ମୋଦିଙ୍କ ସହ ସାକ୍ଷାତ ପରେ ଚର୍ଚ୍ଚାରେ ପ୍ରିୟଙ୍କା, ସୋସିଆଲ୍‌ ମିଡିଆରେ କାହିଁକି ହେଲେ ସମାଲୋଚିତ...

ନୂଆଦିଲ୍ଲୀ: ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମଙ୍ଗଳବାର ଜର୍ମାନୀରେ ଥିଲେ। ସେହିଦିନ ବଲିଉଡ୍‌ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କର ହଲିଉଡ୍‌ ଫିଲ୍ମ ବେୱାଚ୍‌ର ପ୍ରୋମୋସନ୍ ପାଇଁ ମଧ୍ୟ ଜର୍ମାନୀର ରାଜଧାନୀ ବର୍ଲିନରେ ଉପସ୍ଥିତ ଥିଲେ। ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ କିଛି ସମୟ ବାହାର କରି ମୋଦି ଭେଟିଥିଲେ ପ୍ରିୟଙ୍କାଙ୍କୁ। ପ୍ରିୟଙ୍କା ମଧ୍ୟ ଏଥିପାଇଁ ନିଜକୁ ଭାଗ୍ୟବାନ ମଣିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସେ ଟ୍ୱିଟ୍‌ କରି ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏପରିକି ସେ […]

priyanka

Rakesh Mallick
  • Published: Thursday, 01 June 2017
  • , Updated: 01 June 2017, 10:11 AM IST

ନୂଆଦିଲ୍ଲୀ: ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମଙ୍ଗଳବାର ଜର୍ମାନୀରେ ଥିଲେ। ସେହିଦିନ ବଲିଉଡ୍‌ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କର ହଲିଉଡ୍‌ ଫିଲ୍ମ ବେୱାଚ୍‌ର ପ୍ରୋମୋସନ୍ ପାଇଁ ମଧ୍ୟ ଜର୍ମାନୀର ରାଜଧାନୀ ବର୍ଲିନରେ ଉପସ୍ଥିତ ଥିଲେ। ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ କିଛି ସମୟ ବାହାର କରି ମୋଦି ଭେଟିଥିଲେ ପ୍ରିୟଙ୍କାଙ୍କୁ। ପ୍ରିୟଙ୍କା ମଧ୍ୟ ଏଥିପାଇଁ ନିଜକୁ ଭାଗ୍ୟବାନ ମଣିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସେ ଟ୍ୱିଟ୍‌ କରି ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏପରିକି ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଏକାଉଣ୍ଟରେ ପ୍ରଧାନମନ୍ତ୍ରୀଙ୍କ ସହିତ ବସି କଥା ହେଉଥିବାର ଏକ ଫଟୋ ପୋଷ୍ଟ୍ କରିଥିଲେ। ଏହି ଫଟୋ ଅନେକଙ୍କୁ ପସନ୍ଦ ହୋଇନି। ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ପ୍ରିୟଙ୍କାଙ୍କ ବସିବା ଶୈଳୀକୁ ଅନେକ ନାପସନ୍ଦ କରିଛନ୍ତି। ତାଙ୍କର ବସିବା ଶୈଳୀ ଅସମ୍ମାନଜନକ ଥିଲା ବୋଲି କେହି କେହି ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ଅନେକ ତାଙ୍କର ପୋଷାକକୁ ନେଇ ମଧ୍ୟ ଖପ୍ପା ହୋଇଛନ୍ତି। ସେ  ଆଣ୍ଠୁ ଲୁଚୁ ନ ଥିବା ପୋଷାକ ପିନ୍ଧିଥିଲେ। କେହି କେହି ଲେଖିଛନ୍ତି ଆମ ପ୍ରଧାନମନ୍ତ୍ରୀଙ୍କ ସହ ବସିବା ବେଳେ ଅତିକମ୍‌ରେ ଆଣ୍ଠୁ ଘୋଡ଼ାଇ ହେଲା ଭଳି ପୋଷାକ ପିନ୍ଧିବାର ଥିଲା।   ଅନେକ ଏହି ଫଟୋକୁ ଦେଖି ଅଜବ ଅଜବ କ୍ୟାପ୍‌ସନ୍ ଦେଇଥିଲେ। ତେବେ ପ୍ରିୟଙ୍କା ଏହାର କଡ଼ା ଜବାବ ଦେବାକୁ ଯାଇ ତାଙ୍କର ଫେସ୍‌ବୁକ୍ ଓ ଇନ୍‌ଷ୍ଟ୍ରାଗ୍ରାମ୍ ଏକାଉଣ୍ଟରେ ଗୋଟିଏ ଫଟୋ ଛାଡ଼ିଛନ୍ତି। ଏଥିରେ ସେ ଓ ତାଙ୍କ ମା’ ଗୋଟିଏ ସ୍ଥାନରେ ବସିଛନ୍ତି ଓ ଉଭୟଙ୍କ ଗୋଡ଼ ପୂରା ପୁଙ୍ଗୁଳା ଦେଖାଯାଉଛି।

Related story