ବକ୍ସ ଅଫିସ୍‌ ପରେ ଏବେ OTTରେ ଧମାଲ କରିବ 'ପୁଷ୍ପା'

ମୁମ୍ବାଇ: ଏବେ ଯୁଆଡେ ଚାହିଁବ ସିଆଡେ କେବଳ ‘ପୁଷ୍ପା’କୁ ନେଇ କ୍ରେଜ। ସାଉଥର ଷ୍ଟାଇଲିଷ୍ଟ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ଯେବେଠୁ ରିଲିଜ ହୋଇଛି ସେବେଠାରୁ ରେକର୍ଡ କରିଛି। ବକ୍ସ ଅଫିସରେ ଏହା ଧମାଲ କରିଛି। ପାଖାପାଖି ୨ଶହ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଛି ଏହି ଫିଲ୍ମ। ବକ୍ସ ଅଫିସ ପରେ ଏବେ ଓଟିଟି ପ୍ଲାଟଫର୍ମ ମୁହାଁ ହୋଇଛି ‘ପୁଷ୍ପା’। ସୁକୁମାରଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ବ୍ୟତୀତ ରଶ୍ମୀକା […]

Pushpa

Madhupriya Mistry
  • Published: Wednesday, 05 January 2022
  • , Updated: 05 January 2022, 04:17 PM IST

ମୁମ୍ବାଇ: ଏବେ ଯୁଆଡେ ଚାହିଁବ ସିଆଡେ କେବଳ 'ପୁଷ୍ପା'କୁ ନେଇ କ୍ରେଜ। ସାଉଥର ଷ୍ଟାଇଲିଷ୍ଟ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା' ଯେବେଠୁ ରିଲିଜ ହୋଇଛି ସେବେଠାରୁ ରେକର୍ଡ କରିଛି। ବକ୍ସ ଅଫିସରେ ଏହା ଧମାଲ କରିଛି। ପାଖାପାଖି ୨ଶହ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଛି ଏହି ଫିଲ୍ମ। ବକ୍ସ ଅଫିସ ପରେ ଏବେ ଓଟିଟି ପ୍ଲାଟଫର୍ମ ମୁହାଁ ହୋଇଛି 'ପୁଷ୍ପା'।

ସୁକୁମାରଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ବ୍ୟତୀତ ରଶ୍ମୀକା ମନ୍ଦନା ଲିଡ୍‌ ରୋଲରେ ଅଛନ୍ତି। ଆସନ୍ତା ଜାନୁଆରୀ ୭ ତାରିଖରେ ଏହି ଫିଲ୍ମରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ। ତାମିଲ, ମଲୟାଲମ, କନ୍ନଡ ଭାଷାରେ ଉପଲବ୍ଧ ହେବ ଏହି ଫିଲ୍ମ। ତେବେ ହିନ୍ଦୀ ଭାଷାରେ କିନ୍ତୁ ଏହା ରିଲିଜ ହେବ ନାହିଁ।

ନିକଟରେ ଏହି ଫିଲ୍ମରେ ନିଜ ଅଭିନୟକକୁ ନେଇ ଅଲ୍ଲୁ ଅର୍ଜୁନ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତ, 'ଯେତେବେଳେ ମୁଁ ଏହି ଫିଲ୍ମର ସ୍କ୍ରିପ୍ଟ ପଢ଼ିଥିଲି ସେତେବେଳେ ତୁରନ୍ତୁ ମୋତେ ତାହା ଠିକ୍‌ ଲାଗିଥିଲା। ଏହି ଚରିତ୍ରରେ ଅନେକ କିଛି ଜିନିଷ ଉପରେ ରିସର୍ଚ୍ଚ କରାଯାଇ ଟିକିନିଖି ରୂପେ ଯୋଡା ଯାଇଛି। ମୁଁ ଏହି ପ୍ରକାରର ଚରିତ୍ରରେ କେବେ ବି ନିଜ କ୍ୟାରିଅରେ ପୂର୍ବରୁ ଅଭିନୟ କରିନଥିଲି। ମୁଁ ଏହି ପ୍ରଜେକ୍ଟରେ ଭାଗ ନେଇଥିବାରୁ ନିଜକୁ ସମ୍ମାନିତ ଅନୁଭବ କରୁଛି।  ପ୍ରାଇମ୍ ଭିଡିଓରେ ରିଲିଜ୍ ହେବା ସହିତ ଏହି ଫିଲ୍ମଟି ସମଗ୍ର ବିଶ୍ୱରେ ଦର୍ଶକଙ୍କ ନିକଟରେ ପହଞ୍ଚିବ, ତାକୁ ନେଇ ମୁଁ ବେଶ୍‌ ଉତ୍ସାହିତ ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନ।'

 

View this post on Instagram

 

A post shared by amazon prime video IN (@primevideoin)

Related story