ମୁହଁରୁ ଏବେ ହସ ଲିଭିଯାଇଛି। ସୁନୀଲ ଗ୍ରୋଭର, ଚନ୍ଦନ ପ୍ରଭାକର ଓ ଅଲୀ ଅସଗର ଚାଲି ଯିବା ପରେ ତାଙ୍କ ଶୋ’ ଫିକା ପଡ଼ିଯାଇଛି। ମୁଖ୍ୟତ‍ଃ ସୁନୀଲ ଗ୍ରୋଭର ଓହରି ଯିବା ପରେ ଏହି ଶୋ’ରୁ […]

kapil-sunil

Rakesh Mallick
  • Published: Sunday, 02 April 2017
  • , Updated: 03 April 2017, 10:25 AM IST

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ଏବେ ଶନିଦଶା ଚାଲିଛି। ଅଳ୍ପ କେତେ ବର୍ଷ ମଧ୍ୟରେ କମେଡି ଜଗତର ବାଦ୍‌ଶାହା ପାଲଟି ଥିବା କପିଲଙ୍କ ଆଗଭଳି ଆଉ ସେ କ୍ରେଜ୍ ନାହିଁ। ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିବା କପିଲଙ୍କ ମୁହଁରୁ ଏବେ ହସ ଲିଭିଯାଇଛି। ସୁନୀଲ ଗ୍ରୋଭର, ଚନ୍ଦନ ପ୍ରଭାକର ଓ ଅଲୀ ଅସଗର ଚାଲି ଯିବା ପରେ ତାଙ୍କ ଶୋ’ ଫିକା ପଡ଼ିଯାଇଛି। ମୁଖ୍ୟତ‍ଃ ସୁନୀଲ ଗ୍ରୋଭର ଓହରି ଯିବା ପରେ ଏହି ଶୋ’ରୁ ଟିଆରପି ଖସିଯାଇଛି। ଏସବୁ କାରଣରୁ ଚଳିତ ମାସରେ କପିଲଙ୍କ ସହ ଯେଉଁ ୧୦୬ କୋଟି ଟଙ୍କାର ନବୀକରଣ ହେବାର ଥିଲା ତାହା ଏବେ ଝୁଲନ୍ତା ଅବସ୍ଥାରେ ରହିଛି। ଇତିମଧ୍ୟରେ ଏକ ଶୋ’ ସୁଟିଂ ହେଉଥିବା ବେଳେ ଦର୍ଶକ ନ ହସିବାରୁ ଅଧାରୁ  କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ସେପଟେ ସୋନି ଏଣ୍ଟରଟେନମେଣ୍ଟ କପିଲ ଶର୍ମାଙ୍କୁ ମାସେ ମହଲତ ଦେଇଛି।

ମାସେ ଭିତରେ ସୁନୀଲ ଗ୍ରୋଭରଙ୍କ ସହ ଛାଡ଼ିପଳାଇଥିବା ଅନ୍ୟ କାଳାକାରଙ୍କୁ ମନାଇବାକୁ ଚାପ ପକାଇଛି ସୋନି। ନଚେତ ଚୁକ୍ତି ବାତିଲ ନେଇ କପିଲଙ୍କୁ ପରୋକ୍ଷରେ ଜଣାଇଦେଇଛି ସୋନି। ସୁନୀଲ ଗ୍ରୋଭରଙ୍କୁ ଦୁର୍ବ୍ୟବହାର ପରଠାରୁ କପିଲଙ୍କ ପାଇଁ ଏମିତି ସମସ୍ୟା ବଢିବାରେ ଲାଗିଛି। ସୁନୀଲଙ୍କ ସ୍ଥାନରେ ରାଜୁ ଶ୍ରୀବାସ୍ତବ ଏବଂ ସୁନୀଲ ପାଲଙ୍କୁ ଅଣାଯାଇଥିଲେ ମଧ୍ୟ ତାହା ଫ୍ଲପ୍ ମାରିଛି। ସେପଟେ ଆଉ କୌଣସି ପରିସ୍ଥିତିରେ ଶୋ’କୁ ଫେରିବେ ନାହିଁ ବୋଲି ସୁନୀଲ ଚରମବାଣୀ  ଶୁଣାଇ ଦେଇଛନ୍ତି। ଏଭଳି ପରିସ୍ଥିତିରେ କପିଲ ତାଙ୍କୁ କେମିତି ରାଜି କରାଇବେ ତାହା ଦେଖିବାକୁ ବାକି ରହିଲା।

Related story