କ’ଣ କହି ଯାତ୍ରା କରିବାକୁ ଯାଉଥିଲେ ପ୍ରିୟଙ୍କା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାତ୍ରା ଦୁନିଆର ଅନ୍ୟତମ ଜଣାଶୁଣା କଳାକାର ହେଉଛନ୍ତି ପ୍ରିୟଙ୍କା। ଯାତ୍ରା ଦୁନିଆରେ ତାଙ୍କର ୯ ବର୍ଷ ପୂରି ଯାଇଛି। ଏବେ ସେ ଦଶମ ବର୍ଷରେ ପାଦ ଥାପିଛନ୍ତି। ହେଲେ ଜାଣିଛନ୍ତି, ବାହା ହେବା ପରେ ସେ ଯାତ୍ରାକୁ ଆସିଥିଲେ। ଆଉ ୩ ବର୍ଷ ଯାଏ ସେ ଯାତ୍ରା କରୁଛନ୍ତି ବୋଲି ଶାଶୂଘର ଲୋକେ ଜାଣି ନଥିଲେ। ‘ଓଟିଭି’ର ଗପସପ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ନିଜେ ପ୍ରିୟଙ୍କା ଏ କଥା କହିଛନ୍ତି। ସେ କହିଥିଲେ, […]

priyanka

Jitendra Garnayak
  • Published: Sunday, 11 August 2019
  • , Updated: 11 August 2019, 03:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାତ୍ରା ଦୁନିଆର ଅନ୍ୟତମ ଜଣାଶୁଣା କଳାକାର ହେଉଛନ୍ତି ପ୍ରିୟଙ୍କା। ଯାତ୍ରା ଦୁନିଆରେ ତାଙ୍କର ୯ ବର୍ଷ ପୂରି ଯାଇଛି। ଏବେ ସେ ଦଶମ ବର୍ଷରେ ପାଦ ଥାପିଛନ୍ତି। ହେଲେ ଜାଣିଛନ୍ତି, ବାହା ହେବା ପରେ ସେ ଯାତ୍ରାକୁ ଆସିଥିଲେ। ଆଉ ୩ ବର୍ଷ ଯାଏ ସେ ଯାତ୍ରା କରୁଛନ୍ତି ବୋଲି ଶାଶୂଘର ଲୋକେ ଜାଣି ନଥିଲେ। ‘ଓଟିଭି’ର ଗପସପ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ନିଜେ ପ୍ରିୟଙ୍କା ଏ କଥା କହିଛନ୍ତି।

ସେ କହିଥିଲେ, ଛୋଟ ବେଳୁ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ଥିଲା। ବହୁ ଡ୍ରାମାରେ ସେ ଅଭିନୟ ମଧ୍ୟ କରିଥିଲେ। ଟିଭି ଧାରାବାହିକ ଓ ଫିଲ୍ମରେ ଅଭିନୟ କରିବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା। କିନ୍ତୁ ଯାତ୍ରା ପ୍ରତି କୌଣସି ଆଗ୍ରହ ନଥିଲା। ଅଭିନୟ ପ୍ରତି ଦୁର୍ବଳତା ହେତୁ ବାହାଘର ପରେ ସିରିଏଲ୍‌ରେ ଛୋଟ ଛୋଟ ରୋଲ୍ କରିଥିଲେ। କିନ୍ତୁ ସେତେବେଳେ ‘ସଚ୍ଚିଦାନନ୍ଦ’ ଯାତ୍ରା ପାର୍ଟିର ମ୍ୟାନେଜର ତାଙ୍କୁ ଯାତ୍ରାରେ ଅଭିନୟ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ। ପାଞ୍ଚ ଛଅ ଥର ସେ ଆସି ତାଙ୍କୁ ଘରେ ଭେଟି ଅନୁରୋଧ କରିବା ପରେ ଶେଷରେ ଗୋଟିଏ ନାଟକରେ ଅଭିନୟ କରିବା ପାଇଁ ଅଗ୍ରୀମ ଦଶ ହଜାର ଟଙ୍କା ଦେଇଥିଲେ। ଏହା ପରେ ସେ ତାଙ୍କ ଅନୁରୋଧକୁ ଆଉ ଏଡ଼ାଇ ପାରିଲେ ନାହିଁ ଓ ଯାତ୍ରାରେ ସାମିଲ ହେବାକୁ ମନସ୍ଥ କରିଥିଲେ।

ପ୍ରିୟଙ୍କା ସିନା ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ତାଙ୍କ ସ୍ୱାମୀ ଏଥିରେ ରାଜି ହୋଇ ନଥିଲେ। ଅବଶ୍ୟ ସେ ଶେଷରେ ସ୍ୱାମୀଙ୍କୁ ବୁଝାଇବାକୁ ସମର୍ଥ ହୋଇଥିଲେ ଓ ନିଜ ଲକ୍ଷ୍ୟ ପଥରେ ପାଦ ବଢ଼ାଇଥିଲେ। ହେଲେ ତାଙ୍କ ଶାଶୂଘର ଲୋକେ ତିନି ବର୍ଷ ଯାଏ ଏ ବିଷୟରେ କିଛି ଜାଣି ନଥିଲେ। ପରେ ଧୀରେ ଧୀରେ ସେମାନେ ଏ ବିଷୟରେ ଜାଣିବାକୁ ପାଇଥିଲେ।

ପ୍ରିୟଙ୍କା କହିଛନ୍ତି,“ମୋ ବାପାମା’ ଏ ବିଷୟରେ ଜାଣିଥିଲେ। କିନ୍ତୁ ଶାଶୂଘର ଲୋକେ ୩ ବର୍ଷ ପର୍ଯ୍ୟନ୍ତ କିଛି ଜାଣି ନଥିଲେ। ଯେତେବେଳେ ବି ସେମାନେ ପଚାରନ୍ତି ଶୁଟିଂରେ ଯାଇଥିଲି ବୋଲି ସେମାନଙ୍କୁ କହିଦିଏ।”

ସ୍ୱାମୀଙ୍କ ନିକଟରେ ଜିଦ୍‌ କରି ଯାତ୍ରାରେ ସାମିଲ ହୋଇଥିବା ପ୍ରିୟଙ୍କାଙ୍କ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଚାଲିଥିବା ବେଳେ ସେ ଏବେ ‘ରାଜଧାନୀ ଅପେରା’ରେ ସଦସ୍ୟ ଅଛନ୍ତି।

Related story