ପ୍ରିୟଙ୍କାଙ୍କ ପ୍ରସଙ୍ଗରେ ପାକିସ୍ତାନକୁ ଝଟକା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାକୁ ସମସ୍ତ ପ୍ରୟାସ କରିବା ପରେ ପାକିସ୍ତାନ ଜାତିଂଘର ‘ଗୁଡ୍‌ୱିଲ୍‌ ଆମ୍ବାସଡର୍‌ ଫର୍ ପିସ୍‌’ ପଦରେ ଥିବା ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପଛରେ ପଡ଼ିଯାଇଛି। ହେଲେ ଏ ପ୍ରସଙ୍ଗରେ ବି ପାକିସ୍ତାନକୁ ଝଟକା ଲାଗିଛି। ଉକ୍ତ ପଦରୁ ପ୍ରିୟଙ୍କାଙ୍କୁ ହଟାଇବାକୁ ପାକିସ୍ତାନ ଦାବି କରିଥିବା ବେଳେ ଜାତିସଂଘ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରି ଦିଆଯାଇଛି। ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁଟେରେସ୍‌ଙ୍କ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍‌ କହିଛନ୍ତି,“ଗୁଡ୍‌ୱିଲ୍ ଆମ୍ବାସଡର୍‌ ବ୍ୟକ୍ତିଗତ ଭାବେ […]

priyanka1

priyanka1

Jitendra Garnayak
  • Published: Friday, 23 August 2019
  • Updated: 23 August 2019, 01:19 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାକୁ ସମସ୍ତ ପ୍ରୟାସ କରିବା ପରେ ପାକିସ୍ତାନ ଜାତିଂଘର ‘ଗୁଡ୍‌ୱିଲ୍‌ ଆମ୍ବାସଡର୍‌ ଫର୍ ପିସ୍‌’ ପଦରେ ଥିବା ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପଛରେ ପଡ଼ିଯାଇଛି। ହେଲେ ଏ ପ୍ରସଙ୍ଗରେ ବି ପାକିସ୍ତାନକୁ ଝଟକା ଲାଗିଛି। ଉକ୍ତ ପଦରୁ ପ୍ରିୟଙ୍କାଙ୍କୁ ହଟାଇବାକୁ ପାକିସ୍ତାନ ଦାବି କରିଥିବା ବେଳେ ଜାତିସଂଘ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରି ଦିଆଯାଇଛି।

ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁଟେରେସ୍‌ଙ୍କ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍‌ କହିଛନ୍ତି,“ଗୁଡ୍‌ୱିଲ୍ ଆମ୍ବାସଡର୍‌ ବ୍ୟକ୍ତିଗତ ଭାବେ କୌଣସି ପ୍ରସଙ୍ଗରେ ମତ ରଖପାରିବେ। ଏହା ସେମାନଙ୍କର ବ୍ୟକ୍ତିଗତ ଅଧିକାରୀ। ତାଙ୍କର ନିଜର ବି କିଛି ରୁଚି ଓ ପସନ୍ଦ, ନାପସନ୍ଦ ଅଛି। ତାଙ୍କର ବ୍ୟକ୍ତିଗତ ବିଚାର ଓ କାର୍ଯ୍ୟକଳାପ ୟୁନିସେଫ୍‌କୁ ପ୍ରଭାବିତ କରେ ନାହିଁ। ତେବେ ଯେତେବେଳେ ସେମାନେ ଜାତିସଂଘ ପକ୍ଷରୁ କୌଣସି ମତ ରଖନ୍ତି, ସେତେବେଳେ ଆଶା କରାଯାଏ ଯେ ସେ ନିରପକ୍ଷ ଭାବେ ତାହା କରିବେ।”

ଆମେରିକାରେ ଏକ କାର୍ଯ୍ୟକ୍ରମରେ ଜଣେ ପାକିସ୍ତାନୀ ଯୁବତୀ ପ୍ରିୟଙ୍କାଙ୍କୁ ତାଙ୍କର ଏକ ଟ୍ୱିଟ୍‌କୁ ନେଇ ପ୍ରଶ୍ନ ଉଠାଇଥିଲେ। ଆଉ ସେହିଠାରୁ ହିଁ ଆରମ୍ଭ ହୋଇଥିଲା ଏହି ବିବାଦ। ବାଲାକୋଟ୍‌ରେ ଭାରତର ଏୟାର୍ ଷ୍ଟ୍ରାଇକ୍ ପରେ ପ୍ରିୟଙ୍କା ଏକ ଟ୍ୱିଟ୍ କରି ଥିଲେ, ଯେଉଁଥିରେ ସେ ଭାରତୀୟ ସେନାକୁ ପ୍ରଶଂସା କରିଥିଲେ। ପାକିସ୍ତାନ ବିରୋଧରେ ପ୍ରିୟଙ୍କା ଯୁଦ୍ଧ ପାଇଁ ଭାରତୀୟ ସେନାକୁ ଉସକାଉ ଥିବା ଯୋଗୁ ତାଙ୍କର ଜାତିଂଘର ‘ଗୁଡ୍‌ୱିଲ୍‌ ଆମ୍ବାସଡର୍‌ ଫର୍ ପିସ୍‌’ ପଦରେ ରହିବାର ଅଧିକାର ନାହିଁ ବୋଲି ଉକ୍ତ ଯୁବତୀ କହିଥିଲେ। ତେବେ ପ୍ରିୟଙ୍କା ବି ତାଙ୍କୁ ଭଲ ଜବାବ ଦେଇଥିଲେ। ପ୍ରିୟଙ୍କା କହିଥିଲେ, ସେ ଶାନ୍ତି ଚାହାନ୍ତି, କିନ୍ତୁ ସେ ଜଣେ ସଚ୍ଚା ଦେଶଭକ୍ତ ମଧ୍ୟ।

priyanka23ଏ ଘଟଣା ପରେ ପାକିସ୍ତାନ ଅଭିଯୋଗ କରିଥିଲା ଯେ, ପ୍ରିୟଙ୍କା ଜାତିଂଘର ‘ଗୁଡ୍‌ୱିଲ୍‌ ଆମ୍ବାସଡର୍‌ ଫର୍ ପିସ୍‌’ ପଦରେ ରହିଥିବା ସତ୍ତ୍ୱେ ଖୋଲାଖୋଲି ଭାବେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପରମାଣୁ ମନ୍ତବ୍ୟକୁ ସମର୍ଥନ ଜଣାଇଥିଲେ।

ପ୍ରିୟଙ୍କାଙ୍କୁ ବିରୋଧ କରି ପାକିସ୍ତାନ ଜାତିସଂଘକୁ ଲେଖିଥିବା ଚିଠିରେ ଦର୍ଶାଇଥିଲା ଯେ, ଏସବୁ ଶାନ୍ତି ଏବଂ ଗୁଡ୍‌ୱିଲ୍ ସମ୍ପର୍କିତ ନିୟମର ପରିପନ୍ଥୀ। ତେଣୁ ପ୍ରିୟଙ୍କା ଗୁଡ୍‌ୱିଲ୍‌ ଆମ୍ବାସଡର୍‌ ରହିବା ଠିକ୍‌ ନୁହେଁ। ଜାତିଂଘରେ ଏଭଳି ଏକ ପଦରେ ରହି ପରମାଣୁ ଯୁଦ୍ଧକୁ ତାଙ୍କର ସମର୍ଥନ ଆଦୌ ଗ୍ରହଣୀୟ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos