ପି.ଭି ସିନ୍ଧୁଙ୍କ ଉପରେ ହେବ ଫିଲ୍ମ

ମୁମ୍ୱାଇ: ପ୍ରଥମ ଭାରତୀୟ ଭାବେ ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନଶିପ୍‌ରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ପି.ଭି ସିନ୍ଧୁଙ୍କ ଉପରେ ଫିଲ୍ମ ନିର୍ମାଣ ହେବ। ଏହି ଫିଲ୍ମ ନିର୍ମାଣ କରିବେ ଅଭିନେତା ସୋନୁ ସୁଦ୍‌। ଏଥିପାଇଁ ସେ ଅନୁମତି ବି ପାଇ ସାରିଥିବା କହିଛନ୍ତି। ତେବେ ସିନ୍ଧୁଙ୍କ ଚରିତ୍ରରେ କିଏ ଅଭିନୟ କରିବେ, ତାହା ସ୍ପଷ୍ଟ ହୋଇନି। ଅନ୍ୟପକ୍ଷରେ ସିନ୍ଧୁ ଏହି ଚରିତ୍ର ପାଇଁ ଦୀପିକା ପାଦୁକୋନ୍‌ଙ୍କୁ ବାଛିଛନ୍ତି। ତାଙ୍କ ବାୟୋପିକ୍‌ର ମୁଖ୍ୟ ଚରିତ୍ରରେ ଦୀପିକା ଅଭିନୟ […]

sindhu

Puspanjali Panda
  • Published: Tuesday, 03 September 2019
  • , Updated: 04 September 2019, 02:50 PM IST

ମୁମ୍ୱାଇ: ପ୍ରଥମ ଭାରତୀୟ ଭାବେ ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନଶିପ୍‌ରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ପି.ଭି ସିନ୍ଧୁଙ୍କ ଉପରେ ଫିଲ୍ମ ନିର୍ମାଣ ହେବ। ଏହି ଫିଲ୍ମ ନିର୍ମାଣ କରିବେ ଅଭିନେତା ସୋନୁ ସୁଦ୍‌। ଏଥିପାଇଁ ସେ ଅନୁମତି ବି ପାଇ ସାରିଥିବା କହିଛନ୍ତି। ତେବେ ସିନ୍ଧୁଙ୍କ ଚରିତ୍ରରେ କିଏ ଅଭିନୟ କରିବେ, ତାହା ସ୍ପଷ୍ଟ ହୋଇନି।

ଅନ୍ୟପକ୍ଷରେ ସିନ୍ଧୁ ଏହି ଚରିତ୍ର ପାଇଁ ଦୀପିକା ପାଦୁକୋନ୍‌ଙ୍କୁ ବାଛିଛନ୍ତି। ତାଙ୍କ ବାୟୋପିକ୍‌ର ମୁଖ୍ୟ ଚରିତ୍ରରେ ଦୀପିକା ଅଭିନୟ କରନ୍ତୁ ବୋଲି ସେ କହିଛନ୍ତି।

ସିନ୍ଧି କହିଛନ୍ତି, “ବାୟୋପିକ୍‌କୁ ନେଇ ମୁଁ ସୋନୁଙ୍କ ସହିତ କଥା ହୋଇଛି। ତେବେ ମୁଁ ଚାହୁଁଛି ବଡ଼ ପରଦାରେ ଦୀପିକା ମୋ ଚରିତ୍ରରେ ଅଭିନୟ କରନ୍ତୁ। ସେ ଏହି ଗେମ୍‌ ଖେଳିଛନ୍ତି ଏବଂ ଜଣେ ଭଲ ଅଭିନେତ୍ରୀ ମଧ୍ୟ। ତେବେ ଦୀପିକା ଲିଡ୍‌ ରୋଲ୍‌ରେ ରହିବେ କି ନାହିଁ, ସେ ନିଷ୍ପତ୍ତି ଫିଲ୍ମ ନିର୍ମାତା ନେବେ।”

ଆପଣମାନେ ତ ଜାଣିଥିବେ, ବଲିଉଡ୍‌ ଡିଭା ଦୀପିକା ପାଦୁକୋନ୍‌ଙ୍କର ବ୍ୟାଡମିଣ୍ଟନ୍‌ ଖେଳ ସହିତ ଏକ ଅଲଗା ସମ୍ପର୍କ ରହିଛି। ସେ ହେଉଛନ୍ତି ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପ୍ରକାଶ ପାଦୁକୋନ୍‌ଙ୍କ ଝିଅ। ତା’ ସହିତ ସେ ନିଜେ ମଧ୍ୟ ଜଣେ ଜାତୀୟ ସ୍ତରର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି।

ଆଗକୁ ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ଛପକ୍‌’ ରିଲିଜ୍‌ ହେବାକୁ ଯାଉଛି। ଆସନ୍ତା ବର୍ଷ ଜାନୁଆରୀ ୧୦ ତାରିଖରେ ଏହା ରିଲିଜ୍ ହେବ।  ଏହି ଫିଲ୍ମଟି ଏସିଡ୍‌ ଆକ୍ରମଣର ସମ୍ମୁଖୀନ ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନକୁ ନେଇ ଆଧାରିତ। ମେଘନା ଗୁଲଜାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହା ବ୍ୟତୀତ ଦୀପିକା ତାଙ୍କ ସ୍ୱାମୀ ରଣବୀର ସିଂହଙ୍କ ଫିଲ୍ମ ‘୮୩’ରେ ମଧ୍ୟ ଅଭିନୟ କରିଛନ୍ତି। କ୍ରିକେଟ୍‌ର କପିଲ୍ ଦେବଙ୍କ ଜୀବନୀ ଉପରେ ତିଆରି ହେଉଥିବା ଫିଲ୍ମ ବି ଆସନ୍ତାବର୍ଷ ରିଲିଜ୍ ହେବ।

Related story