ୱେବ ସିରିଜରେ ଡେବ୍ୟୁ କରିବେ ରାଧେ ମା’ଙ୍କ ପୁଅ

ମୁମ୍ବାଇ: ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଥିବା ଆତ୍ମଘୋଷିତ ରାଧେ ମା’ଙ୍କ ପୁଅକୁ ନେଇ ଏବେ ଚର୍ଚ୍ଚା। ରାଧେ ମା’ଙ୍କର ଏକ ପୁଅ ଥିବା ଖୁବ୍‌ କମ୍‌ ଲୋକ ଜାଣିଛନ୍ତି । ତାଙ୍କ ନାମ ହରଜିନ୍ଦର ସିଂ ।  ପୂର୍ବରୁ ରାଧେ ମା’ ୱେବ ସିରିଜରେ ନଜର ଆସି ସାରିଥିବା ବେଳେ ଏବେ ତାଙ୍କ ପୁଅ ପାଳି। ରାଧେ ମା’ଙ୍କ ପୁଅ ଡେବ୍ୟୁ କରିବା କଥା ପ୍ରଚାରିତ ହେବା ପରେ ‍ଫ୍ୟାନ୍ସଙ୍କ ମଧ୍ୟରେ ତାଙ୍କୁ ଦେଖିବାକୁ […]

radhe-maa & her son

Niharika Rout
  • Published: Sunday, 03 April 2022
  • , Updated: 03 April 2022, 05:39 PM IST

ମୁମ୍ବାଇ: ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଥିବା ଆତ୍ମଘୋଷିତ ରାଧେ ମା’ଙ୍କ ପୁଅକୁ ନେଇ ଏବେ ଚର୍ଚ୍ଚା। ରାଧେ ମା’ଙ୍କର ଏକ ପୁଅ ଥିବା ଖୁବ୍‌ କମ୍‌ ଲୋକ ଜାଣିଛନ୍ତି । ତାଙ୍କ ନାମ ହରଜିନ୍ଦର ସିଂ ।  ପୂର୍ବରୁ ରାଧେ ମା’ ୱେବ ସିରିଜରେ ନଜର ଆସି ସାରିଥିବା ବେଳେ ଏବେ ତାଙ୍କ ପୁଅ ପାଳି। ରାଧେ ମା’ଙ୍କ ପୁଅ ଡେବ୍ୟୁ କରିବା କଥା ପ୍ରଚାରିତ ହେବା ପରେ ‍ଫ୍ୟାନ୍ସଙ୍କ ମଧ୍ୟରେ ତାଙ୍କୁ ଦେଖିବାକୁ ଉତ୍କଣ୍ଠା ବଢ଼ିଯାଇଛି।

ପୂର୍ବରୁ ହରଜିନ୍ଦର ‘ଡ୍ରିମ ଗାର୍ଲ’ ଓ ‘ଆଇ ଆମ ବନ୍ନି’ ପରି ଫିଲ୍ମରେ ଛୋଟ ଛୋଟ ରୋଲ କରି ସାରିଥିବା ବେଳେ ଏବେ ୱେବ ସିରିଜରେ ପାଦ ଥାପିବେ। ଅଭିନେତା ରଣଦୀପ ହୁଡ୍ଡାଙ୍କ ସହ ସେ ୱେବ ସିରିଜ ‘ଇନ୍ସପେକ୍ଟର ଅବିନାଶ’ରେ ପ୍ରମୁଖ ଭୂମିକାରେ ନଜର ଆସିବେ।

ଏକ ଇଣ୍ଟରଭିୟୁରେ ହରଜିନ୍ଦର କହିଛନ୍ତି, ଛୋଟ ବେଳୁ କ୍ରିକେଟର ନଚେତ ଆକ୍ଟର ହେବାକୁ ଚାହୁଁଥିଲି। କ୍ରିକେଟରମାନଙ୍କର ଖେଳିବାର ଏକ ବୟସ ସୀମା ରହୁଛି। ଆକ୍ଟରଙ୍କ କ୍ଷେତ୍ରରେ କିନ୍ତୁ ତାହା ଲାଗୁ ହେଉନି । ଜଣେ ଅଭିନେତା ଯେକୌଣସି ବୟସରେ ବି କ୍ୟାମେରା ସମ୍ମୁଖକୁ ଆସିପାରେ। ମୁଁ ଏମଆଇଟି ପୁନେରୁ ପାଠପଢ଼ା ଶେଷ କରିଛି। ଏହାପରେ ଧିରେ ଧିରେ ମୁଁ ଅଭିନୟ ଦୁନିଆରେ ପଶିବାରେ ଲାଗିଲି। ଏପରିକି ଷ୍ଟେଜ ପରେ ଅଭିନୟ କରି ତାଳି ପାଇବା ମୋତେ ଖୁବ୍‌ ଖୁସି ଦେଲା। ତେଣୁ ମୁଁ ଏହାକୁ କ୍ୟାରିଅର କରିବାକୁ ସ୍ଥିର କଲି।

[caption id="attachment_724749" align="aligncenter" width="650"] ହରଜିନ୍ଦର ସିଂ ।[/caption]

ନିଜ ୱେବ ସିରିଜରେ ରଣଦୀପ ହୁଡ୍ଡାଙ୍କ ସହ ଅଭିନୟ କରିବାକୁ ନେଇ ଖୁବ୍‌ ଏକ୍ସାଇଟେଡ ଅଛନ୍ତି ହରଜିନ୍ଦର । ରଣବୀର ଜଣେ ଭଲ ଆକ୍ଟର ସାଙ୍ଗକୁ ଭଲ ମଣିଷ ବି । ମୁଁ ତାଙ୍କୁ ବହୁତ ପସନ୍ଦ କରେ। ତାଙ୍କ ଅଭିନୟର ମୁଁ ବହୁତ ବଡ଼ ଫ୍ୟାନ୍‌। ଏପରିକି  ଫିଲ୍ମ ଦେଖିବାକୁ ଇଚ୍ଛା ହେଲେ ରଣଦୀପଙ୍କ ଅଭିନୀତ ଫିଲ୍ମ ଦେଖିବାକୁ ପ୍ରାଥମିକତା ଦେଇଥାଏ। ଏହି ୱେବ ସିରିଜି ସହ ଆଉ କିଛି ବଡ ପ୍ରୋଜେକ୍ଟ ବି ତାଙ୍କ ହାତରେ ଥିବା କହିଛନ୍ତି ହରଜିନ୍ଦର ।

ପୂର୍ବରୁ ‘ରାହା ଦେ ମା’ ନାମକ ୱେବ ସିରିଜରେ ଅଭିନୟ କରି ସାରିଛନ୍ତି ରାଧେ ମା’ । ଉକ୍ତ ୱେବ ସିରିଜରେ ରାଧେ ମା’ଙ୍କୁ ତାଙ୍କ ଅସଲି ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଥିଲା। ଏବେ ତାଙ୍କ ପୁଅଙ୍କ ଅଭିନୟ କେତେ ଦର୍ଶକଙ୍କୁ ଆକୃଷ୍ଟ କରିପାରୁଛି ତାହା ଭବିଷ୍ୟତରେ ଜଣାପଡ଼ିବ ।

Related story