ପ୍ରୀତି ଜିଣ୍ଟାଙ୍କ ନିଦ ହଜେଇଛି ସେକ୍ସି ସିନ୍‌: ଖୋଲିପାରେ ଆଇପିଏଲ୍ ଗୁମର

ମୁମ୍ବାଇ:ବଲିଉଡ୍‌  ଜଗତର ଅନନ୍ୟ ସୁନ୍ଦରୀ ପ୍ରୀତି ଜିଣ୍ଟାଙ୍କ ଏବେ ମନ ବିଲକୁଲ ଭଲ ନାହିଁ। ନିଜ ଗାଲର ଅନନ୍ୟ ଚମକ ଏବଂ ସୁନ୍ଦର ହସ ଲାଗି ବେଶ ଚର୍ଚ୍ଚିତ ପ୍ରୀତି ଜିଣ୍ଟାଙ୍କ ସେ ଅନ୍ଦାଜ୍ ପୁରାପୁରି ମଳିନ ପଡ଼ିଯାଇଛି।  ଆଜିକାଲି ସେ ଖୁବ୍‌ ବିଷାଦଗ୍ରସ୍ତ ରହୁଛନ୍ତି। ତାଙ୍କ ବୈବାହିକ ଜୀବନରେ ସେ ବେଶ ଖୁସ୍‌ ଥିଲେ ମଧ୍ୟ ଅନ୍ୟ ସମସ୍ୟା ତାଙ୍କୁ ବ୍ୟସ୍ତ ବିବ୍ରତ କରିଛି। ଏମିତିକି ତାଙ୍କ ନିଦ, ଭୋକ ଏବଂ ଶୋଷ ସବୁ କିଛି […]

preity-farhan-1

Rakesh Mallick
  • Published: Thursday, 22 June 2017
  • , Updated: 22 June 2017, 01:10 PM IST

ମୁମ୍ବାଇ:ବଲିଉଡ୍‌  ଜଗତର ଅନନ୍ୟ ସୁନ୍ଦରୀ ପ୍ରୀତି ଜିଣ୍ଟାଙ୍କ ଏବେ ମନ ବିଲକୁଲ ଭଲ ନାହିଁ। ନିଜ ଗାଲର ଅନନ୍ୟ ଚମକ ଏବଂ ସୁନ୍ଦର ହସ ଲାଗି ବେଶ ଚର୍ଚ୍ଚିତ ପ୍ରୀତି ଜିଣ୍ଟାଙ୍କ ସେ ଅନ୍ଦାଜ୍ ପୁରାପୁରି ମଳିନ ପଡ଼ିଯାଇଛି।  ଆଜିକାଲି ସେ ଖୁବ୍‌ ବିଷାଦଗ୍ରସ୍ତ ରହୁଛନ୍ତି। ତାଙ୍କ ବୈବାହିକ ଜୀବନରେ ସେ ବେଶ ଖୁସ୍‌ ଥିଲେ ମଧ୍ୟ ଅନ୍ୟ ସମସ୍ୟା ତାଙ୍କୁ ବ୍ୟସ୍ତ ବିବ୍ରତ କରିଛି। ଏମିତିକି ତାଙ୍କ ନିଦ, ଭୋକ ଏବଂ ଶୋଷ ସବୁ କିଛି ହଜିଯାଇଛି। ତେବେ କ’ଣ ସେହି କାରଣ ? ଆଉ କାହା ପାଇଁ ପ୍ରୀତି ଏତେ ଚିନ୍ତିତ ? ଆସନ୍ତୁ ସେ ସମ୍ପର୍କରେ ଜାଣିବା। କୁହାଯାଉଛି ପ୍ରୀତିଙ୍କୁ ଅଡ଼ୁଆରେ ପକାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବଲିଉଡର ନାମୀ କଳାକାର, ନିର୍ଦ୍ଦେଶକ, ପ୍ରଡ୍ୟୁସର ତଥା ଗାୟକ ଫରହାନ୍‌ ଅଖ୍‌ତର।

