ଓଡ଼ିଆ କଳାକାର ବେଙ୍ଗାଲୁରୁରେ ଯାତ୍ରା କରିପାରିବେ, ଓଡ଼ିଶାରେ ନୁହେଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳାକାର ପ୍ରସ୍ତୁତ, ମଞ୍ଚ ବି ରେଡ୍ଡି। ହେଲେ ଖୋଲୁନି ରଙ୍ଗମଞ୍ଚ। ଯାତ୍ରା ପରିବେଷଣ ପାଇଁ ଅନୁମତି ଦେଉନି ପ୍ରଶାସନ। ଯେଉଁ ରାଜ୍ୟରେ ହଜାର ହଜାର ଲୋକଙ୍କୁ ନେଇ ରାଜନୈତିକ ସମାବେଶ ଆୟୋଜନ କରାଯାଇପାରୁଛି, ସେଠି ନାଟକ ପରିବେଷଣ କରିବାକୁ କାହିଁକି ଅନୁମତି ମିଳୁନି? ରାଜ୍ୟ ସରକାରଙ୍କ ଏପରି ପକ୍ଷପାତିତା ବିରୋଧରେ ଅଭିନୟକୁ ପେସା କରି ବଞ୍ଚୁଥିବା କଳାକାର ତାତିଲେଣି। ଆଗାମୀ ଦିନରେ ମଞ୍ଚ ନଖୋଲିଲେ ୫୦,୦୦୦ରୁ ଅଧିକ କଳାକାର ରାଜରାସ୍ତାରେ ଆତ୍ମାହୂତି ଦେବେ। […]

jatra

Manoranjan Sial
  • Published: Saturday, 30 January 2021
  • , Updated: 30 January 2021, 05:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳାକାର ପ୍ରସ୍ତୁତ, ମଞ୍ଚ ବି ରେଡ୍ଡି। ହେଲେ ଖୋଲୁନି ରଙ୍ଗମଞ୍ଚ। ଯାତ୍ରା ପରିବେଷଣ ପାଇଁ ଅନୁମତି ଦେଉନି ପ୍ରଶାସନ। ଯେଉଁ ରାଜ୍ୟରେ ହଜାର ହଜାର ଲୋକଙ୍କୁ ନେଇ ରାଜନୈତିକ ସମାବେଶ ଆୟୋଜନ କରାଯାଇପାରୁଛି, ସେଠି ନାଟକ ପରିବେଷଣ କରିବାକୁ କାହିଁକି ଅନୁମତି ମିଳୁନି? ରାଜ୍ୟ ସରକାରଙ୍କ ଏପରି ପକ୍ଷପାତିତା ବିରୋଧରେ ଅଭିନୟକୁ ପେସା କରି ବଞ୍ଚୁଥିବା କଳାକାର ତାତିଲେଣି। ଆଗାମୀ ଦିନରେ ମଞ୍ଚ ନଖୋଲିଲେ ୫୦,୦୦୦ରୁ ଅଧିକ କଳାକାର ରାଜରାସ୍ତାରେ ଆତ୍ମାହୂତି ଦେବେ। ଆଜି ଏମିତି ଢ଼ଙ୍ଗରେ କଳାକାରମାନେ ନିଜ ମନର କୋହକୁ ବଖାଣିଛନ୍ତି।

ଜାନୁଆରୀ ମାସର ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର ମଞ୍ଚ ଖୋଲିବାକୁ ଅନୁମତି ଦେଇଥିଲେ। ହେଲେ ଏଥିରେ ସ୍ଥାନୀୟ ପ୍ରଶାସନର ଅନୁମତି କେଁ ରଖିଲେ ସରକାର। ଯେଉଁଥିପାଇଁ ଆୟୋଜକଙ୍କୁ ଯାତ୍ରା କରିବାକୁ ଅନୁମତି ମିଳୁନି। ଯଦି ଯାତ୍ରା କରିବାକୁ ଅନୁମତି ମିଳୁନି, ତାହାହେଲେ କାହା ପାଇଁ ଆଖଡ଼ାରେ ରିହଲ୍‌ସଲ୍‌।

