ସଲମାନ ଲେଖିବେନି ତାଙ୍କ ଜୀବନୀ

ମୁମ୍ବାଇ: ଏମିତି ତ ସଲମାନଙ୍କ ଜୀବନ ଏକ ଖୋଲା ବହି! କିନ୍ତୁ ସଲମାନ ପ୍ରେମୀମାନେ ଏବେବି ତାଙ୍କ ବିଷୟରେ ଅନେକ ଅଜଣା ଜିନିଷ ଜାଣିବାକୁ ବଡ଼ ଆଗ୍ରହୀ। କିନ୍ତୁ ଲାଗୁଛି ସେମାନଙ୍କର ଏହି ଇଚ୍ଛା ପୂରଣ ହୋଇପାରିବ ନାହିଁ। କାରଣ ସଲମାନ ନିଜ ବାୟୋଗ୍ରାଫି (ଜୀବନୀ) ଲେଖିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ବିଗତ ଦିନର ପ୍ରସିଦ୍ଧ ଅଭିନେତ୍ରୀ ଆଶା ପାରେଖଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ଅବସରରେ ଦବଙ୍ଗ ଖାନ୍ ଏହି କଥା […]

salman

Rakesh Mallick
  • Published: Wednesday, 12 April 2017
  • , Updated: 12 April 2017, 10:32 AM IST

ମୁମ୍ବାଇ: ଏମିତି ତ ସଲମାନଙ୍କ ଜୀବନ ଏକ ଖୋଲା ବହି! କିନ୍ତୁ ସଲମାନ ପ୍ରେମୀମାନେ ଏବେବି ତାଙ୍କ ବିଷୟରେ ଅନେକ ଅଜଣା ଜିନିଷ ଜାଣିବାକୁ ବଡ଼ ଆଗ୍ରହୀ। କିନ୍ତୁ ଲାଗୁଛି ସେମାନଙ୍କର ଏହି ଇଚ୍ଛା ପୂରଣ ହୋଇପାରିବ ନାହିଁ। କାରଣ ସଲମାନ ନିଜ ବାୟୋଗ୍ରାଫି (ଜୀବନୀ) ଲେଖିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ବିଗତ ଦିନର ପ୍ରସିଦ୍ଧ ଅଭିନେତ୍ରୀ ଆଶା ପାରେଖଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ଅବସରରେ ଦବଙ୍ଗ ଖାନ୍ ଏହି କଥା କହିଥିଲେ।

ସଲମାନ କହିଥିଲେ ଯେ ନିଜ ଜୀବନୀ ଲେଖିବା ସବୁଠାରୁ କଷ୍ଟକର। ନିଜ ବିଷୟରେ ଲେଖିବା ସବୁଠାରୁ କଷ୍ଟକର କାମ। ସେ କେବେ ବି ନିଜ ଜୀବନୀ ଲେଖିପାରିବେ ନାହିଁ।

ସଲମାନଙ୍କ ଏହି ମନ୍ତବ୍ୟ ପରେ ତାଙ୍କୁ ନେଇ ଚର୍ଚ୍ଚା ଆହୁରି ବଢ଼ିଛି। ବି-ଟାଉନ୍‌ରେ ଚର୍ଚ୍ଚା ହେଉଛି ଏମିତି କ’ଣ ସବୁ ଘଟିଛି ଯେଉଁଗୁଡ଼ିକୁ ସଲମାନ ସତ ସତ ଲେଖିପାରିବେ ନାହିଁ?

Related story