ତାଙ୍କରି ପାଇଁ ପ୍ରୀତିଙ୍କର ଏମିତି ଅବସ୍ଥା। ଖବର ମିଳିଛି ଫରହାନ୍‌ ଖୁବ୍‌ଶୀଘ୍ର ତାଙ୍କର ଏକ ୱେବ୍ ସିରିଜ୍ ଲଞ୍ଚ କରିବାକୁ ଯାଉଛନ୍ତି। ଯାହାର କାହାଣୀ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ଉପରେ ପର୍ଯ୍ୟବେଶିତ। ଏହି ୱେବ ସିରିଜ୍‌ର ଟାଇଟଲ୍‌ ରହିଛି ‘ଇନ୍‌ସାଇଡ ଏଜ୍’। ଆଇପିଏଲ ପରଦା ପଛର ସମସ୍ତ ଘଟଣାକୁ ଏଥିରେ ଚିତ୍ରଣ କରାଯାଇଛି।  ଆପଣମାନେ ବି  ଜାଣିଥିବେ ପ୍ରୀତି ଆଇପିଏଲ କିଙ୍ଗ୍ସ ଇଲେଭେନ ପଞ୍ଜାବର  କୋ-ଓନର ରହି ସାରିଛନ୍ତି। ଖବର ମୁତାବକ ଏହି ସିରିଜ୍‌ରେ ବିବେକ ଓବରୟ ଟିମ୍‌ର ଫାଉଣ୍ଡର(ମାଲିକ) ହୋଇଥିବା ବେଳେ ରିଚ୍ଚା ଚଢ଼ା ସେହି ଟିମ୍‌ର କୋ-ଓନର ଚରିତ୍ରରେ ଆସୁଛନ୍ତି। ଅର୍ଥାତ ଇନ୍‌ସାଇଡ ସିରିଜ୍‌ରେ ପ୍ରିତୀ ଜିଣ୍ଟାଙ୍କ ଭୂମିକାରେ ରିଚା ଚଡା ଅଭିନୟ କରିଛନ୍ତି।

ହେଲେ ଏହି ୱେବ ସିରିଜ ପାଇଁ ପ୍ରୀତି ସେତେଟା ବ୍ୟସ୍ତ ନୁହଁନ୍ତି। ହେଲେ ଏଥିରେ ଥିବା କିଛି ସେକ୍ସି ସିନ୍‌ ତାଙ୍କୁ ମର୍ମାହତ କରିଛି। କୁହାଯାଉଛି ଏହି ୱେବ୍‌ ସିରିଜ୍‌ର କାହାଣୀ ପ୍ରୀତି ଜିଣ୍ଟାଙ୍କ ଆଇପିଏ ଲାଇଫକୁ ନେଇ ଆଧାରିତ ହୋଇଛି। ଏହି ସିରିଜ୍‌ରେ ଟିମ୍‌ର ଫାଉଣ୍ଡର ବିବେକ ଓବରୟଙ୍କ ସହ ରିଚ୍ଚା ଚଢ଼ାଙ୍କ ଜବରଦସ୍ତ ଆପତ୍ତିଜନକ ସିନ୍‌ ରହିଛି। ଏହି କାରଣରୁ ଚିନ୍ତାରେ ପଡ଼ିଥିବା ପ୍ରୀତି ଜିଣ୍ଟା ଫରାହାନ୍‌ଙ୍କୁ ପ୍ରଶ୍ନ କରିଛନ୍ତି। ରିଲିଜ୍‌ ପୂର୍ବରୁ ପୁରା ସିରିଜ୍‌ ଦେଖେଇବାକୁ ଦାବି କରିଛନ୍ତି ପ୍ରୀତି। ହେଲେ ଏହାର କୌଣସି ଜବାବ ଦିଆଯାଇ ନାହିଁ । ଖୁବ୍‌ ଶୀଘ୍ର ଏହି ଭିଡିଓ ୟୁଟ୍ୟୁବ୍‌ରେ ଦେଖିବାକୁ ମିଳିବ। ଏହି ୱେବ୍‌ ସିରିଜ୍‌ରେ କେବଳ ଖେଳ ନୁହେଁ ଆଇପିଏଲ ସହ ଜଡ଼ିତ କୋଟି କୋଟି ଟଙ୍କାର କାରବାର, ନିଶା ଏବଂ ସେକ୍ସ ସମ୍ବନ୍ଧିତ ମଜାଦାର ବିଷୟ ରହିଛି।

Related story