କରୋନାରେ ଚାଲିଗଲା କମେଡିଆନ ପାଣ୍ଡୁଙ୍କ ଜୀବନ

ଚେନ୍ନାଇ: ତାମିଲ ଫିଲ୍ମ ଜଗତର ଲୋକପ୍ରିୟ କମେଡିଆନ ପାଣ୍ଡୁ ଆଜି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ତଳେ ପାଣ୍ଡୁ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆଜି ୭୪ ବର୍ଷୀୟ ପାଣ୍ଡୁ ଆଖି ବୁଜିଥିଲେ ହେଁ ତାଙ୍କ ପତ୍ନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଦମ୍ପତିଙ୍କ ୩ ଜଣ ପୁଅ ରହିଛନ୍ତି। ପାଣ୍ଡୁଙ୍କ ବିୟୋଗ ପରେ […]

Pandu

Pandu

Hemant Lenka
  • Published: Thursday, 06 May 2021
  • Updated: 06 May 2021, 03:46 PM IST

ଚେନ୍ନାଇ: ତାମିଲ ଫିଲ୍ମ ଜଗତର ଲୋକପ୍ରିୟ କମେଡିଆନ ପାଣ୍ଡୁ ଆଜି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ତଳେ ପାଣ୍ଡୁ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଆଜି ୭୪ ବର୍ଷୀୟ ପାଣ୍ଡୁ ଆଖି ବୁଜିଥିଲେ ହେଁ ତାଙ୍କ ପତ୍ନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଦମ୍ପତିଙ୍କ ୩ ଜଣ ପୁଅ ରହିଛନ୍ତି। ପାଣ୍ଡୁଙ୍କ ବିୟୋଗ ପରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ଫିଲ୍ମ ନିର୍ମାତା ଧନଜୟନ ଟ୍ୱିଟ କରି କହିଛନ୍ତି, “କିଛି ସମୟ ପାଇଁ ସୋଶାଲ ମିଡିଆରୁ ଦୂରେଇ ଯିବା ଭଲ। ଆଜି ସକାଳର ନ୍ୟୁଜ ପଢ଼ି ସ୍ତବ୍ଧ ହୋଇଯାଇଛି। ଆରଆଇପି ପାଣ୍ତୁସାର। ସେ ଜଣେ ଭଲ ମଣିଷ ଓ ପ୍ରଖ୍ୟାତ ଅଭନେତା ଥିଲେ।”


୧୯୭୦ରେ ପାଣ୍ଡୁ ମାନଭନ ଜରିଆରେ ସିନେମା ଜଗତରେ ଡେବ୍ୟୁ କରିଥିଲେ। ଏହାପରେ ସେ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରି ନିଜର ଯାଦୁ ଦେଖାଇଛନ୍ତି। ତାମିଲନାଡୁର ରାଜନୀତିକ ଦଳ ଏଆଇଏଡିଏମକେର ପତାକା ଓ ପାର୍ଟିର ଚିହ୍ନ ପାଣ୍ଡୁ ହିଁ ଡିଜାଇନ କରିଥିଲେ। ପାଣ୍ଡୁ କ୍ୟାପିଟାଲ ଲେଟର ନାଁରେ ଗୋଟିଏ ସଂସ୍ଥାର ମାଲିକ ଥିଲେ। ଏହି ସଂସ୍ଥା ସାଇନବୋର୍ଡ ଡିଜାଇନ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos