ପ୍ରୀତି ଜିଣ୍ଟାଙ୍କୁ ୧୦ ବର୍ଷ ପରେ ଶସ୍ତାରେ ମିଳିଗଲା ଏହି ବଡ଼ ଖୁସି

ଆଇ.ପି.ଏଲ୍‌.କୁ ନେଇ କେବଳ କ୍ରିକେଟ୍‌ ଜଗତ ନୁହେଁ, ବଲିଉଡ୍‌ରେ ମଧ୍ୟ କ୍ରେଜ୍ ଦେଖିବାକୁ ମିଳେ। ବଲିଉଡ୍‌ ଓ ଆଇ.ପି.ଏଲ୍‌.ର ସଂପର୍କ ପ୍ରଥମରୁ ହିଁ ଖୁବ୍‌ ଦୃଢ଼। ଆଜି ଅନୁଷ୍ଠିତ ହୋଇଛି ଆଇ.ପି.ଏଲ୍‌. ଖେଳାଳି ନିଲାମୀ। ଖେଳାଳିମାନେ ଭଲ ଟଙ୍କାରେ ବିଭିନ୍ନ ଟିମ୍‌ରେ ସାମିଲ୍ ହୋଇଛନ୍ତି। ଏସବୁ ଭିତରେ Kings XI Punjab ଟିମ୍‌ର ମାଲିକାଣୀ ତଥା ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କୁ ୧୦ ବର୍ଷ ପରେ ଏକ ବଡ଼ ଖୁସି ମିଳିଛି। ଏ ଖୁସି ମଧ୍ୟ ତାଙ୍କୁ […]

preety

Rakesh Mallick
  • Published: Saturday, 27 January 2018
  • , Updated: 27 January 2018, 07:21 PM IST

ଆଇ.ପି.ଏଲ୍‌.କୁ ନେଇ କେବଳ କ୍ରିକେଟ୍‌ ଜଗତ ନୁହେଁ, ବଲିଉଡ୍‌ରେ ମଧ୍ୟ କ୍ରେଜ୍ ଦେଖିବାକୁ ମିଳେ। ବଲିଉଡ୍‌ ଓ ଆଇ.ପି.ଏଲ୍‌.ର ସଂପର୍କ ପ୍ରଥମରୁ ହିଁ ଖୁବ୍‌ ଦୃଢ଼। ଆଜି ଅନୁଷ୍ଠିତ ହୋଇଛି ଆଇ.ପି.ଏଲ୍‌. ଖେଳାଳି ନିଲାମୀ। ଖେଳାଳିମାନେ ଭଲ ଟଙ୍କାରେ ବିଭିନ୍ନ ଟିମ୍‌ରେ ସାମିଲ୍ ହୋଇଛନ୍ତି। ଏସବୁ ଭିତରେ Kings XI Punjab ଟିମ୍‌ର ମାଲିକାଣୀ ତଥା ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କୁ ୧୦ ବର୍ଷ ପରେ ଏକ ବଡ଼ ଖୁସି ମିଳିଛି। ଏ ଖୁସି ମଧ୍ୟ ତାଙ୍କୁ ଖୁବ୍‌ ଶସ୍ତାରେ ମିଳିଛି। ସେ ଖୁସି କ’ଣ ଜାଣିଛନ୍ତି?

ପ୍ରୀତିଙ୍କର ସେ ଖୁସି ଆଉକିଛି ନୁହେଁ, ସେ ହେଉଛନ୍ତି କ୍ରିକେଟର ଯୁବରାଜ ସିଂହ। ଏଥର ଆଇ.ପି.ଏଲ୍‌. ନିଲାମରେ Kings XI Punjabର ମାଲିକାଣୀ ପ୍ରୀତି ଜିଣ୍ଟା, ତାଙ୍କୁ ୨ କୋଟି ଟଙ୍କାରେ କିଣିଛନ୍ତି। ଅବଶ୍ୟ ପୂର୍ବରୁ ବି ସେ ପ୍ରୀତିଙ୍କ ଟିମ୍‌ରେ ଥିଲେ। କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ କିଛିଦିନ ଆଇ.ପି.ଏଲ୍‌.ଠାରୁ ଦୂରେଇ ଯାଇଥିଲେ। ଦେହ ଭଲ ହେବାପରେ, ତାଙ୍କୁ Rising Pune Supergiants ଦଳ କିଣିଥିଲା। ହେଲେ ଏବେ ପୁଣି ସେ ନିଜ ପୁରୁଣା ଟିମ୍‌କୁ ଫେରି ଆସିଛନ୍ତି। କୁହାଯାଏ, ପ୍ରୀତି ଓ ଯୁବରାଜ ବ୍ୟକ୍ତିଗତ ଜୀବନରେ ଖୁବ୍ ଭଲ ବନ୍ଧୁ।

Related story