ବହୁତ ପରିଶ୍ରମ କରୁଛନ୍ତି ପରିଣୀତି

ମୁମ୍ବାଇ: ଭାରତର ଅନ୍ୟତମ ଜଣାଶୁଣା ବ୍ୟାଡ୍‌ମିଣ୍ଟନ୍ ଖେଳାଳି ତଥା ୨୦୧୨ ଲଣ୍ଡନ ଅଲିମ୍ପିକ୍‌ର ବ୍ରୋଞ୍ଜ୍‌ ପଦକ ବିଜେତା ସାଇନା ନେହୱାଲ୍‌ଙ୍କ ଜୀବନକୁ ନେଇ ଏକ ଫିଲ୍ମ ତିଆରି ହେଉଛି। ଏଥିରେ ସାଇନାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ପରିଣୀତି ଚୋପ୍ରା। ହେଲେ ଏଥିପାଇଁ ତାଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ୁଛି। କାରଣ ତାଙ୍କୁ ବ୍ୟାଡ୍‌ମିଣ୍ଟନ୍ ଅଭ୍ୟାସ କରିବାକୁ ପଡ଼ୁଛି। ପ୍ରାୟ ୫ ମାସ ହେଲାଣି ସେ ବ୍ୟାଡ୍‌ମିଣ୍ଟନ୍ ଅଭ୍ୟାସ କରୁଛନ୍ତି। ବ୍ୟାଡ୍‌ମିଣ୍ଟନ୍ ଅଭ୍ୟାସ କରିବା ସହିତ ସେ ନିଜ […]

parineeti

Jitendra Garnayak
  • Published: Friday, 04 October 2019
  • , Updated: 04 October 2019, 12:17 PM IST

ମୁମ୍ବାଇ: ଭାରତର ଅନ୍ୟତମ ଜଣାଶୁଣା ବ୍ୟାଡ୍‌ମିଣ୍ଟନ୍ ଖେଳାଳି ତଥା ୨୦୧୨ ଲଣ୍ଡନ ଅଲିମ୍ପିକ୍‌ର ବ୍ରୋଞ୍ଜ୍‌ ପଦକ ବିଜେତା ସାଇନା ନେହୱାଲ୍‌ଙ୍କ ଜୀବନକୁ ନେଇ ଏକ ଫିଲ୍ମ ତିଆରି ହେଉଛି। ଏଥିରେ ସାଇନାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ପରିଣୀତି ଚୋପ୍ରା। ହେଲେ ଏଥିପାଇଁ ତାଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ୁଛି। କାରଣ ତାଙ୍କୁ ବ୍ୟାଡ୍‌ମିଣ୍ଟନ୍ ଅଭ୍ୟାସ କରିବାକୁ ପଡ଼ୁଛି। ପ୍ରାୟ ୫ ମାସ ହେଲାଣି ସେ ବ୍ୟାଡ୍‌ମିଣ୍ଟନ୍ ଅଭ୍ୟାସ କରୁଛନ୍ତି। ବ୍ୟାଡ୍‌ମିଣ୍ଟନ୍ ଅଭ୍ୟାସ କରିବା ସହିତ ସେ ନିଜ ଫିଜିକ୍ ପ୍ରତି ମଧ୍ୟ ବେଶ୍ ଧ୍ୟାନ ଦେଉଛନ୍ତି, ଯେମିତିକି ସେ ଫିଲ୍ମରେ ଜଣେ ଖେଳାଳି ଭାବେ ଦେଖାଯିବେ।  ସେଥିପାଇଁ ବି ସେ କଠିନ ପରିଶ୍ରମ କରୁଛନ୍ତି।

ଗତକାଲି ପରିଣୀତି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ଶେଆର୍‌ କରିଥିଲେ। ଏହାର କ୍ୟାପ୍‌ସନ୍‌ରେ ସେ ଲେଖିଥିଲେ- ଆଜିକାଲି ମୁଁ ଏମିତି। ସବୁବେଳେ ଓ ସବୁ ସମୟରେ।

ପରିଣୀତି ପୋଷ୍ଟ୍ କରିଥିବା ଏହି ଫଟୋରୁ ଏହା ସ୍ପଷ୍ଟ ହେଉଛି ଯେ, ସେ ଲମ୍ବା ସମୟ ଧରି ବ୍ୟାଡ୍‌ମିଣ୍ଟନ୍ ଅଭ୍ୟାସ କରିବା ପରେ ଥକି ଯାଇଛନ୍ତି। ସେ ଏଥିରେ ଝାଳ ପୋଛୁ ଥିବାର ବି ଦେଖିବାକୁ ମିଳିଛି।

 

View this post on Instagram

 

Me. All day everyday nowadays🏸

A post shared by Parineeti Chopra (@parineetichopra) on


ସୂଚନା ଅନୁଯାୟୀ, ଚାରିପାଞ୍ଚ ମାସ ଧରି ବ୍ୟାଡ୍‌ମିଣ୍ଟନ୍ ଅଭ୍ୟାସ କରିବା ପରେ ଏବେ ଶୁଟିଂ ପାଇଁ ପରିଣୀତି ପ୍ରସ୍ତୁତ ହୋଇଗଲେଣି। ସେହିପରି ଅନ୍ୟାନ୍ୟ ପ୍ରି-ପଡକ୍ସନ୍‌ କାମ ବି ସରିଯାଇଥିବାରୁ ଖୁବ୍‌ଶୀଘ୍ର ଫିଲ୍ମଟିର ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି। ଭାରତର ବିଭିନ୍ନ ସ୍ଥାନରେ ଏହାର ଶୁଟିଂ ହେବ ବୋଲି ଜଣାପଡ଼ିଛି।

ସାଇନାଙ୍କ ବାୟୋପିକ୍‌ରେ ପ୍ରଥମେ ଶ୍ରଦ୍ଧା କପୁରଙ୍କୁ ନିଆଯାଇଥିଲା। ଏମିତିକି ଶୁଟିଂ ବି ଆରମ୍ଭ ହୋଇଯାଇଥିଲା। ତେବେ ଅଳ୍ପ ଶୁଟିଂ ପରେ ଶ୍ରଦ୍ଧା ଏଥିରୁ ଓହରି ଯିବାକୁ ଚାହିଁଥିଲେ। ତା’ପରେ ଏହି ରୋଲ୍ ପାଇଁ ପରିଣୀତିଙ୍କୁ କୁହାଯାଇଥିଲା। କିନ୍ତୁ ସେ ଏଥିପାଇଁ ନିର୍ମାତାଙ୍କୁ ସମୟ ମାଗିଥିଲେ। କାରଣ ସେ ଏ ଖେଳ ବିଷୟରେ କିଛି ଜିନିଷ ଭଲ ଭାବେ ଜାଣି ନେବାକୁ ଚାହୁଁଥିଲେ। ସେହିପରି ସେ ସାଇନାଙ୍କ ସହିତ କିଛି ସମୟ ବିତାଇ ତାଙ୍କ ବଡିଲାଙ୍ଗୁଏଜ୍ ଦେଖିବାକୁ ଚାହୁଁଥିଲେ।

Related story