ମୁମ୍ବାଇ: ନିକଟରେ ପ୍ରିୟଙ୍କା ଚୋପ୍ରା ଓ ହଲିଉଡ୍ ଗାୟକ ନିକ୍ ଜୋନ୍ସଙ୍କ ମଧ୍ୟରେ ନିର୍ବନ୍ଧ ସରିଛି। ନିର୍ବନ୍ଧ ପରେ ସେମାନଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। କିନ୍ତୁ ଏହାସହ ସେମାନଙ୍କ ମଧ୍ୟରେ ଥିବା ବୟସର ବ୍ୟବଧାନକୁ ନେଇ ମଧ୍ୟ ଚାରିଆଡ଼େ ଚର୍ଚ୍ଚା ହେଉଛି।
ତେବେ ବଲିଉଡ୍ ହିରୋଇନ୍ ମାନେ ନିଜଠାରୁ କମ୍ ବୟସର ବ୍ୟକ୍ତିଙ୍କୁ ବିବାହ କରିବା କିଛି ନୂଆ କଥା ନୁହେଁ। ତେବେ ଆସନ୍ତୁ ଜାଣିବା ବଲିଉଡ୍ରେ କେଉଁ ଅଭିନେତ୍ରୀମାନେ ନିଜଠାରୁ କମ୍ ବୟସର ବ୍ୟକ୍ତିଙ୍କୁ ବିବାହ କରିଛନ୍ତି।
ଐଶ୍ୱର୍ଯ୍ୟା ରାୟ ବଚ୍ଚନ: ଐଶ୍ୱର୍ଯ୍ୟା ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ। ସେ ଅଭିନେତା ଅଭିଷେକ୍ ବଚ୍ଚନଙ୍କୁ ୨୦୦୭ରେ ବିବାହ କରିଥିଲେ। ସେ ଅଭିଷେକ୍ଙ୍କଠାରୁ ତିନି ବର୍ଷ ବଡ଼।
ବିପାଶା ବାସୁ: ସେ ୨୦୧୬ ଏପ୍ରିଲ୍ ୩୦ ତାରିଖରେ କରଣଙ୍କୁ ବିବାହ କରିଥିଲେ। ଦୁହେଁ ୨୦୧୫ରେ ରିଲିଜ୍ ହୋଇଥିବା ‘ଏଲୋନ୍’ ଫିଲ୍ମରେ ଏକାଠି କାମ କରିଥିଲେ। ଆଉ ସେବେଠୁ ଦୁହିଁଙ୍କ ଭିତରେ ନିବିଡ଼ତା ବଢ଼ିଥିଲା। ବିପାଶା କରଣଙ୍କ ଠାରୁ ୩ ବର୍ଷ ବଡ଼।
ସୋହା ଅଲ୍ଲୀ ଖାନ୍: ସେ କୁନାଲ୍ ଖେମ୍ମୁଙ୍କୁ ୨୦୧୫ରେ ବିବାହ କରିଥିଲେ। ସେମାନଙ୍କର ଏକ ଝିଅ ହୋଇଛି। କୁନାଲଙ୍କଠାରୁ ସୋହା ୪ ବର୍ଷ ବଡ଼।
ନର୍ଗିସ୍: ବଲିଉଡ୍ ଅନ୍ୟତମ ସଫଳ ଅଭିନେତ୍ରୀ ନର୍ଗିସ୍ ଲୋକପ୍ରିୟ ଅଭିନେତା ସୁନୀଲ୍ ଦତ୍ତଙ୍କୁ ୧୯୫୮ ମସିହାରେ ବିବାହ କରିଥିଲେ। ବାହାଘର ସମୟରେ ନର୍ଗିସ୍ଙ୍କୁ ୨୯ ବର୍ଷ ହୋଇଥିଲା। ସୁନୀଲ ତାଙ୍କଠାରୁ ୬ ବର୍ଷ ସାନ ଥିଲେ।