ପଦ୍ମାବତୀକୁ ନେଇ ଥମୁନି ଅସନ୍ତୋଷ : ଫିଲ୍ମ ରିଲିଜ ପାଇଁ ଅନୁମତି ନ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ମୁମ୍ବାଇ: ସଞ୍ଜୟ ଲୀଲା ଭନସାଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ପଦ୍ମାବତୀକୁ ନେଇ ପିଛା ଛାଡୁନି ବିବାଦ।  ରିଲିଜ କରାଇ ନ ଦେବାକୁ ଅଡ଼ି ବସିଛନ୍ତି କରଣୀ ସେନା ସମେତ ବିଭିନ୍ନ ସଂଗଠନ।  ରାଜସ୍ଥାନରୁ ଆରମ୍ଭ ହୋଇଥିବା ବିକ୍ଷୋଭ ସାରା ଦେଶକୁ ବ୍ୟାପିଲାଣିା ସୁରଟ, ଗାନ୍ଧିନଗର ସମେତ ମୁମ୍ବାଇରେ ବିରୋଧ ପ୍ରଦର୍ଶନ କରାଯାଇଛି।  ମରିବେ ପଛେ ଫିଲ୍ମ ରିଲିଜ କରାଇ ଦେବେନି ବୋଲି କହିଛନ୍ତି । ସେପଟେ ଫିଲ୍ମ ଉପରେ ରୋକ୍ ଲଗାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ମେୱାର […]

padmavati-1

Rakesh Mallick
  • Published: Sunday, 12 November 2017
  • , Updated: 12 November 2017, 09:40 PM IST

ମୁମ୍ବାଇ: ସଞ୍ଜୟ ଲୀଲା ଭନସାଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ପଦ୍ମାବତୀକୁ ନେଇ ପିଛା ଛାଡୁନି ବିବାଦ।  ରିଲିଜ କରାଇ ନ ଦେବାକୁ ଅଡ଼ି ବସିଛନ୍ତି କରଣୀ ସେନା ସମେତ ବିଭିନ୍ନ ସଂଗଠନ।  ରାଜସ୍ଥାନରୁ ଆରମ୍ଭ ହୋଇଥିବା ବିକ୍ଷୋଭ ସାରା ଦେଶକୁ ବ୍ୟାପିଲାଣିା ସୁରଟ, ଗାନ୍ଧିନଗର ସମେତ ମୁମ୍ବାଇରେ ବିରୋଧ ପ୍ରଦର୍ଶନ କରାଯାଇଛି।  ମରିବେ ପଛେ ଫିଲ୍ମ ରିଲିଜ କରାଇ ଦେବେନି ବୋଲି କହିଛନ୍ତି । ସେପଟେ ଫିଲ୍ମ ଉପରେ ରୋକ୍ ଲଗାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ମେୱାର ରାଜ ପରିବାର ତେବେ ଏଭଳି ବିକ୍ଷୋଭ ଓ ବିରୋଧକୁ ନାପସନ୍ଦ କରିଛନ୍ତି ରାଜନେତା ଓ ସ୍ୱେଚ୍ଛାସେବୀ। ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ ଇତିହାସକୁ କଦର୍ଥ କରିଛନ୍ତି । ପଦ୍ମାବତୀ ଚରିତ୍ରକୁ କଦର୍ଥ କରିଛନ୍ତି। ତେଣୁ ମରିଯିବେ ପଛେ ଫିଲ୍ମ ରିଲିଜ କରିବାକୁ ଦେବେନି ବୋଲି ଚେତାବନୀ ଦେଇଛନ୍ତି ॥

ମୁମ୍ବାଇରେ ବି ଦେଖିବାକୁ ମିଳିଛି ଅନୁରୂପ ବିକ୍ଷୋଭ।  ଅଖଣ୍ଡ ରାଜପୁତାନା ସେବାସଂଘର ୧୫ ଜଣ ସଦସ୍ୟଙ୍କୁ ପୋଲିସ ଅଟକ ରଖିଛି । ସେପଟେ ଫିଲ୍ମକୁ ରିଲିଜ ପାଇଁ ଅନୁମତି ନ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ଓ ସେନସର ବୋର୍ଡକୁ ଚିଠି ଲେଖିଛନ୍ତି।  ମେଓ୍ୱାର ରାଜପରିବାର ରାଣୀ ପଦ୍ମାବତୀ ମେଓ୍ୱାର ରାଜପରିବାରର।  ତେଣୁ ଫିଲ୍ମ ନିର୍ମାଣ ପୂର୍ବରୁ ନିର୍ଦ୍ଦେଶକ ଭନସାଲି ସେମାନଙ୍କ ସହ ଆଦୌ କଥାବାର୍ତ୍ତା ହୋଇନାହାନ୍ତି । ଏଥିରେ ଇତିହାସକୁ କଦର୍ଥ କରାଯାଇଥିବାରୁ ଏହା ଆଗାମୀ ପିଢ଼ୀକୁ ପ୍ରଭାବିତ କରିବ ବୋଲି ଚିଠିରେ ଲେଖା ହୋଇଛି।

ତେବେ ଏଭଳି ବିରୋଧକୁ ନାପସନ୍ଦ କରିଛନ୍ତି ସ୍ୱେଚ୍ଛାସେବୀ ଓ ରାଜନେତା ।  ଡିସେମ୍ବର ୧ରେ ରିଲିଜ ହେବ ଫିଲ୍ମ ପଦ୍ମାବତୀ । ଏଥିରେ ହସ୍ତକ୍ଷେପ କରିବାକୁ ପୂର୍ବରୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ଫିଲ୍ମରେ ପଦ୍ମାବତୀ ଚରିତ୍ରକୁ କୌଣସି ପ୍ରକାର କଦର୍ଥ କରାଯାଇ ନ ଥିବା ନିର୍ଦ୍ଦେଶକ ଭନସାଲି ମଧ୍ୟ ଭିଡିଓରେ ସ୍ପଷ୍ଚୀକରଣ ଦେଇ ସାରିଛନ୍ତି । କିନ୍ତୁ ତଥାପି ବିବାଦ ଥମିବାର ନା ନେଉନି।

Related story