ଛୋଟ ବେଳେ ପରିଣୀତିଙ୍କ ପଛେ ପଛେ କାହିଁକି ଯାଉଥିଲେ ପୁଅ? ଶୁଣନ୍ତୁ ତାଙ୍କରି ମୁହଁରୁ...

  ମୁମ୍ବାଇ: ୟଙ୍ଗ ହିରୋଇନ୍ ପରିଣୀତି ଚୋପ୍ରା କହିଛନ୍ତି ଯେ ଛୋଟ ବେଳେ ସ୍କଟ୍ ପିନ୍ଧି ସ୍କୁଲ୍ ଯିବା ବେଳେ ପୁଅମାନେ ତାଙ୍କ ପିଛା କରୁଥିଲେ। ପଛରେ ଯିବା ସହିତ ମଉକା ଦେଖି ତାଙ୍କ ସ୍କଟ୍ ଟାଣି ଦେଉଥିଲେ। ମୁମ୍ବାଇରେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାରଙ୍କ ଦ୍ୱାରା ପରିଚାଳିତ ୱିମେନ୍‌ ସେଲ୍‌ଫ୍‌ ଡିଫେନ୍ସ ସେଣ୍ଟରରେ ଆୟୋଜିତ ଗ୍ରାଜୁଏସନ୍ ଡେ ଉତ୍ସବରେ ଯୋଗ ଦେଇ ପରିଣୀତି ଏ କଥା କହିଥିଲେ। ସେ ସେଠାରେ ଉପସ୍ଥିତ ଝିଅମାନଙ୍କୁ କହିଥିଲେ,“ତୁମେମାନେ ଭାଗ୍ୟବାନ୍। […]

parineetichopra

Rakesh Mallick
  • Published: Wednesday, 24 May 2017
  • , Updated: 24 May 2017, 02:06 PM IST

 

ମୁମ୍ବାଇ: ୟଙ୍ଗ ହିରୋଇନ୍ ପରିଣୀତି ଚୋପ୍ରା କହିଛନ୍ତି ଯେ ଛୋଟ ବେଳେ ସ୍କଟ୍ ପିନ୍ଧି ସ୍କୁଲ୍ ଯିବା ବେଳେ ପୁଅମାନେ ତାଙ୍କ ପିଛା କରୁଥିଲେ। ପଛରେ ଯିବା ସହିତ ମଉକା ଦେଖି ତାଙ୍କ ସ୍କଟ୍ ଟାଣି ଦେଉଥିଲେ। ମୁମ୍ବାଇରେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାରଙ୍କ ଦ୍ୱାରା ପରିଚାଳିତ ୱିମେନ୍‌ ସେଲ୍‌ଫ୍‌ ଡିଫେନ୍ସ ସେଣ୍ଟରରେ ଆୟୋଜିତ ଗ୍ରାଜୁଏସନ୍ ଡେ ଉତ୍ସବରେ ଯୋଗ ଦେଇ ପରିଣୀତି ଏ କଥା କହିଥିଲେ।

ସେ ସେଠାରେ ଉପସ୍ଥିତ ଝିଅମାନଙ୍କୁ କହିଥିଲେ,“ତୁମେମାନେ ଭାଗ୍ୟବାନ୍। କାରଣ ତୁମମାନଙ୍କୁ ବିନା ଫି’ରେ ନିଜକୁ ସୁରକ୍ଷିତ ରଖିବାର ତାଲିମ୍ ମିଳିଛି। ହେଲେ ତୁମମାନଙ୍କ ଭଳି ମୁଁ ଭାଗ୍ୟବାନ ନ ଥିଲି। ମୁଁ ଏକ ଛୋଟ ସହରରୁ ଆସିଛି। ସେଠାରେ ବଡ଼ ହେବା ପାଇଁ ମୋତେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ମୁଁ ସ୍କୁଲ୍‌ ଯିବା ସମୟରେ କିଛି ପୁଅ ମୋର ପିଛା କରୁଥିଲେ। ସେମାନେ ପାଖକୁ ଆସି ସ୍କଟ୍ ଟାଣି ଦେଉଥିଲେ। ସେତେବେଳେ ଘର ଲୋକଙ୍କ ଉପରେ ମୋର ଭୀଷଣ ରାଗ ହେଉଥିଲା। ସେମାନେ କ’ଣ ପାଇଁ ମୋତେ ସ୍କୁଲ୍‌ ଛାଡ଼ିବାକୁ ଆସନ୍ତି ନାହିଁ ବୋଲି ମୁଁ ଭାବୁଥିଲି।”

ପରିଣୀତି ଆହୁରି ମଧ୍ୟ କହିଥିଲେ ଯେ ନିଜ ସମସ୍ୟାର ସମାଧାନ ନିଜେ କରିବା ଓ ନିଜକୁ ମଜଭୁତ କରିବା ପାଇଁ ତାଙ୍କ ବାପା ସବୁବେଳେ ଉପଦେଶ ଦେଉଥିଲେ।

ସୌଜନ୍ୟ- ନବ୍‌ଭାରତ ଟାଇମ୍ସ

 

 

Related story