ପ୍ରିୟଙ୍କା ଚୋପ୍ରାଙ୍କ ହେବ ବିବାହ? ଏନେଇ ତାଙ୍କ ମା ଖୋଲିଲେ ମୁହଁ

ମୁମ୍ବାଇ: ଇଣ୍ଟରନ୍ୟାସନାଲ ଷ୍ଟାର ହୋଇଗଲେଣି ପ୍ରିୟଙ୍କା। ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ସବୁଠି ତାଙ୍କର ଚର୍ଚ୍ଚା। ଚାରିଆଡେ ନିଜ ଅଭିନୟର ଜାଲୱା ଦେଖାଉଥିବା ପ୍ରୟଙ୍କା କିନ୍ତୁ ଏବେ ସିଙ୍ଗଲ୍। ବିବାହ କିମ୍ବା ବୟଫ୍ରେଣ୍ଡ କଥା ପଚାରିଲେ ସେ ସବୁବେଳେ ଚୁପ ରହୁଛନ୍ତି। ତେବେ ସେ ଏହି ବିଷୟରେ କିଛି ନ କହି ଚୁପ ରହିଥିବା ବେଳେ ପ୍ରିୟଙ୍କାଙ୍କ ମା ମଧୁ ଚୋପ୍ରା ମୁହଁ ଖୋଲିଛନ୍ତି। ପ୍ରିୟଙ୍କାଙ୍କୁ କେମିତି ଜୀବନସାଥୀ ଦରକାର ସେ ବିଷୟରେ କହିଛନ୍ତି। ସେ […]

priyanka-chopra

Rakesh Mallick
  • Published: Thursday, 06 July 2017
  • , Updated: 06 July 2017, 06:45 PM IST

ମୁମ୍ବାଇ: ଇଣ୍ଟରନ୍ୟାସନାଲ ଷ୍ଟାର ହୋଇଗଲେଣି ପ୍ରିୟଙ୍କା। ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ସବୁଠି ତାଙ୍କର ଚର୍ଚ୍ଚା। ଚାରିଆଡେ ନିଜ ଅଭିନୟର ଜାଲୱା ଦେଖାଉଥିବା ପ୍ରୟଙ୍କା କିନ୍ତୁ ଏବେ ସିଙ୍ଗଲ୍। ବିବାହ କିମ୍ବା ବୟଫ୍ରେଣ୍ଡ କଥା ପଚାରିଲେ ସେ ସବୁବେଳେ ଚୁପ ରହୁଛନ୍ତି। ତେବେ ସେ ଏହି ବିଷୟରେ କିଛି ନ କହି ଚୁପ ରହିଥିବା ବେଳେ ପ୍ରିୟଙ୍କାଙ୍କ ମା ମଧୁ ଚୋପ୍ରା ମୁହଁ ଖୋଲିଛନ୍ତି। ପ୍ରିୟଙ୍କାଙ୍କୁ କେମିତି ଜୀବନସାଥୀ ଦରକାର ସେ ବିଷୟରେ କହିଛନ୍ତି।

ସେ କହିଛନ୍ତି “ ମୁଁ ଚାହୁଁଛି ପ୍ରିୟଙ୍କାର ଜୀବନସାଥୀ ଏମିତି ହେବା ଦରକାର ଯିଏ ତାର ମୂଲ୍ୟ ବୁଝୁଥିବ। ମୋ ଝିଅ ସଫଳତା ପାଇବା ପାଇଁ ଏବଂ ଆଜି ଏହି ସ୍ଥାନରେ ପହଁଚିବା ପାଇଁ ବହୁତ ପରିଶ୍ରମ କରିଛି, ମୁ ତାକୁ ଉପଦେଶ ଦେବି କି ସେମିତି କେଉଁ ପିଲା ପାଇଁ କିଛି ବଳିଦାନ ଦେବନି ଯେଉଁପିଲା ତାର ମୁଲ୍ୟ ବୁଝୁ ନ ଥିବ ”।

ଏହା ପରେ ସେ କହିଥିଲେ, “ ମତେ ଲାଗୁନି ଏବେ ସେ ବିବାହ ନ କରି କୌଣସି ଅସୁବିଧାରେ ଅଛି ”

ତେବେ ଏଥିରୁ ଜଣା ପଡିଗଲା ଯେ ପ୍ରିୟଙ୍କାଙ୍କ ବିବାହ ପାଇଁ ତାଙ୍କ ମା ଜଲ୍‌ଦିରେ ନାହାଁନ୍ତି।

Related story