ବିଶ୍ୱର ସବୁଠୁ ପ୍ରଭାବଶାଳୀ ହେଲେ ସଲମାନ୍ ଓ ପ୍ରିୟଙ୍କା, କମିଲା ଦୁଇ ଖାନ୍‌ଙ୍କ କ୍ରେଜ୍‌  

ମୁମ୍ବାଇ:ବିଗତ ୯ ବର୍ଷ ହେବ ସଲମାନ୍ ଖାନ୍‌ ଓ ପ୍ରିୟଙ୍କା ଚୋପ୍ରା ବଡ଼ ପରଦାରେ ଏକାଠି ନଜର ଆସିନାହାଁନ୍ତି। ହେଲେ ଲମ୍ବା ସମୟର ବ୍ୟବଧାନ ପରେ ପୁଣିଥରେ ଦୁହିଁଙ୍କ ଯୋଡ଼ିକୁ ନେଇ ଚର୍ଚ୍ଚା ହେଉଛି। ଆପଣ ଭାବୁଥିବେ ସେମାନଙ୍କର ନିଶ୍ଚୟ କିଛି ଫିଲ୍ମ କି ଆଡ୍ ଆସୁଛି।  ହେଲେ କଥା ସେୟା ନୁହଁ। ତେବେ ଆପଣଙ୍କୁ ଆଉ ଅନ୍ଧାରରେ  ନରଖି ପ୍ରକୃତ କଥା ଟା କହିଦେଉଛୁ। ନିକଟରେ Variety ଲିଷ୍ଟରେ ସଲମାନ୍ ଓ ପ୍ରିୟଙ୍କାଙ୍କ ନାମ ବିଶ୍ୱର […]

priyank-salman-story_120412051417

Rakesh Mallick
  • Published: Saturday, 02 December 2017
  • , Updated: 02 December 2017, 08:27 AM IST

ମୁମ୍ବାଇ:ବିଗତ ୯ ବର୍ଷ ହେବ ସଲମାନ୍ ଖାନ୍‌ ଓ ପ୍ରିୟଙ୍କା ଚୋପ୍ରା ବଡ଼ ପରଦାରେ ଏକାଠି ନଜର ଆସିନାହାଁନ୍ତି। ହେଲେ ଲମ୍ବା ସମୟର ବ୍ୟବଧାନ ପରେ ପୁଣିଥରେ ଦୁହିଁଙ୍କ ଯୋଡ଼ିକୁ ନେଇ ଚର୍ଚ୍ଚା ହେଉଛି। ଆପଣ ଭାବୁଥିବେ ସେମାନଙ୍କର ନିଶ୍ଚୟ କିଛି ଫିଲ୍ମ କି ଆଡ୍ ଆସୁଛି।  ହେଲେ କଥା ସେୟା ନୁହଁ। ତେବେ ଆପଣଙ୍କୁ ଆଉ ଅନ୍ଧାରରେ  ନରଖି ପ୍ରକୃତ କଥା ଟା କହିଦେଉଛୁ। ନିକଟରେ Variety ଲିଷ୍ଟରେ ସଲମାନ୍ ଓ ପ୍ରିୟଙ୍କାଙ୍କ ନାମ ବିଶ୍ୱର ୫୦୦ ଜଣ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଛି।  Variety  ହେଉଛି ଆମେରିକୀୟ ଏଣ୍ଟରଟେନ୍‌ମେଣ୍ଟ ଟ୍ରେଡ୍ ମାଗାଜିନ୍। ଏହି ତାଲିକାରେ ୫୦୦ ଜଣଙ୍କ ଭିତରୁ ୧୦ ଜଣ ଭାରତୀୟ ଅଛନ୍ତି।  ପୂର୍ବରୁ ଏହି  ତାଲିକାରେ ଶାହାରୁଖ ଓ ଆମୀର ଖାନ୍‌ ନାଁ ଆଗରେ ଥିଲା। ହେଲେ ଏ ବର୍ଷ ଏହି ଦୁଇ ଜଣ ମେଗା ଷ୍ଟାର ପଛରେ ପଡ଼ିଯାଇଛନ୍ତି।

ସଲମାନ୍ ଓ ପ୍ରିୟଙ୍କା ସମ୍ପର୍କରେ ଏହି ମାଗାଜିନ୍‌ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଥିଲା । ଉଭୟେ ଅନେକ ସମୟରୁ ବକ୍ସ ଅଫିସ୍‌ରେ ରାଜ କରଥିବା Variety ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲା। ତେଣୁ ସେମାଙ୍କ ନାଁ ବିଶ୍ୱର ୫୦୦ ଜଣ ସବୁଠୁ ପାୱାରଫୁଲ୍ ବ୍ୟକ୍ତିଙ୍କ ତାଲିକାରେ ସାମୀଲ କରାଯାଇଛି। ଏହି ଲିଷ୍ଟରେ ସାମିଲ ଥିବା ଏହି ଦୁଇଜଣଙ୍କ ବ୍ୟତୀତ ଆଉ ୮ ଜଣ ଭାରତୀୟ ହେଲେ ଫିଲ୍ମ ମେକର୍ କରଣ ଜୋହର, ଆଦିତ୍ୟ ଚୋପ୍ରା, ପ୍ରଡ୍ୟୁସର ଏକ୍‌ତା କପୁର, ସିଦ୍ଧାର୍ଥ ରାୟ କପୁର, ମୁକେଶ ଅମ୍ବାନୀ, ଅନୀଲ ଅମ୍ବାନୀ, Essel Groupରର ଡ. ସୂଭାଷ ଚନ୍ଦ୍ରା, Zee ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେଜ୍‌ର ମ୍ୟାନେଜିଂ ଡାଇରେକ୍ଟର ଏବଂ ଚିପ୍ ଏକ୍ଜୁକେଟିଭ୍ ଚିଫ୍ ପୁନୀତ୍ ଗୋଇଁକା, କିଶୋର ଲୁଲା ଓ ଉଦୟ ଶଙ୍କର।

Related story