ମୁମ୍ୱାଇ: ରାମାୟଣକୁ ମିଳିବ ଆଉ ଏକ ନୂଆ ରୂପ। ଆମେ ରାମାୟଣକୁ ଆନିମେସନ୍ ଓ ଟିଭି ଶୋ’ ମାଧ୍ୟମରେ ଦେଖିସାରିଛୁ। ଏବେ ସିଲଭର୍ ସ୍କ୍ରିନ୍ରେ ରାମ, ସୀତା ଓ ରାବଣଙ୍କ କଥା ଦେଖିବାକୁ ମିଳିବ।
3Dରେ ଦର୍ଶକ ରାମାୟଣକୁ ସିନେମା ହଲ୍ରେ ଦେଖି ପାରିବେ । ଏହି 3D ଫିଲ୍ମକୁ ଅଲୁ ଅରବିନ୍ଦ, ନାମିତ ମଲହୋତ୍ରା ଓ ମଧୁ ମତେନାଙ୍କ ମିଶି ନିର୍ମାଣ କରିବେ।
ହିନ୍ଦୀ, ତେଲୁଗୁ ଓ ତାମିଲ ପରି ୩ଟି ଭାଷାରେ ଏହି 3D ଫିଲ୍ମ ନିର୍ମାଣ କରାଯିବ। ଫିଲ୍ମର ବଜେଟ୍ ୫୦୦ କୋଟି ଟଙ୍କା ରହିଛି। ଏହି ଫିଲ୍ମକୁ ୩ଟି ଭାଗରେ ରିଲିଜ୍ କରାଯିବ।
ସୌଜନ୍ୟ-ଦୈନିକ ଜାଗରଣ
ଫଟୋ-ଦୈନିକ ଜାଗରଣ