ଚାରୋଟି ରାଜ୍ୟରେ  ରିଲିଜ୍‌ ହେବ ନାହିଁ ‘ପଦ୍ମାବତ’, ଶେଷରେ ସୁପ୍ରିମ୍‌ କୋର୍ଟଙ୍କ ଶରଣ ପଶିଲେ ନିର୍ମାତା

ମୁମ୍ୱାଇ: ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ’ ର ରିଲିଜ୍ ତାରିଖ ଘୋଷଣା ହେବା ପରେ ମଧ୍ୟ ବିବାଦ ପିଛା ଛାଡୁନାହିଁ। ଫିଲ୍ମକୁ ସେନ୍ସର ବୋର୍ଡ ଦ୍ୱାରା ଅନୁମତି ମିଳିବା ସତ୍ତ୍ୱେ ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଏହାର ରିଲିଜ୍  ଉପରେ ରୋକ୍‌ ଲଗାଯାଇଛି।  ଏହି ଚାରିଟି ରାଜ୍ୟରେ ଫିଲ୍ମକୁ ବ୍ୟାନ୍ ଘୋଷଣା କରାଯାଇଥିବାରୁ ଏହା ବିରୋଧରେ ସୁପ୍ରିମକୋର୍ଟକୁ ଯାଇଛି ପ୍ରଯୋଜନା ସଂସ୍ଥା। ଏହି ମାମଲାରେ ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ନିବେଦନ କରାଯାଇଛି […]

collage_647_100917023433_0

Rakesh Mallick
  • Published: Wednesday, 17 January 2018
  • , Updated: 17 January 2018, 02:10 PM IST

ମୁମ୍ୱାଇ: ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ’ ର ରିଲିଜ୍ ତାରିଖ ଘୋଷଣା ହେବା ପରେ ମଧ୍ୟ ବିବାଦ ପିଛା ଛାଡୁନାହିଁ। ଫିଲ୍ମକୁ ସେନ୍ସର ବୋର୍ଡ ଦ୍ୱାରା ଅନୁମତି ମିଳିବା ସତ୍ତ୍ୱେ ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଏହାର ରିଲିଜ୍  ଉପରେ ରୋକ୍‌ ଲଗାଯାଇଛି।  ଏହି ଚାରିଟି ରାଜ୍ୟରେ ଫିଲ୍ମକୁ ବ୍ୟାନ୍ ଘୋଷଣା କରାଯାଇଥିବାରୁ ଏହା ବିରୋଧରେ ସୁପ୍ରିମକୋର୍ଟକୁ ଯାଇଛି ପ୍ରଯୋଜନା ସଂସ୍ଥା। ଏହି ମାମଲାରେ ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ନିବେଦନ କରାଯାଇଛି । ଆସନ୍ତାକାଲି ସର୍ବୋଚ୍ଚ କୋର୍ଟ ଏହି ମାମଲାର ଶୁଣାଣି କରିବେ।  ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କା କରି ୪ଟି ରାଜ୍ୟର ସରକାର ଫିଲ୍ମର ରିଲିଜ୍ ଉପରେ କଟକଣା ଜାରି କରିଛନ୍ତି । ସାରା ଦେଶରେ ଆସନ୍ତା ୨୫ ତାରିଖରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘ପଦ୍ମାବତ’।

 

Related story