‘ବିଗ୍‌ବସ୍‌-୧୩’ରେ ନଜର ଆସିବେ ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ

ମୁମ୍ବାଇ: ଆକ୍ଟିଂ ଅପେକ୍ଷା ନିଜ ବିବାଦୀୟ ବୟାନ ଯୋଗୁ ସବୁବେଳେ ଲାଇମ୍‌ଲାଇଟ୍‌ରେ ରହିଥାନ୍ତି ବଲିଉଡର ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ । କିଛି ଦିନ ପୂର୍ବରୁ ରାକ୍ଷୀ ନିଜର ସିକ୍ରେଟ ୱେଡିଂକୁ ନେଇ ଚର୍ଚ୍ଚାରେ ଥିଲେ। ଏବେ ପୁଣିଥରେ ନିଜ ସୋଶାଲ୍ ଆକାଉଣ୍ଟରେ ଏକ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି ରାକ୍ଷୀ। ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ‘ବିଗ୍‌ବସ୍‌-୧୩’ ରେ ନଜର ଆସିବେ ବୋଲି କହିଛନ୍ତି। ରାକ୍ଷୀ ଏହି […]

rakhi

Chinmayee Roy
  • Published: Sunday, 08 September 2019
  • , Updated: 08 September 2019, 01:08 PM IST

ମୁମ୍ବାଇ: ଆକ୍ଟିଂ ଅପେକ୍ଷା ନିଜ ବିବାଦୀୟ ବୟାନ ଯୋଗୁ ସବୁବେଳେ ଲାଇମ୍‌ଲାଇଟ୍‌ରେ ରହିଥାନ୍ତି ବଲିଉଡର ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ । କିଛି ଦିନ ପୂର୍ବରୁ ରାକ୍ଷୀ ନିଜର ସିକ୍ରେଟ ୱେଡିଂକୁ ନେଇ ଚର୍ଚ୍ଚାରେ ଥିଲେ। ଏବେ ପୁଣିଥରେ ନିଜ ସୋଶାଲ୍ ଆକାଉଣ୍ଟରେ ଏକ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି ରାକ୍ଷୀ। ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ‘ବିଗ୍‌ବସ୍‌-୧୩’ ରେ ନଜର ଆସିବେ ବୋଲି କହିଛନ୍ତି।

ରାକ୍ଷୀ ଏହି ଭିଡିଓ ମାଧ୍ୟମରେ ସଲମାନ୍ ଖାନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ‘ଛପନଛୁରୀ’ ଗୀତରେ ସଲମାନ୍‌ଙ୍କ ସହ ପର୍ଫମ କରିବାକୁ ସୁଯୋଗ ପାଇଥିବାରୁ ତାଙ୍କ ପାଦ ତଳେ ଲାଗୁ ନାହିଁ। ଏଥିଲାଗି ସେ ବିଗ୍‌ବସ୍‌ ଓ  କଲର୍ସ ଟିଭି ମ୍ୟାନେଜମେଣ୍ଟକୁ ମଧ୍ୟ ଧନ୍ୟବାଦ୍‌ ଜଣାଇଛନ୍ତି।  

https://www.instagram.com/p/B2EoeEVnzNB/?utm_source=ig_web_copy_link

“ମୁଁ  ସ୍ୱପ୍ନରେ ବି ଭାବି ପାରୁନି ଯେ  ‘ବିଗବସ୍‌’ରେ ସଲମାନଙ୍କ ସହ ପର୍ଫମ କରିବି।  ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏବେ ମୋ ଗୀତକୁ ହିଟ୍‌ ହେବାରୁ କେହି ବି ଅଟକାଇ ପାରିବେନାହିଁ।’’ ବୋଲି କହିଛନ୍ତି  ଡ୍ରାମା କୁଇନ୍‌ ରାକ୍ଷୀ ।

ସୂଚନା ଯୋଗ୍ୟ, ‘ବିଗବସ୍‌ ୧୩’ର ପ୍ରୋମୋ ଲଞ୍ଚ୍ ହୋଇ ସାରିଛି । ପ୍ରୋମୋରେ ସଲମାନ କହିଛନ୍ତି ଯେ ଏଥର ପ୍ରତିଯୋଗୀମାନଙ୍କୁ ପ୍ରଥମ ଚାରି ସପ୍ତାହ ଭିତରେ ହିଁ ଫାଇନାଲ୍‌କୁ ଯିବାକୁ ସୁଯୋଗ ମିଳିବ। ତେଣୁ ଏହି ନୂଆ ଟ୍ୱିଷ୍ଟ ବିଷୟରେ ଜାଣିବା ପରେ ଦର୍ଶକଙ୍କ ମଧ୍ୟରେ ‘ବିଗ୍‌ବସ୍‌ ୧୩’କୁ ନେଇ ଉତ୍କଣ୍ଠା ଅଧିକ ବଢ଼ିବାକୁ ଲାଗିଛି।

https://www.instagram.com/p/B2EtQlSnfKR/?utm_source=ig_web_copy_link

Related story