ହଲ୍‌କୁ ଆସିବ ‘ପଦ୍ମାବତୀ’, ହେଲେ...

ନୂଆଦିଲ୍ଲୀ: ସଞ୍ଜୟ ଲୀଲା ଭଂଶାଲୀଙ୍କ ପାଇଁ ଏହା ଖୁସି ଖବର ହୋଇପାରେ। ସେନ୍‌ସର ବୋର୍ଡ ‘ପଦ୍ମାବତୀ’କୁ କ୍ଲିୟରାନ୍ସ ସାର୍ଟିଫିକେଟ୍ ଦେବା ନେଇ ପ୍ରକ୍ରିୟାର ଆରମ୍ଭ କରିଛି। ଗତକାଲି ହୋଇଥିବା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମିଡିଆ ରିପୋର୍ଟ ମୁତାବକ ସେନ୍‌ସର ବୋର୍ଡ ‘ପଦ୍ମାବତୀ’ ଫିଲ୍ମକୁ U/A ସାର୍ଟିଫିକେଟ୍ ଦେବା ନେଇ ବିଚାର କରିଛି। ଏହାର ଅର୍ଥ ଏହି ଫିଲ୍ମକୁ ୧୨ ବର୍ଷରୁ କମ୍ ବୟସର ପିଲାମାନେ ବାପାମା’ଙ୍କ ଅନୁମତି ନେଇ ଏହି ଫିଲ୍ମ ଦେଖିପାରିବେ। ସେନ୍‌ସର […]

padmavati

Rakesh Mallick
  • Published: Saturday, 30 December 2017
  • , Updated: 30 December 2017, 02:58 PM IST

ନୂଆଦିଲ୍ଲୀ: ସଞ୍ଜୟ ଲୀଲା ଭଂଶାଲୀଙ୍କ ପାଇଁ ଏହା ଖୁସି ଖବର ହୋଇପାରେ। ସେନ୍‌ସର ବୋର୍ଡ ‘ପଦ୍ମାବତୀ’କୁ କ୍ଲିୟରାନ୍ସ ସାର୍ଟିଫିକେଟ୍ ଦେବା ନେଇ ପ୍ରକ୍ରିୟାର ଆରମ୍ଭ କରିଛି। ଗତକାଲି ହୋଇଥିବା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ମିଡିଆ ରିପୋର୍ଟ ମୁତାବକ ସେନ୍‌ସର ବୋର୍ଡ ‘ପଦ୍ମାବତୀ’ ଫିଲ୍ମକୁ U/A ସାର୍ଟିଫିକେଟ୍ ଦେବା ନେଇ ବିଚାର କରିଛି। ଏହାର ଅର୍ଥ ଏହି ଫିଲ୍ମକୁ ୧୨ ବର୍ଷରୁ କମ୍ ବୟସର ପିଲାମାନେ ବାପାମା’ଙ୍କ ଅନୁମତି ନେଇ ଏହି ଫିଲ୍ମ ଦେଖିପାରିବେ।

ସେନ୍‌ସର ବୋର୍ଡ ଫିଲ୍ମର ନାଁ ଉପରେ ଆପତ୍ତି ଉଠାଇଛି। ଫିଲ୍ମଟିର ନାଁ ‘ପଦ୍ମାବତୀ’ ବଦଳରେ ‘ପଦ୍ମାବତୀ’ ରଖିବାକୁ ବୋର୍ଡ ପରାମର୍ଶ ଦେଇଛି। ଏହା ପୂର୍ବରୁ ସେନ୍‌ସର ବୋର୍ଡ ‘ପଦ୍ମାବତୀ’ ଫିଲ୍ମକୁ ଦେଖିବା ପାଇଁ ଜୟପୁରର ଦୁଇ ଜଣ ବିଶିଷ୍ଟ ଐତିହାସିକଙ୍କୁ ଆମନ୍ତ୍ରଣ କରିଥିଲେ ଏବଂ ସେମାନଙ୍କ ମତାମତ ଲୋଡ଼ିଥିଲେ।

ତେବେ ମିଳିଥିବା ଖବର ମୁତାବକ ରାଜସ୍ଥାନର କରଣୀ ସେନା ପକ୍ଷରୁ କୁହାଯାଇଛି ଯେ କୌଣସି ସ୍ଥିତିରେ ଫିଲ୍ମଟିକୁ ରିଲିଜ୍ ହେବାକୁ ଦିଆଯିବ ନାହିଁ। ଭଂଶାଲୀ ଇତିହାସକୁ ବିଦ୍ରୁପ କରିଥିବା ନେଇ ଅଭିଯୋଗ ହୋଇଛି।

ବିବାଦ କେଉଁଠି?

କରଣୀ ସେନା ସମେତ କିଛି ସଂଗଠନ ଅଭିଯୋଗ କରିଛନ୍ତି ଯେ ଫିଲ୍ମରେ ଆଲ୍ଲାଉଦ୍ଦୀନ ଖିଲଜୀଙ୍କ ଚରିତ୍ରକୁ ମହିମାମଣ୍ଡିତ କରାଯାଇଛି। ଏହା ସହିତ ଖିଲଜୀ ଓ ରାଣୀ ପଦ୍ମାବତୀଙ୍କ ମଧ୍ୟରେ ଏକ ଡ୍ରିମ୍ ସିକ୍ୱେନ୍ସ ରହିଛି। ଘୂମର ନୃତ୍ୟରେ ବି ରାଜପୁତ ସମାଜକୁ ଭୁଲ ଚିତ୍ରଣ କରାଯାଇଛି ବୋଲି ଅଭିଯୋଗ ହୋଇଛି। କୁହାଯାଇଛି ପୁରୁଷଙ୍କ ସମ୍ମୁଖରେ ରାଣୀମାନେ ନାଚନ୍ତି ନାହିଁ।

 

Related story