ରଙ୍ଗମହଲରେ ନାୟକ ସୁବାସ ବେହେରା କହିଛନ୍ତି, “ଓଡ଼ିଶାର ସର୍ବ ପୁରାତନ କଳା ହେଉଛି ଯାତ୍ରା। ଏହି ଯାତ୍ରା ନିଜ ଗୋଡ଼ରେ ଛିଡ଼ା ହୋଇଛି। ମହାମାରୀ କରୋନା ଓଡ଼ିଶା ନୁହେଁ, ସମଗ୍ର ବିଶ୍ୱ ପାଇଁ କାଳ ହୋଇ ଆସିଥିଲା। ବର୍ତ୍ତମାନ ସବୁ ଖୋଲି ଦିଆ ଗଲାଣି। ବଡ଼ ବଡ଼ ରାଜନୈତିକ ସଭା ହେଉଛି। ଏଥିପାଇଁ ଅନୁମତି ମିଳୁଛି। ହେଲେ ଯାତ୍ରା ପାଇଁ ଅନୁମତି ମିଳୁନି। ଓଡ଼ିଶାର ଯାତ୍ରା ପାର୍ଟି ବେଙ୍ଗାଲୁରୁରେ ନାଟକ ପରିବେଷଣ କରୁଛି। ଯାତ୍ରା ପାଇଁ କର୍ଣ୍ଣାଟକ ସରକାର ଅନୁମତି ଦେଉଛନ୍ତି, ମାତ୍ର ପେଶା କରି ବଞ୍ଚୁଥିବା ଓଡ଼ିଆଙ୍କୁ ଓଡ଼ିଶାରେ ଯାତ୍ରା ପାଇଁ ଅନୁମତି ନାହିଁ। ଏହା ଅତ୍ୟନ୍ତ ଦୁଃଖର ବିଷୟ।”

ସୁବାସ ଆହୁରି କହିଛନ୍ତି-“ଓଡ଼ିଶାରେ ଯାତ୍ରାକୁ ଜୀବୀକା କରି ୫୦,୦୦୦ କଳାକାର ବଞ୍ଚୁଛନ୍ତି। ହେଲେ ବର୍ଷେ ହେବ ମଞ୍ଚ ବନ୍ଦ ରହିଥିବାରୁ ସେମାନଙ୍କ ଅର୍ଥିକ ଅବସ୍ଥା ଦୟନୀୟ ହୋଇଗଲାଣି। କଳାକାରଙ୍କ ପାଇଁ ରାଜ୍ୟ ସରକାର କିଛି ପ୍ରୋତ୍ସାହନ ଦେଇନାହାନ୍ତି। ସଂଘ ମାଧ୍ୟମରେ କଳାକାରମାନେ ନିଜର ଦାବି ଉପସ୍ଥାପନ କରିଛୁ। ହେଲେ ସରକାର ଆମ କଥା ଶୁଣୁନାହାନ୍ତି। ଓଡ଼ିଶାରେ ଯାତ୍ରା ପାଇଁ ଅନୁମତି ଦିଅନ୍ତୁ। ନହେଲେ ଖାଇବାକୁ ନପାଇ ୫୦ ହଜାର କଳାକାର ମରିଯିବେ। ଯଦି ଯାତ୍ରା ପାଇଁ ଅନୁମତି ନମିଳେ ଆଗାମୀ ଦିନରେ ରାଜ ରାସ୍ତାରେ ଯାତ୍ରା କରିବୁ, ସେହିଠାରେ ଆତ୍ମାହୂତି ଦେବୁ।”

ସୂଚନାରୁ ପ୍ରକାଶ, ରାଜ୍ୟ ସରକାର ଫେବ୍ରୁଆରୀ ମାସ ପାଇଁ ଜାରି କରିଥିବା ଗାଇଡ୍‌ଲାଇନ୍‌ରେ ମଞ୍ଚ ଖୋଲିବାକୁ ଅନୁମତି ଦିଆଯାଇଛି। ସେଥିପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଏହାର ଅର୍ଥ ପୂର୍ବପରି ରଙ୍ଗମଞ୍ଚରେ ହୋଇପାରିବ ଯାତ୍ରା। କିନ୍ତୁ କରୋନା ଗାଇଡ୍‌ଲାଇନ୍‌ ମାନିବାକୁ କୁହାଯାଇଛି।

Related story