ରିଲିଜ ହେଲା ପଦ୍ମାବତୀର ପ୍ରଥମ ଗୀତ ‘ଘୁମର’

ଆଜି ରିଲିଜ୍ ହୋଇଛି ସଞ୍ଜୟ ଲିଲା ଭଂସାଲିଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ପଦ୍ମାବତୀ’ର ପ୍ରଥମ ଗୀତ। ପ୍ରଥମ ପୋଷ୍ଟର ପରି ଗୀତରେ ମଧ୍ୟ ଦୀପିକା ନଜର ଆସୁଛନ୍ତି। ‘ଘୁମର’ ଟାଇଟଲ୍ ଥିବା ଏହି ଗୀତରେ ଦୀପିକା ପାଦୁକୋନଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଛି। ଏହି ଡ୍ୟାନ୍ସରେ ଦୀପିକା ଅଧିକ ଗହଣା ଏବଂ ଓଜନିଆ ଶାଢୀ ପିନ୍ଧିଛନ୍ତି। ଗୀତରେ ସେ ଲୋକନୃତ୍ୟ ଘୁମର କରୁଛନ୍ତି। ଏଥିପାଇଁ ସେ ବହୁ ପରିଶ୍ରମ କରିଥିବା ଦୀପିକା କହିଛନ୍ତି। ଗୀତର ରିଲିଜ ପୂର୍ବରୁ ହିଁ ଭଂଶାଲୀ […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 10:31 PM IST

ଆଜି ରିଲିଜ୍ ହୋଇଛି ସଞ୍ଜୟ ଲିଲା ଭଂସାଲିଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ପଦ୍ମାବତୀ’ର ପ୍ରଥମ ଗୀତ। ପ୍ରଥମ ପୋଷ୍ଟର ପରି ଗୀତରେ ମଧ୍ୟ ଦୀପିକା ନଜର ଆସୁଛନ୍ତି। ‘ଘୁମର’ ଟାଇଟଲ୍ ଥିବା ଏହି ଗୀତରେ ଦୀପିକା ପାଦୁକୋନଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଛି। ଏହି ଡ୍ୟାନ୍ସରେ ଦୀପିକା ଅଧିକ ଗହଣା ଏବଂ ଓଜନିଆ ଶାଢୀ ପିନ୍ଧିଛନ୍ତି। ଗୀତରେ ସେ ଲୋକନୃତ୍ୟ ଘୁମର କରୁଛନ୍ତି। ଏଥିପାଇଁ ସେ ବହୁ ପରିଶ୍ରମ କରିଥିବା ଦୀପିକା କହିଛନ୍ତି।

ଗୀତର ରିଲିଜ ପୂର୍ବରୁ ହିଁ ଭଂଶାଲୀ ପ୍ରଡକ୍ସନ୍ ହାଉସ୍‌ର ଏକ ଫ୍ୟାନ୍‌ ପେଜରେ ଏହାର କିଛି ସିନ୍ ଛଡାଯାଇଥିଲା। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଘୁମର ଏକ ରାଜସ୍ଥାନୀ ଡ୍ୟାନ୍ସ ଫର୍ମ। ଯେଉଁ ଥିରେ କି ରାଜପୁତ ମହିଳାମାନେ ଗୋଲେଇ ହୋଇ ଏକାଠି ନାଚିଥାନ୍ତି। ମୁଖ୍ୟତଃ ନବ ବଧୂକୁ ଶାଶୁଘରେ ସ୍ୱାଗତ କରିବା ସମୟରେ ଏମିତି ନାଚ ଦେଖିବାକୁ ମିଳିଥାଏ। ଗୀତରେ ତାଙ୍କୁ ୬୬ ଥର ଘୂରିବାକୁ ପଡିଥିବା କହିଚନ୍ତି ଦୀପିକା। ଏଥିପାଇଁ ଦୀପିକାଙ୍କୁ ଘୁମର ନୃତ୍ୟ ବିଶେଷଜ୍ଞ ଜ୍ୟୋତି ଡି ତିମର୍‌ ସ୍ପେଶାଲ ଟ୍ରେନିଂ ଦେଇଥିଲେ।

Related story