ମୁହଁ ଖୋଲିଲେ ପ୍ରଭାସ୍‌

ମୁମ୍ୱାଇ: ସାଉଥ୍‌ ସୁପର୍‌ଷ୍ଟାର୍‌ ପ୍ରଭାସ ବର୍ତ୍ତମାନ ତାଙ୍କର ନୂଆ ଫିଲ୍ମ ‘ସାହୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୩୫୦ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଥିବା ଏହି ଥ୍ରିଲର୍‌ ଫିଲ୍ମ ଅଗଷ୍ଟ ୩୦ ତାରିଖରେ ରିଲିଜ୍‌ ହେବ। ତେବେ ଫିଲ୍ମ ‘ସାହୋ’ ସହ ଅନୁଷ୍କା ସେଟ୍ଟିଙ୍କ ସହିତ ତାଙ୍କର ରିଲେସନ୍‌ସିପ୍‌କୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଶୁଣିବାକୁ ମିଳିଥିଲା ଯେ ଅନୁଷ୍କା ଓ ପ୍ରଭାସ ଲସ୍‌ ଏଞ୍ଜେଲସ୍‌ରେ ଏକ ଭଲ ଘର ଖୋଜୁଛନ୍ତି। ଏପରିକି ଅନୁଷ୍କାଙ୍କ […]

p1

Puspanjali Panda
  • Published: Friday, 16 August 2019
  • , Updated: 16 August 2019, 01:33 PM IST

ମୁମ୍ୱାଇ: ସାଉଥ୍‌ ସୁପର୍‌ଷ୍ଟାର୍‌ ପ୍ରଭାସ ବର୍ତ୍ତମାନ ତାଙ୍କର ନୂଆ ଫିଲ୍ମ ‘ସାହୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୩୫୦ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଥିବା ଏହି ଥ୍ରିଲର୍‌ ଫିଲ୍ମ ଅଗଷ୍ଟ ୩୦ ତାରିଖରେ ରିଲିଜ୍‌ ହେବ। ତେବେ ଫିଲ୍ମ ‘ସାହୋ’ ସହ ଅନୁଷ୍କା ସେଟ୍ଟିଙ୍କ ସହିତ ତାଙ୍କର ରିଲେସନ୍‌ସିପ୍‌କୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଛନ୍ତି।

ନିକଟରେ ଶୁଣିବାକୁ ମିଳିଥିଲା ଯେ ଅନୁଷ୍କା ଓ ପ୍ରଭାସ ଲସ୍‌ ଏଞ୍ଜେଲସ୍‌ରେ ଏକ ଭଲ ଘର ଖୋଜୁଛନ୍ତି। ଏପରିକି ଅନୁଷ୍କାଙ୍କ ପାଇଁ ‘ସାହୋ’ର ସ୍ପେଶାଲ୍‌ ସ୍କ୍ରିନିଙ୍ଗ୍‌ ବ୍ୟବସ୍ଥା କରିଥିଲେ ପ୍ରଭାସ। ମିଡିଆରେ ଏପରି ଖବର ପ୍ରସାରିତ ହେବା ପରେ ଦୁହିଁଙ୍କର ରିଲେସନ୍‌ସିପ୍‌କୁ ନେଇ ଆଲୋଚନା ଆହୁରି ଜୋର ଧରିଥିଲା। ଆଉ ଏସବୁ ଆଲୋଚନା ବିଷୟରେ ଜାଣିବା ପରେ ଶେଷରେ ମୁହଁ ଖୋଲିଛନ୍ତି ପ୍ରଭାସ। ସେ କହିଛନ୍ତି,‘ଆମେ ଦୁହେଁ କେବଳ ଭଲ ସାଙ୍ଗ।’

ମୁମ୍ୱାଇ ମିରର୍‌କୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଭାସ କହିଛନ୍ତି, ‘ଅନୁଷ୍କା ଓ ମୁଁ କେବଳ ଭଲ ସାଙ୍ଗ। ଯଦି ଆମ ମଧ୍ୟରେ ଏହାଠାରୁ ଅଧିକ ସମ୍ପର୍କ ଅଛି, ତା’ହେଲେ ଗତ ଦୁଇ ବର୍ଷ ମଧ୍ୟରେ କେହି କ’ଣ ପାଇଁ ଆମକୁ ଏକାଠି ଦେଖି ନାହାନ୍ତି?’

ସେ ଆହୁରି କହିଛନ୍ତି, ‘ଏହି ପ୍ରଶ୍ନ ମୋତେ କରନ୍‌ ଜୋହରଙ୍କ ଶୋ’ ‘କଫି ଉଇଥ୍‌ କରନ୍‌’ରେ ମଧ୍ୟ କରାଯାଇଥିଲା। ସେହି ସମୟରେ ରାଜମୌଲୀ ଓ ରାଣା ଦଗ୍ଗୁବତୀ ଏହାର ଉତ୍ତର ରଖିଥିଲେ। ଆମ ଦୁହିଁଙ୍କ ମଧ୍ୟରେ ସେମିତି କିଛି ନାହିଁ ବୋଲି ସେମାନେ ସ୍ପଷ୍ଟ କରିଥିଲେ।’

ଏହା ପୂର୍ବରୁ ମଧ୍ୟ ଏକ ସାକ୍ଷାତକାରରେ ଅନୁଷ୍କାଙ୍କୁ ଏ ବିଷୟରେ ପଚରା ଯାଇଥିଲା। ସେ କହିଥିଲେ,‘ପ୍ରଭାସ ଓ ମୁଁ ବିବାହ କରୁନାହୁଁ। ଦୟାକରି ବାହୁବଳୀ ଓ ଦେବସେନା କେମେଷ୍ଟ୍ରିକୁ ନେଇ ରିୟଲ୍‌ ଲାଇଫ୍‌ରେ କୌଣସି ଆଶା ରଖନ୍ତୁ ନାହିଁ। ଏହା କେବଳ ସ୍କ୍ରିନ୍‌ ପାଇଁ ଥିଲା।”

Related story