ଦୁର୍ଘଟଣାରେ ଚାଲିଗଲା ଜଣାଶୁଣା ଗାୟକଙ୍କ ଜୀବନ

ଚଣ୍ଡୀଗଡ଼: ସଂଗୀତ ଜଗତରୁ ଆସିଛି ଦୁଃଖଦ ଖବର। ଆଉ ନାହାନ୍ତି ଜଣାଶୁଣା ଗାୟକ ଦିଲଜାନ୍। ପଞ୍ଜାବୀ ସିଙ୍ଗର ଦିଲଜାନଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୩୧ ବର୍ଷୀୟ ଦିଲଜାନ ମଙ୍ଗଳବାର ସକାଳେ ଅମୃତସର ନିକଟସ୍ଥ ଜାଣ୍ଡିଆଲା ଗୁରୁରେ ଏହି ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦିଲଜାନ୍ ଅମୃତସରରୁ କରତାରପୁରକୁ ଯାଉଥିଲେ, ସେହି ସମୟରେ ଦ୍ରୁତ ଗତିରେ ଯାଉଥିବା ତାଙ୍କ କାର୍ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦିଲଜାନଙ୍କର […]

Diljaan

Ranjit Kumar Jena
  • Published: Tuesday, 30 March 2021
  • , Updated: 30 March 2021, 02:40 PM IST

ଚଣ୍ଡୀଗଡ଼: ସଂଗୀତ ଜଗତରୁ ଆସିଛି ଦୁଃଖଦ ଖବର। ଆଉ ନାହାନ୍ତି ଜଣାଶୁଣା ଗାୟକ ଦିଲଜାନ୍। ପଞ୍ଜାବୀ ସିଙ୍ଗର ଦିଲଜାନଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୩୧ ବର୍ଷୀୟ ଦିଲଜାନ ମଙ୍ଗଳବାର ସକାଳେ ଅମୃତସର ନିକଟସ୍ଥ ଜାଣ୍ଡିଆଲା ଗୁରୁରେ ଏହି ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦିଲଜାନ୍ ଅମୃତସରରୁ କରତାରପୁରକୁ ଯାଉଥିଲେ, ସେହି ସମୟରେ ଦ୍ରୁତ ଗତିରେ ଯାଉଥିବା ତାଙ୍କ କାର୍ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦିଲଜାନଙ୍କର ମୃତ୍ୟୁ ହୋଇଛି।

ରିପୋର୍ଟ ମୁତାବକ, କାର୍ ଓ ଟ୍ରକ୍ ମଧ୍ୟ ମୁହାଁମୁହିଁ ଧକ୍କା ହୋଇଛି, ଯାହା ପରେ ସ୍ଥାନୀୟ ଲୋକେ ଦିଲଜାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଲଜାନଙ୍କର ପତ୍ନୀ ଓ ତାଙ୍କର ପିଲା କାନାଡାରେ ରୁହନ୍ତି।

 

View this post on Instagram

 

A post shared by master Saleem (@mastersaleem786official)


ଦିଲଜାନଙ୍କ ଦୁର୍ଘଟଣା ଅମୃତସର-ଜଳନ୍ଧର ଜିଟି ରୋଡରେ ହୋଇଛି। କାରରେ ଦିଲଜାନ୍ ଏକାକୀ ଥିଲେ। ସେ ଅମୃତସରରୁ ନିଜର ହୋମ୍ ଟାଉନ୍ କରତାରପୁର ଯାଉଥିଲେ। ପୁଲିସ୍ ଏକ ଦୁର୍ଘଟଣା ମାମଲା ଦାୟର କରି ଏହାର ତଦନ୍ତ ଆରମ୍ଭ କରିଦେଇଛି। ଦୁର୍ଘଟଣା ସମୟରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗାୟକଙ୍କ କାରର ବେଗ ବହୁତ ଦ୍ରୁତ ଥିଲେ। ଯେତେବେଳେ କାରଟି ଟ୍ରକକୁ ଧକ୍କା ମାରିଲା, କାରଟି ଓଲଟି ଯାଇଥିଲା। ଦିଲଜାନଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପୁଲିସ୍ ପଠାଇ ଦେଇଛି।

 

View this post on Instagram

 

A post shared by Ravinder Grewal (@ravindergrewalofficial)

ଦିଲଜାନଙ୍କ ମୃତ୍ୟୁ ଖବର ପାଇବା ପରେ ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ସୋଶାଲ ମିଡିଆରେ ଅନେକ ସେଲିବ୍ରିଟୀ ଦିଲଜାନଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି।

ଦିଲଜାନ୍ ୨୦୧୨ରେ ସିଙ୍ଗିଙ୍ଗ୍ ରିୟଲିଟି ଶୋ’ ‘ସୁର କ୍ଷେତ୍ର’ରେ ଭାଗ ନେଇ ଚର୍ଚ୍ଚାକୁ ଆସିଥିଲେ। ଦିଲଜାନଙ୍କୁ ତାଙ୍କର ପଞ୍ଜାବୀ ଗୀତ ପାଇଁ ଖୁବ୍ ପସନ୍ଦ କରାଯାଉଥିଲା। ସେ ମଧ୍ୟ ଅନେକ ଭଜନ ଗାଇଥିଲେ ଏବଂ ‘ଆୱାଜ ପଞ୍ଜାବ ଦି’ରେ ମଧ୍ୟ ଭାଗ ନେଇଥିଲେ।

 

View this post on Instagram

 

A post shared by Miss Pooja (@misspooja)

ଦିଲଜାନଙ୍କ ନୂଆ ଗୀତ ଆସନ୍ତା ଏପ୍ରିଲ୍ ୨ ତାରିଖରେ ରିଲିଜ୍ ହୋଇଥାନ୍ତା ବୋଲି କହିଛନ୍ତି ତାଙ୍କ ପରିବାର ଲୋକେ। ଏଥିପାଇଁ ସେ ମିଟିଂରେ ଯୋଗ ଦେବା ପାଇଁ ସୋମବାର ନିଜ ଗାଡ଼ିରେ ଅମୃତସର ଯାଇଥିଲେ। କିନ୍ତୁ ଆଜି ସକାଳେ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Related story