ରିଅଲ୍ ନୁହେଁ ରିଲ୍: ବିଚାରପତି ଦୀପକ ମିଶ୍ରଙ୍କ ନିର୍ଦ୍ଦେଶ, ପୂଜାରେ ବାଜି ପାରିବନି ମାଇକ୍ !

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ଗଣେଶ ପୂଜା ହେଉକି ଦଶହରା। ମେଢ଼ ଆଗରେ ଏବେ ଆଉ ଉଚ୍ଚ ସ୍ୱରରେ ବାଜିପାରିବ ନାହିଁ ମାଇକ୍ ବା ଡାକବାଜି ଯନ୍ତ୍ର। ସର୍ବସାଧାରଣରେ ମେଲୋଡି କରି ମାଇକ୍ ବଜେଇବାକୁ ଅନୁମତି ମିଳିବନି। ଏମିତିକି ବିବାହ, ବ୍ରତ ଓ ମେଳା ଆଦି ବ୍ୟକ୍ତିଗତ ବା ସାମୁହିକ ଉତ୍ସବରେ ମଧ୍ୟ ମାଇକ୍ ବଜେଇବାକୁ ଅନୁମତି ଦେବା ଆଗରୁ ପୁଲିସ ଓ ପ୍ରଶାସନ ସେ ଅଞ୍ଚଳରେ ପ୍ରଥମେ ଅନୁସନ୍ଧାନ କରିବ। କେଉଁ ପିଲାର ଆସନ୍ତାକାଲି ପରୀକ୍ଷା ଅଛିକି […]

deepakmishra

Rakesh Mallick
  • Published: Wednesday, 23 August 2017
  • , Updated: 23 August 2017, 02:05 PM IST

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ଗଣେଶ ପୂଜା ହେଉକି ଦଶହରା। ମେଢ଼ ଆଗରେ ଏବେ ଆଉ ଉଚ୍ଚ ସ୍ୱରରେ ବାଜିପାରିବ ନାହିଁ ମାଇକ୍ ବା ଡାକବାଜି ଯନ୍ତ୍ର। ସର୍ବସାଧାରଣରେ ମେଲୋଡି କରି ମାଇକ୍ ବଜେଇବାକୁ ଅନୁମତି ମିଳିବନି। ଏମିତିକି ବିବାହ, ବ୍ରତ ଓ ମେଳା ଆଦି ବ୍ୟକ୍ତିଗତ ବା ସାମୁହିକ ଉତ୍ସବରେ ମଧ୍ୟ ମାଇକ୍ ବଜେଇବାକୁ ଅନୁମତି ଦେବା ଆଗରୁ ପୁଲିସ ଓ ପ୍ରଶାସନ ସେ ଅଞ୍ଚଳରେ ପ୍ରଥମେ ଅନୁସନ୍ଧାନ କରିବ। କେଉଁ ପିଲାର ଆସନ୍ତାକାଲି ପରୀକ୍ଷା ଅଛିକି ନାହିଁ, କାହା ଘରେ କୌଣସି ରୋଗୀ ଅଛନ୍ତି କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରାଯିବ।

ଏହି ଐତିହାସିକ ରାୟ ଦେଇଛନ୍ତି ବିଚାରପତି ଦୀପକ ମିଶ୍ର। କଥାଟା ଶୁଣି ଆପଣ ଖବର କାଗଜ ଖେଳେଇବା ଆରମ୍ଭ କରିଦେବେଣି। ବିଶେଷକରି କଟକବାସୀଙ୍କର ତ ଫାକାସ ଉଡ଼ି ଯିବଣି। ଘଟଣାଟି ପୂରା ସତ, କିନ୍ତୁ ତାହା ଘଟିଛି ରିଲ୍ ଦୁନିଆରେ । ‘ତରଙ୍ଗ ସିନେ ପ୍ରଡକ୍ସନ୍ସ’ର ପୂଜା ସିନେମା ‘ହିରୋ ନମ୍ବର ଓ୍ବାନ’ର ସୁଟିଂ ସେଟରେ ଯୁବ ଓକିଲ ବାବୁସାନଙ୍କ ଶବ୍ଦ ପ୍ରଦୂଷଣ ଉପରେ ଏକ ପିଆଇଏଲର ବିଚାର କରି ଏହି ରାୟ ଦେଇଛନ୍ତି ଚଳଚ୍ଚିତ୍ରର ଅଭିନେତା ଦୀପକ ମିଶ୍ର । ‘ଲଭ୍ ପାଇଁ କୁଛ୍ ଭି କରେଗା’ ଓ ‘ତୁ ମୋ ଲଭ୍ ଷ୍ଟୋରୀ’ ସିନେମା ଦୁଇଟିରେ ତରଙ୍ଗ ସହ ଦୀପକ ମିଶ୍ର ଯୋଡ଼ି ହୋଇଥିଲେ ପ୍ରଯୋଜକ ଭାବେ। ତେବେ ଦୁଇଟି ଯାକ ଚଳଚ୍ଚିତ୍ରରେ ସେ ଦୁଇଟି ଛୋଟ ଛୋଟ ଭୂମିକାରେ ଅବତୀର୍ଣ୍ଣ ବି ହୋଇଥିଲେ। ଏବେ ‘ହିରୋ ନମ୍ବର ଓ୍ବାନ’ରେ ମଧ୍ୟ ସେ ଜଜ୍ ଭାବେ ଏକ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି। ‘ହିରୋ ନମ୍ବର ଓ୍ବାନ’ ଚଳଚ୍ଚିତ୍ରରେ ଏହିଭଳି କିଛି ଛୋଟବଡ଼ ସାଧାରଣ ଲୋକଙ୍କ ସମସ୍ୟା ସହ ଏହା ଜଡ଼ିତ ବିଭିନ୍ନ ମାମଲାର କୌତୂକପୂର୍ଣ୍ଣ ଶୁଣାଣି ଦେଖିବାକୁ ମିଳିବ।

 

Related story