‘କ୍ୱାଣ୍ଟିକୋ’ ପାଇଁ ଦ୍ୱିତୀୟଥର ସମ୍ମାନିତ ହେଲେ ପ୍ରିୟଙ୍କା

ମୁମ୍ୱାଇ: ‘୪୩ତମ ପିପୁଲସ୍‌ ଚଏସ ଆୱାର୍ଡ’ରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ‘କ୍ୱାଣ୍ଟିକୋ’ ପାଇଁ ‘ଡ୍ରାମାଟିକ୍‌ ଟିଭି କଳାକାର’ ସମ୍ମାନରେ ସମ୍ମାନିତ କରାଯାଇଛି। ‘କ୍ୱାଣ୍ଟିକୋ’ ପାଇଁ ଦ୍ୱିତୀୟଥର ପ୍ରିୟଙ୍କା ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଆୱାର୍ଡ ନେଇ ପ୍ରିୟଙ୍କା କହିଛନ୍ତି “ମୁଁ ଡ୍ରାମା କୁଇନ୍‌ ହୋଇପାରିଥିବାରୁ ଖୁବ୍‌ ଖୁସି। ଏହି ଯାତ୍ରା ଖୁବ୍‌ ସୁନ୍ଦର ଥିଲା। ଟିଭି ଧାରାବାହିକରେ ଯୋଗ ଦେବାରେ ଆଜି ମୋ ସହିତ ମନୋନୀତ ହୋଇଥିବା ସମସ୍ତ ଅଭିନେତ୍ରୀଙ୍କ ଯୋଗଦାନ ରହିଛି। ସେମାନଙ୍କ ଠାରୁ ମିଳିଥିବା […]

people-s-choice-awards

Rakesh Mallick
  • Published: Thursday, 19 January 2017
  • , Updated: 19 January 2017, 01:25 PM IST

ମୁମ୍ୱାଇ: ‘୪୩ତମ ପିପୁଲସ୍‌ ଚଏସ ଆୱାର୍ଡ’ରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ‘କ୍ୱାଣ୍ଟିକୋ’ ପାଇଁ ‘ଡ୍ରାମାଟିକ୍‌ ଟିଭି କଳାକାର’ ସମ୍ମାନରେ ସମ୍ମାନିତ କରାଯାଇଛି। ‘କ୍ୱାଣ୍ଟିକୋ’ ପାଇଁ ଦ୍ୱିତୀୟଥର ପ୍ରିୟଙ୍କା ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଆୱାର୍ଡ ନେଇ ପ୍ରିୟଙ୍କା କହିଛନ୍ତି “ମୁଁ ଡ୍ରାମା କୁଇନ୍‌ ହୋଇପାରିଥିବାରୁ ଖୁବ୍‌ ଖୁସି। ଏହି ଯାତ୍ରା ଖୁବ୍‌ ସୁନ୍ଦର ଥିଲା। ଟିଭି ଧାରାବାହିକରେ ଯୋଗ ଦେବାରେ ଆଜି ମୋ ସହିତ ମନୋନୀତ ହୋଇଥିବା ସମସ୍ତ ଅଭିନେତ୍ରୀଙ୍କ ଯୋଗଦାନ ରହିଛି। ସେମାନଙ୍କ ଠାରୁ ମିଳିଥିବା ପ୍ରେରଣା ପାଇଁ ମୁଁ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି ଏବଂ ପୁରସ୍କାର ନେଇପାରିଛି”।

ନିଜ ଅଭିଭାଷଣ ଶେଷରେ ପ୍ରିୟଙ୍କା କହିଛନ୍ତି “ଏହା ମୋ ପାଇଁ ପୂରା ଦୁନିଆ ଅଟେ”।

ଏହି ଆୱାର୍ଡ ଉତ୍ସବ ଗୁରୁବାର ସକାଳେ(ଭାରତୀୟ ସମୟ ଅନୁସାରେ) ଲସଏଞ୍ଜେଲସର ମାଇକ୍ରୋସଫ୍ଟ ଥିଏଟରରେ କରାଯାଇଛି। ପ୍ରିୟଙ୍କା ଆମେରିକାନ୍‌ କ୍ରାଇମ୍‌ ଡ୍ରାମା ସିରିଜ ‘କ୍ୱାଣ୍ଟିକୋ’ରେ ମୁଖ୍ୟ ଭୂମିକାରେ ଅଛନ୍ତି। ବର୍ତ୍ତମାନ ସେ ‘କ୍ୱାଣ୍ଟିକୋ’ର ଦ୍ୱିତୀୟ ସିଜିନ୍‌ର ସୁଟିଂ କାମରେ ବ୍ୟସ୍ତ ଅଛନ୍ତି।

Related story