‘ବାହୁବଲୀ-୨’ ଓ ‘ଦଙ୍ଗଲ’କୁ ପଛରେ ପକାଇଲା ‘ପଦ୍ମାବତ୍’

ମୁମ୍ବାଇ: ଅନେକ ବାଦବିବାଦ ପରେ ସଞ୍ଜୟଲୀଲା ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତ୍‌’ ଗତ ୨୫ତାରିଖରେ ରିଲିଜ୍‌ ହୋଇଛି। ଏତେ ବିରୋଧ ସତ୍ତ୍ୱେ ଫିଲ୍ମଟିକୁ ଖୁବ୍‌ ଭଲ ରେସପନ୍ସ  ମିଳିଛି। ଦେଖୁ ଦେଖୁ ଫିଲ୍ମଟି ଅନେକ ରେକର୍ଡ ନିଜ ନା’ରେ କରିଛି। ଟ୍ରେଡ୍‌ ଆନାଲିଷ୍ଟ ରମେଶ୍‌ ବାଲାଙ୍କ ଅନୁଯାୟୀ ‘ପଦ୍ମାବତ୍‌’ ରିଲିଜ୍‌ ହେବାର ୪ଦିନ ମଧ୍ୟରେ ୧୧୫ କୋଟି ଆୟକରି ୧୦୦ କୋଟି କ୍ଲବ୍‌ରେ ନିଜକୁ ସାମିଲ କରିଛି। ଫିଲ୍ମଟିକୁ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଖୁବ୍‌ ଭଲ […]

padmabat

Rakesh Mallick
  • Published: Monday, 29 January 2018
  • , Updated: 29 January 2018, 03:29 PM IST

ମୁମ୍ବାଇ: ଅନେକ ବାଦବିବାଦ ପରେ ସଞ୍ଜୟଲୀଲା ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତ୍‌’ ଗତ ୨୫ତାରିଖରେ ରିଲିଜ୍‌ ହୋଇଛି। ଏତେ ବିରୋଧ ସତ୍ତ୍ୱେ ଫିଲ୍ମଟିକୁ ଖୁବ୍‌ ଭଲ ରେସପନ୍ସ  ମିଳିଛି। ଦେଖୁ ଦେଖୁ ଫିଲ୍ମଟି ଅନେକ ରେକର୍ଡ ନିଜ ନା’ରେ କରିଛି। ଟ୍ରେଡ୍‌ ଆନାଲିଷ୍ଟ ରମେଶ୍‌ ବାଲାଙ୍କ ଅନୁଯାୟୀ ‘ପଦ୍ମାବତ୍‌’ ରିଲିଜ୍‌ ହେବାର ୪ଦିନ ମଧ୍ୟରେ ୧୧୫ କୋଟି ଆୟକରି ୧୦୦ କୋଟି କ୍ଲବ୍‌ରେ ନିଜକୁ ସାମିଲ କରିଛି।

ଫିଲ୍ମଟିକୁ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଖୁବ୍‌ ଭଲ ରେସ୍‌ପନ୍ସ ମିଳିଛି। ଉତ୍ତର ଆମେରିକା, ନ୍ୟୁଜ୍‌ ଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆରେ ‘ବାହୁବଲୀ-୨’, ‘ପିକେ’ ଓ ‘ଦଙ୍ଗଲ’ର ରେକର୍ଡ ଭାଙ୍ଗିଛି। ପ୍ରଥମ ସପ୍ତାହରେ ୩୦ କୋଟି ଟଙ୍କା ଆୟ କରି ‘ପଦ୍ମାବତ୍’ ଉତ୍ତର ଆମେରିକାରେ ସବୁଠୁ ଅଧିକ ଆୟ କରିଥିବା ଭାରତୀୟ ସିନେମା ହୋଇଛି।

ଅଷ୍ଟ୍ରେଲିଆରେ ଏହି ଫିଲ୍ମ  ପାଖାପାଖି ୮.୩୫ କୋଟି ଆୟ କରି ସବୁଠୁ ଅଧିକ ଆୟ କରିଥିବା ଭାରତୀୟ ଫିଲ୍ମ ବନିଯାଇଛି।

ନ୍ୟୁଜ୍‌ଲ୍ୟାଣ୍ଡରେ ବି ‘ପଦ୍ମାବତ୍‌’ ପ୍ରଥମ ସପ୍ତାହରେ ୧.୭୩ କୋଟି ଆୟ କରି ‘ବାହୁବଲୀ-୨’ର ରେକର୍ଡ ଭାଙ୍ଗିଛି। ଏହା ନ୍ୟୁଜ୍‌ଲ୍ୟାଣ୍ଡରେ ମଧ୍ୟ ସବୁଠୁ ଅଧିକ ଆୟ କରିଥିବା ଭାରତୀୟ ଫିଲ୍ମ ବନିଯାଇଛି।

Related story