ହଲିଉଡ୍ ଯାଇ ହାଲତ୍ ଖରାପ

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆଜିକାଲି ବଲିଉଡରେ କମ୍ ହଲିଉଡ ଫିଲ୍ମରେ ଅଧିକ ମନ ଦେ‌ଉଛନ୍ତି। ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘କ୍ୱାଣ୍ଟିକୋ ସିଜନ୍-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ବ୍ୟସ୍ତବହୁଳ ଜୀବନ ଭିତରେ ସେ ସୁଟିଂ ସେଟ୍‌ରୁ  କିଛି ବୋଲ୍ଡ ଫଟୋ ସେୟାର କରିବାକୁ ଭୁଲୁନାହାଁନ୍ତି। ନିଜର ଆଗାମୀ ଫିଲ୍ମକୁ ନେଇ ବେଶ୍ ଖୁସିଥିବା ବେଳେ ପ୍ରିୟଙ୍କାକୁ ମିଳିଛି ଏକ ଖରାପ ଖବର। ଗତବର୍ଷ ରିଲିଜ୍‌ ହୋଇଥିଲା ପ୍ରିୟଙ୍କାଙ୍କ ପ୍ରଥମ ହଲିଉଡ୍ […]

priyanka

Rakesh Mallick
  • Published: Monday, 29 January 2018
  • , Updated: 29 January 2018, 04:17 PM IST

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆଜିକାଲି ବଲିଉଡରେ କମ୍ ହଲିଉଡ ଫିଲ୍ମରେ ଅଧିକ ମନ ଦେ‌ଉଛନ୍ତି। ଏବେ ସେ ତାଙ୍କ ଆଗାମୀ ଫିଲ୍ମ 'କ୍ୱାଣ୍ଟିକୋ ସିଜନ୍-୩'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ବ୍ୟସ୍ତବହୁଳ ଜୀବନ ଭିତରେ ସେ ସୁଟିଂ ସେଟ୍‌ରୁ  କିଛି ବୋଲ୍ଡ ଫଟୋ ସେୟାର କରିବାକୁ ଭୁଲୁନାହାଁନ୍ତି। ନିଜର ଆଗାମୀ ଫିଲ୍ମକୁ ନେଇ ବେଶ୍ ଖୁସିଥିବା ବେଳେ ପ୍ରିୟଙ୍କାକୁ ମିଳିଛି ଏକ ଖରାପ ଖବର।

ଗତବର୍ଷ ରିଲିଜ୍‌ ହୋଇଥିଲା ପ୍ରିୟଙ୍କାଙ୍କ ପ୍ରଥମ ହଲିଉଡ୍ ଫିଲ୍ମ 'ବେୱଚ୍‌'। ଫିଲ୍ମଟି ବକ୍ସ ଅଫିସ୍‌ରେ ଏତେ ସଫଳତା ପାଇଲାନି। ସେଥିରେ ପ୍ରିୟଙ୍କାଙ୍କ ଅଭିନୟ ଓ ଲୁକ୍‌ ମଧ୍ୟ ଏତେ ଗ୍ରହଣଯୋଗ୍ୟ ନଥିଲା ବୋଲି ଖବର ମିଳୁଛି। ଏବେ '୩୮ତମ Annual Golden Raspberry Awardsରେ 'ବେୱଚ୍‌'କୁ ଟପ୍‌ ଫ୍ଲପ୍‌ ଫିଲ୍ମ ଲିଷ୍ଟରେ ସାମିଲ କରାଯାଇଛି। ଏହି ଫିଲ୍ମର ବିଭିନ୍ନ କାଟାଗୋରିକୁ ଏହି ଆୱାର୍ଡ ପାଇଁ ନୋମିନେଟ୍ କରାଯାଇଛି। ପ୍ରତିବର୍ଷ ସବୁଠୁ ବଡ ଫ୍ଳପ୍ ଫିଲ୍ମକୁ ଏହି ଆୱାର୍ଡ ଦିଆଯାଏ।

Related story