‘ପଦ୍ମାବତ୍‌’କୁ ଜବରଦସ୍ତ ରେସ୍‌ପନ୍ସ, ଜାଣନ୍ତୁ ପ୍ରଥମ ଦିନ ରୋଜଗାର କେତେ ?

ମୁମ୍ବାଇ: ବିବାଦୀୟ ଫିଲ୍ମ ‘ପଦ୍ମାବତ’ ଅନେକ ଘାତ ପ୍ରତିଘାତ ପରେ ୨୫ ଜାନୁଆରୀକୁ ସାରା ଦେଶରେ ରିଲିଜ୍‌ ହୋଇଛି। ରିଲିଜ୍‌ ହେବା ପରେ ବକ୍ସ ଅଫିସ୍‌ରେ ଧମାଲ ମଚାଇବା ଆରମ୍ଭ କରିଛି ଏହି ଫିଲ୍ମ। ପ୍ରଥମ ଦିନରେ ‘ପଦ୍ମାବତ’ ୧୮ କୋଟି ଟଙ୍କା ରୋଜଗାର କରିଛି। ଫିଲ୍ମ ଟ୍ରେଡ୍‌ ଆକଳନ କରୁଥିବା ରମେଶ ବାଲାଙ୍କ ଅନୁସାରେ କେବଳ ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ଫିଲ୍ମକୁ ଜବରଦସ୍ତ ରେସ୍‌ପନ୍ସ ମିଳିଛି। ‘ପଦ୍ମାବତ’ ଆମେରିକା ଓ କାନାଡାରେ ୩ […]

padmawat

Rakesh Mallick
  • Published: Friday, 26 January 2018
  • , Updated: 26 January 2018, 12:23 PM IST

ମୁମ୍ବାଇ: ବିବାଦୀୟ ଫିଲ୍ମ ‘ପଦ୍ମାବତ’ ଅନେକ ଘାତ ପ୍ରତିଘାତ ପରେ ୨୫ ଜାନୁଆରୀକୁ ସାରା ଦେଶରେ ରିଲିଜ୍‌ ହୋଇଛି। ରିଲିଜ୍‌ ହେବା ପରେ ବକ୍ସ ଅଫିସ୍‌ରେ ଧମାଲ ମଚାଇବା ଆରମ୍ଭ କରିଛି ଏହି ଫିଲ୍ମ। ପ୍ରଥମ ଦିନରେ ‘ପଦ୍ମାବତ’ ୧୮ କୋଟି ଟଙ୍କା ରୋଜଗାର କରିଛି। ଫିଲ୍ମ ଟ୍ରେଡ୍‌ ଆକଳନ କରୁଥିବା ରମେଶ ବାଲାଙ୍କ ଅନୁସାରେ କେବଳ ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ଫିଲ୍ମକୁ ଜବରଦସ୍ତ ରେସ୍‌ପନ୍ସ ମିଳିଛି। ‘ପଦ୍ମାବତ’ ଆମେରିକା ଓ କାନାଡାରେ ୩ କୋଟି କମେଇଛି। ଅଷ୍ଟ୍ରେଲିଆରେ ୧.୮ କୋଟି ଓ ୟୁଏଇରେ ୨.୪ କୋଟି ଟଙ୍କା କମେଇଛି।

ସଞ୍ଜୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ସୁଟିଂ ଆରମ୍ଭରୁ ବିବାଦ ଘେରାରେ ରହିଛି। ରିଲିଜ୍‌ ପରେ ବି ତାକୁ ନେଇ ବିବାଦ ଥମିନି। ଦେଶରେ ୩୫ ପ୍ରତିଶତ ସିନେମା ଘରେ ଏହା ରିଲିଜ୍‌ ହୋଇପାରିନାହିଁ। ଏହାସତ୍ତ୍ୱେ ଫିଲ୍ମଟି ପ୍ରଥମ ଦିନରେ ଭଲ ବ୍ୟବସାୟ କରିଛି।

‘ପଦ୍ମାବତ’ ପୂରା ଦେଶରେ ରିଲିଜ୍‌ କରାଯିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ୱେ ମଧ୍ୟପ୍ରେଶ, ରାଜସ୍ଥାନ, ଗୁଜରାଟ ଓ ଗୋଆରେ ଏହା ରିଲିଜ୍‌ ହୋଇପାରିନାହିଁ।

Related story