ରିଲିଜ୍‌ ହେଲା ଫିଲ୍ମ 'ପାଟଣାଗଡ଼'ର ଟିଜର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା ‘ପାଟଣାଗଡ଼ ପାର୍ସଲ ବୋମା’ ଘଟଣା। ଯାହାକୁ ନେଇ ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ “ପାଟଣାଗଡ଼”। ନିକଟରେ ଏହି ପିଲ୍ମର ଟିଜର୍ ରିଲିଜ୍‌ ହୋଇଛି। ଏହା ଏକ ଦ୍ୱି-ଭାଷୀ ଫିଲ୍ମ। ଓଡ଼ିଆ ସହ ତେଲୁଗୁ ଭାଷାରେ ମଧ୍ୟ ଫିଲ୍ମଟି ରିଲିଜ୍‌ ହେବ। ଫିଲ୍ମରେ ବଲିଉଡ୍‌ ଅଭିନେତା ଅତୁଲ୍‌ କୁଲ୍‌କର୍ଣ୍ଣୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ପୂର୍ବରୁ ପୋଷ୍ଟର୍‌ରେ ଅତୁଲ୍‌ଙ୍କୁ ଦେଖି ଦର୍ଷକେ ଉତ୍ସାହିତ ଥିବା ବେଳେ […]

Patnagarh-777x437

Rakesh Mallick
  • Published: Sunday, 29 July 2018
  • , Updated: 29 July 2018, 05:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା 'ପାଟଣାଗଡ଼ ପାର୍ସଲ ବୋମା' ଘଟଣା। ଯାହାକୁ ନେଇ ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ "ପାଟଣାଗଡ଼"। ନିକଟରେ ଏହି ପିଲ୍ମର ଟିଜର୍ ରିଲିଜ୍‌ ହୋଇଛି। ଏହା ଏକ ଦ୍ୱି-ଭାଷୀ ଫିଲ୍ମ। ଓଡ଼ିଆ ସହ ତେଲୁଗୁ ଭାଷାରେ ମଧ୍ୟ ଫିଲ୍ମଟି ରିଲିଜ୍‌ ହେବ। ଫିଲ୍ମରେ ବଲିଉଡ୍‌ ଅଭିନେତା ଅତୁଲ୍‌ କୁଲ୍‌କର୍ଣ୍ଣୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ପୂର୍ବରୁ ପୋଷ୍ଟର୍‌ରେ ଅତୁଲ୍‌ଙ୍କୁ ଦେଖି ଦର୍ଷକେ ଉତ୍ସାହିତ ଥିବା ବେଳେ ଟିଜର ସେ ଖୁସିକୁ ଡବଲ୍‌ କରିଦେଇଛି।

ଅନ୍ୟପଟେ ଫିଲ୍ମରେ ପାଟଣାଗଡ଼ ପାର୍ସଲ ବୋମାର ମାଷ୍ଟର୍‌ମାଇଣ୍ଡ୍ ପୁଞ୍ଜିଲାଲଙ୍କ ଭୂମିକାରେ ନଜର ଆସିବେ ଲୋକପ୍ରିୟ ଓଡିଆ ଅଭିନେତା ମନୋଜ ମିଶ୍ର । ଫିଲ୍ମର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା । ଫିଲ୍ମଟି ଦଶହରାରେ ରିଲିଜ୍‌ ହେବାକୁ ଯାଉଛି।

ତେବେ ଏହି ଫିଲ୍ମର ପୁର୍ବ ନାଁ "ବୁଲେଟ୍‌ ରାଜା ରଖାଯାଇଥିବା ବେଳେ ପରେ ଏହାକୁ ପରିବର୍ତ୍ତନ କରି 'ପାଟଣାଗଡ଼' ରଖାଯାଇଛି।

https://www.youtube.com/watch?v=32vJKqtado0

Related story