‘ପଦ୍ମାବତୀ’ ରିଲିଜ ନେଇ ବିବାଦ ତେଜୁଛି: କ୍ଷତି ଆଶଙ୍କାରେ ୧୬୦ କୋଟି ଟଙ୍କା ବୀମା କଲେ ନିର୍ଦ୍ଦେଶକ

ମୁମ୍ୱାଇ: ଡିସେମ୍ୱର ୧ ତାରିଖରେ ରିଲିଜ ହେବ ବିଗ୍‌ବଜେଟ୍‌ ଫିଲ୍ମ ‘ପଦ୍ମାବତୀ’। ଏହା ପୂର୍ବରୁ ଏହି ଫିଲ୍ମକୁ ବୀମା ଭୁକ୍ତ କରାଯିବା ନେଇ ଆଲୋଚନା ଜୋର ଧରିଛି। ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ଲିଲା ଭନ୍‌ସାଳି ୧୬୦ କୋଟି ଟଙ୍କାର ବୀମା କରିଛନ୍ତି। ଐତିହାସିକ ପୃଷ୍ଠଭୂମି ଉପରେ ପର୍ଯ୍ୟବେଶିତ ଫିଲ୍ମ ହେଉଛି ‘ପଦ୍ମାବତୀ’। ଏହାର ନିର୍ମାଣ ଆରମ୍ଭ ହେବା ଦିନରୁ ବିବାଦ ଦେଖାଦେଉଛି। ରିଲିଜ୍‌ ସମୟ ଯେତେ ପାଖେଇ ଆସୁଛି, ବିବାଦ ସେତେ ବଢ଼ିବାରେ ଲାଗିଛି। ସେହି ଦୃଷ୍ଟିରୁ […]

Padmavati-Look

Rakesh Mallick
  • Published: Saturday, 04 November 2017
  • , Updated: 04 November 2017, 10:55 PM IST

ମୁମ୍ୱାଇ: ଡିସେମ୍ୱର ୧ ତାରିଖରେ ରିଲିଜ ହେବ ବିଗ୍‌ବଜେଟ୍‌ ଫିଲ୍ମ ‘ପଦ୍ମାବତୀ’। ଏହା ପୂର୍ବରୁ ଏହି ଫିଲ୍ମକୁ ବୀମା ଭୁକ୍ତ କରାଯିବା ନେଇ ଆଲୋଚନା ଜୋର ଧରିଛି। ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ଲିଲା ଭନ୍‌ସାଳି ୧୬୦ କୋଟି ଟଙ୍କାର ବୀମା କରିଛନ୍ତି।

ଐତିହାସିକ ପୃଷ୍ଠଭୂମି ଉପରେ ପର୍ଯ୍ୟବେଶିତ ଫିଲ୍ମ ହେଉଛି ‘ପଦ୍ମାବତୀ’। ଏହାର ନିର୍ମାଣ ଆରମ୍ଭ ହେବା ଦିନରୁ ବିବାଦ ଦେଖାଦେଉଛି। ରିଲିଜ୍‌ ସମୟ ଯେତେ ପାଖେଇ ଆସୁଛି, ବିବାଦ ସେତେ ବଢ଼ିବାରେ ଲାଗିଛି। ସେହି ଦୃଷ୍ଟିରୁ ପ୍ରଯୋଜନା ସଂସ୍ଥା ଫିଲ୍ମର ବୀମା କରିଥିବା ଅନୁମାନ କରାଯାଉଛି। ବୀମା ପଲିସି ଅନୁସାରେ ଯଦି ‘ପଦ୍ମାବତୀ’ ଫିଲ୍ମର ରିଲିଜ ପରେ ଟିକେଟ୍ ବିକ୍ରିକୁ ନେଇ ବିରୋଧ ହୁଏ ବା କୌଣସି ବିବାଦ ଦେଖାଦିଏ, ତାହେଲେ ଏହାର କ୍ଷତି ଭରଣା କରାଯିବ।

ଜୟପୁରରେ ସିନେମା ହଲ୍‌ରେ ଫିଲ୍ମ ବଣ୍ଟନ ପାଇଁ ଏପର୍ଯ୍ୟନ୍ତ କୌଣସି ଡିଷ୍ଟ୍ରିବ୍ୟୁଟରଙ୍କୁ ନିଯୁକ୍ତି ଦିଆଯାଇନାହଁ। ହଲ ମାଲିକଙ୍କୁ ଫିଲ୍ମ ନ ଆଣିବାକୁ ଧମକ ମଧ୍ୟ ଦିଆଯାଉଥିବା ଆଲୋଚନା ହେଉଛି।

Related story