ଦୁଇଟି କଦଳୀର ଦାମ୍‌ ୪୪୨ ଟଙ୍କା, ବିଲ୍‌ ଦେଖି ବଲିଉଡ୍‌ କଳାକାର ତାଟକା

ମୁମ୍ୱାଇ: ବଲିଉଡ୍‌ ଅଭିନେତା ରାହୁଲ ବୋଷ୍‌ ଏବେ ଚଣ୍ଡିଗଡ଼ରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେଥିପାଇଁ ସେ ସେଠାରେ ଏକ ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ରହୁଛନ୍ତି। କିନ୍ତୁ ହୋଟେଲ୍‌ରେ ଗୋଟିଏ ବିଲ୍‌ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୱାର୍କ ଆଉଟ୍ ପରେ ସେ ଦୁଇଟି କଦଳୀ ଖାଇଥିଲେ। ତେବେ ଦୁଇଟି କଦଳୀ ସହିତ ତାଙ୍କ ପାଖକୁ ଯେଉଁ ବିଲ୍‌ଟି ପଠାଯାଇଥିଲା, ତାହା ଦେଖି ତାଙ୍କର ହୋସ୍ ଉଡ଼ିଯାଇଥିଲା। ସେ ଏହାର ଏକ ଭିଡିଓ ପ୍ରସ୍ତୁତ କରି ରାହୁଲ […]

banana

Puspanjali Panda
  • Published: Wednesday, 24 July 2019
  • , Updated: 24 July 2019, 02:37 PM IST

ମୁମ୍ୱାଇ: ବଲିଉଡ୍‌ ଅଭିନେତା ରାହୁଲ ବୋଷ୍‌ ଏବେ ଚଣ୍ଡିଗଡ଼ରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେଥିପାଇଁ ସେ ସେଠାରେ ଏକ ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ରହୁଛନ୍ତି। କିନ୍ତୁ ହୋଟେଲ୍‌ରେ ଗୋଟିଏ ବିଲ୍‌ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ୱାର୍କ ଆଉଟ୍ ପରେ ସେ ଦୁଇଟି କଦଳୀ ଖାଇଥିଲେ। ତେବେ ଦୁଇଟି କଦଳୀ ସହିତ ତାଙ୍କ ପାଖକୁ ଯେଉଁ ବିଲ୍‌ଟି ପଠାଯାଇଥିଲା, ତାହା ଦେଖି ତାଙ୍କର ହୋସ୍ ଉଡ଼ିଯାଇଥିଲା। ସେ ଏହାର ଏକ ଭିଡିଓ ପ୍ରସ୍ତୁତ କରି ରାହୁଲ ସୋଶାଲ ମିଡିଆରେ ଶେଆର୍‌ କରିଛନ୍ତି। ଏଥିରେ ସେ ହୋଟେଲ୍‌ର ସେହି ରୁମ୍‌ ସହିତ ଉକ୍ତ କଦଳୀ ଓ ବିଲ୍‌ଟିକୁ ମଧ୍ୟ ଦେଖାଇଛନ୍ତି।

ରାହୁଲ ଏ ଭିଡିଓରେ କହିଛନ୍ତି, ‘କିଏ କହୁଛି ଯେ, ଫଳ ଆପଣଙ୍କ ଜୀବନ ପାଇଁ କ୍ଷତିକାରକ ନୁହେଁ ? ଶୁଟିଂ ପାଇଁ ମୁଁ ଚଣ୍ଡିଗଡ଼ରେ ଫାଇଭ୍‌ ଷ୍ଟାର୍‌ ହୋଟେଲରେ ରହୁଛି। ଏଠାରେ ୱାର୍କ ଆଉଟ୍‌ ପରେ ମୁଁ ଖାଇବା ପାଇଁ ଦୁଇଟି କଦଳୀ ଅର୍ଡର୍‌ କରିଥିଲି। କଦଳୀ ସହିତ ଏକ ବିଲ୍‌ ଆସିଛି, ଯେଉଁଥିରେ ଦୁଇଟି କଦଳୀର ମୂଲ୍ୟ ଜିଏସ୍‌ଟି ଲଗାଇ ୪୨୨ ଟଙ୍କା ରହିଛି। ’

https://twitter.com/RahulBose1/status/1153262517961003010

ଦୁଇଟି କଦଳୀର ଏ ଦାମ୍‌କୁ ନେଇ ରାହୁଲ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ୟୁଜର୍ସ ରାହୁଲ ବୋସଙ୍କର ପୋଷ୍ଟରେ ମଜାଦାର କମେଣ୍ଟ୍‌ ଦେଉଛନ୍ତି।

ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି, ‘ଯେତିକି ଜିଏସ୍‌ଟି ଲାଗିଛି, ସେତିକି ଟଙ୍କାରେ ଗୋଟିଏ ଡର୍ଜନ୍‌ କଦଳୀ ଆସିଯିବ।’

ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ‘ଦୁଇଟି କଦଳୀର ମୂଲ୍ୟ ୪୪୨ ଟଙ୍କା ହେଲେ ଗୋଟିଏ ଡର୍ଜନ୍‌ କଦଳୀର ମୂଲ୍ୟ ୨୭୦୦ ଟଙ୍କା। ଏଥିପାଇଁ ଭାରତର କୋଟି କୋଟି ପରିବାର ଦିନରାତି କରି ୩୦ ଦିନ ପରିଶ୍ରମ କଲେ ମଧ୍ୟ ଗୋଟିଏ ଡର୍ଜନ୍‌ କଦଳୀ କିଣି ପାରୁନାହାନ୍ତି।’

https://twitter.com/ANERBBANDUTTA/status/1153267266219155457

ସୋଶାଲ ମିଡିଆରେ କିଛି ୟୁଜର୍ସ ହୋଟେଲ୍‌ ବିରୋଧରେ ଅସନ୍ତୋଷ ପ୍ରକାଶ ମଧ୍ୟ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଯଦି ଆପଣ ବାନାନା ସେକ୍‌ ମାଗିଥା’ନ୍ତେ, ତେବେ ଏହାର ମୂଲ୍ୟ ଆଇଫୋନ୍‌ ମୂଲ୍ୟ ସହିତ ସମାନ ହୋଇଥା’ନ୍ତା।’

Related story