ମୁହଁ ଖୋଲିଲେ ଦୀପିକା: କହିଲେ, ‘ପଦ୍ମାବତୀ’ର ରିଲିଜ୍‌କୁ କେହି ଅଟକାଇ ପାରିବେନି

ମୁମ୍ବାଇ: ସଞ୍ଜୟଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ ଜାରି ରହିଛି। ଦେଶ ସାରା ଏହାକୁ ବିରୋଧ କରାଯାଉଛି। ଫିଲ୍ମଟିକୁ ରିଲିଜ୍‌ ହେବାକୁ ଅନୁମତି ନଦେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଫିଲ୍ମର ହିରୋଇନ୍‌ ଦୀପିକା ପାଦୁକୋନ୍‌। ସେ କହିଛନ୍ତି, “ଫିଲ୍ମଟି ରିଲିଜ୍‌ ହେବା ନିହାତି ଜରୁରୀ। ରିଲିଜ୍‌ ହେବାରୁ ଏହାକୁ କେହି ବି ଅଟକାଇ ପାରିବେନି। ଏହି ଫିଲ୍ମର ଅଂଶ ହୋଇ ଏହି କାହାଣୀକୁ ଦୁନିଆକୁ […]

padmavati

Rakesh Mallick
  • Published: Wednesday, 15 November 2017
  • , Updated: 15 November 2017, 12:04 PM IST

ମୁମ୍ବାଇ: ସଞ୍ଜୟଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ ଜାରି ରହିଛି। ଦେଶ ସାରା ଏହାକୁ ବିରୋଧ କରାଯାଉଛି। ଫିଲ୍ମଟିକୁ ରିଲିଜ୍‌ ହେବାକୁ ଅନୁମତି ନଦେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଫିଲ୍ମର ହିରୋଇନ୍‌ ଦୀପିକା ପାଦୁକୋନ୍‌। ସେ କହିଛନ୍ତି, “ଫିଲ୍ମଟି ରିଲିଜ୍‌ ହେବା ନିହାତି ଜରୁରୀ। ରିଲିଜ୍‌ ହେବାରୁ ଏହାକୁ କେହି ବି ଅଟକାଇ ପାରିବେନି। ଏହି ଫିଲ୍ମର ଅଂଶ ହୋଇ ଏହି କାହାଣୀକୁ ଦୁନିଆକୁ ଦେଖାଇବା ମୋ ପାଇଁ ଏକ ଗର୍ବର କଥା। ଏହା ଏମିତି ଏକ କାହଣୀ ଯାହା ସମସ୍ତେ ଜାଣିବା ଦରକାର ବୋଲି ମୁଁ ଭାବୁଛି।”

ଦୀପିକା କହିଛନ୍ତି, “ଯୁଗ କେତେ ବଦଳିଲାଣି। ତଥାପି ଆଶ୍ଚର୍ଯ୍ୟ ଲାଗୁଛି ଆମ ଚିନ୍ତାଧାରା ଏଯାଏଁ ବଦଳିନି। ଆଧୁନିକ ହେଲେ ମଧ୍ୟ ଚିନ୍ତାଧାରା ଆହୁରି ପଛକୁ ପଛକୁ ଚାଲି ଯାଉଛି।”

ଡିସେମ୍ବର ୧ରେ ଫିଲ୍ମଟି ରିଲିଜ ହେବାର ଅଛି।

Related story