ବୀଣାଙ୍କ ଉପରେ ବର୍ଷିଲେ; କହିଲେ- ତୁମେ କଶ୍ମୀରକୁ ଅନାଇ ଥାଅ, ଆମେ କରାଚି ଓ ଲାହୋର ନେଇଯିବୁ

ନୂଆଦିଲ୍ଲୀ: ସବୁବେଳେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ସୋଶାଲ୍ ମିଡିଆରେ ଟ୍ରୋଲ୍ ହେଉଥିବା ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲିକ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର ବୀଣା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ଏଥିରେ ସେ ‘ପାକିସ୍ତାନ ଜିନ୍ଦାବଦ୍‌’ ଓ ‘କଶ୍ମୀର ପାକିସ୍ତାନ’ ହେବ ବୋଲି ନାରା ଦେଇଛନ୍ତି। ତାଙ୍କର ଏହି ଭିଡିଓ ଦେଖିବା ପରେ ଭାରତୀୟ ଇନ୍‌ଷ୍ଟାଗ୍ରାମ୍ ୟୁଜର୍ସ ତାଙ୍କୁ ତୀବ୍ର ସମାଲୋଚନା କରିବା ସହିତ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର୍ […]

veena

Jitendra Garnayak
  • Published: Thursday, 15 August 2019
  • , Updated: 15 August 2019, 11:52 AM IST

ନୂଆଦିଲ୍ଲୀ: ସବୁବେଳେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ସୋଶାଲ୍ ମିଡିଆରେ ଟ୍ରୋଲ୍ ହେଉଥିବା ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲିକ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର ବୀଣା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ଏଥିରେ ସେ ‘ପାକିସ୍ତାନ ଜିନ୍ଦାବଦ୍‌’ ଓ ‘କଶ୍ମୀର ପାକିସ୍ତାନ’ ହେବ ବୋଲି ନାରା ଦେଇଛନ୍ତି। ତାଙ୍କର ଏହି ଭିଡିଓ ଦେଖିବା ପରେ ଭାରତୀୟ ଇନ୍‌ଷ୍ଟାଗ୍ରାମ୍ ୟୁଜର୍ସ ତାଙ୍କୁ ତୀବ୍ର ସମାଲୋଚନା କରିବା ସହିତ କଡ଼ା ପ୍ରତିକ୍ରିୟା ଦେଇଛନ୍ତି।

ଜଣେ ୟୁଜର୍ ଲେଖିଛନ୍ତି- କ୍ଷୀର ମାଗିଲେ ଖିରି ଦେବୁ, କଶ୍ମୀର ମାଗିଲେ ଚିରି ଦେବୁ। ଅନ୍ୟ ଜଣେ ଲେଖିଛନ୍ତି- ତୁମ ସ୍ୱପ୍ନ ସବୁ ବେଳେ ସ୍ୱପ୍ନରେ ରହିଯିବ। ଭାରତରୁ ଯାଉଥିବା ଅର୍ଥରେ ତୁମ ଘର ଲୋକେ ଚଳୁଛନ୍ତି। ମନେ ଅଛି ତ, ଭିକାରୁଣୀ?

 

View this post on Instagram

 

#Repost @behtareenpk • • • • • • Kashmir Baneyga Pakistan 🇵🇰 #VeenaMalik #Pakistan #Kashmir

A post shared by VEENA MALIK (@theveenamalik) on


ସେହିପରେ ଜଣେ ୟୁଜର ମଜାଦାର ପ୍ରତିକ୍ରିୟା ଦେଇ ଲେଖିଛନ୍ତି- ଇଏ (ବୀଣା) କଶ୍ମୀରକୁ ପାକିସ୍ତାନରେ ଦେଖିବାକୁ ଚାହୁଁଛି। ସେ ଜାଣି ନାହାନ୍ତି ଯେ ଆମେ ଲାହୋରକୁ ଦଖଲ କରିବାକୁ ଭାବୁଛୁ।
ଆଉ ଏକ ପ୍ରତିକ୍ରିୟାରେ ଲେଖା ହୋଇଛି- ତୁମେ କଶ୍ମୀରକୁ ଅନାଇ ରହିଥିବ, ଆମେ କରାଚି ନେଇ ଯିବୁ। ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି- ଯୁଦ୍ଧ ତ ଜିତି ପାରୁନ, କଶ୍ମୀର କଥା କ’ଣ କହୁଛ।

ଏହା ପୂର୍ବରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ଭାରତୀୟ ସେନାକୁ ସମାଲୋଚନା କରି ବୀଣା ଏକ ଟ୍ୱିଟ୍ କରିଥିଲେ। ଉକ୍ତ ଟ୍ୱିଟ୍ ପଢ଼ି ଲୋକେ ତାଙ୍କୁ ଖୁବ୍ ଟ୍ରୋଲ୍ କରିଥିଲେ।

Related story