ଶୁଣନ୍ତୁ ‘ତୋ ପ୍ରେମ ନିଶା ରଫ୍‌ତା ରଫ୍‌ତା’

Ordigital Desk
  • Published: Friday, 04 May 2018
  • , Updated: 04 May 2018, 12:28 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ତୋ ଆଖିର ଲାଜ ଛିଟା ଦେ ପିଏଇ ଦେ..ତୋ ଓଠର ମହୁ ମିଠା ଦେ ପିଏଇ ଦେ.. ସତେ ତୋରି ବିନା ଆଉ ଜିଇଁ ହୁଏନା.. ଯେମିତି ସାମୁକା ବିନା ମୁକ୍ତା ମୁକ୍ତା.. ତୋ ପ୍ରେମ ନିଶା ରଫ୍&zwnj;ତା ରଫ୍&zwnj;ତା..ଏମିତି କିଛି ଧାଡିରୁ ଆରମ୍ଭ ହୋଇଛି ଗୀତ &#039;ରଫ୍&zwnj;ତା ରଫ୍&zwnj;ତା&#039;। ଏହି ଗୀତଟିକୁ ଶୁଣିବା ମାତ୍ରେ ଆପଣ ଏକ ସୁନ୍ଦର ପ୍ରେମ ଦୁନିଆରେ ହଜିଯାଇପାରନ୍ତି। ହଁ ଆଜ୍ଞା, କାରଣ ଗୀତଟି ହିଁ ସେମିତି ହୋଇଛି। ଏଥିରେ ଆଖିର ଲାଜଠୁ ଆରମ୍ଭ କରି ଓଠର ମହୁ ପର୍ଯ୍ୟନ୍ତ ସବୁକିଛିର ବର୍ଣ୍ଣନା ରହିଛି। ଗୀତଟିକୁ ଲେଖିଛନ୍ତି ଗୀତିକାର ନିର୍ମଳ ନାୟକ।&nbsp; ଆଉ ଏହି ଶ୍ରୁତି ମଧୁର ଗୀତରେ କଣ୍ଠଦାନ କରିଛନ୍ତି ସରୋଜ ପ୍ରଧାନ ଏବଂ ଜାଗୃତି ମିଶ୍ର। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍&zwnj; ମଜୁମ୍&zwnj;ଦାର।</p> <p>ଗୀତଟି ତରଙ୍ଗ ସିନେ ପ୍ରଜକ୍&zwnj;ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ &#039;ସୁନ୍ଦରଗଡର ସଲମାନ ଖାନ୍&zwnj;&#039;ର। ଫିଲ୍ମଟି ରଜରେ ରିଲିଜ୍&zwnj; ହେବାକୁ ଯାଉଛି। ଏଥିରେ ଲିଡ୍&zwnj; ରୋଲରେ ନଜର ଆସିବେ ବାବୁସାନ୍&zwnj; ଏବଂ ନବାଗତା ଅଭିନେତ୍ରୀ ଦିବ୍ୟା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି।</p>

Related story