ଜବରଦସ୍ତ ଫ୍ୟାନ୍: ଗେଟ୍‌ ଆଗରେ ଶୋଇଲେ,କହିଲେ-ରଣବୀରଙ୍କୁ ବାହାହେବି

ମୁମ୍ବାଇ: ନିଜର ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବା ପାଇଁ ଓ ତାଙ୍କୁ ସାକ୍ଷାତ କରିବା ସମସ୍ତେ ଚାହାଁନ୍ତି। ସେମାନଙ୍କ ପାଇଁ ତାଙ୍କର ଫ୍ୟାନମାନେ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥାନ୍ତି ମଧ୍ୟ । ଏପରି କିଛି କିଛି ଘଟିଛି ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ସାଙ୍ଗରେ।ଯେଉଁ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଥରେ ଏକ ମହିଳା ପ୍ରଶଂସକ ରଣବୀରଙ୍କୁ ଭେଟିବା ପାଇଁ ତାଙ୍କ ମୁମ୍ବାଇ ସ୍ଥିତ ଘରେ ପହଞ୍ଚିଥିଲେ। ମହିଳା ପ୍ରଂଶସକ ଜଣକ ରଣବୀରଙ୍କୁ […]

ranbir.

ranbir.

Rakesh Mallick
  • Published: Saturday, 08 July 2017
  • Updated: 08 July 2017, 01:06 PM IST

Sports

Latest News

ମୁମ୍ବାଇ: ନିଜର ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବା ପାଇଁ ଓ ତାଙ୍କୁ ସାକ୍ଷାତ କରିବା ସମସ୍ତେ ଚାହାଁନ୍ତି। ସେମାନଙ୍କ ପାଇଁ ତାଙ୍କର ଫ୍ୟାନମାନେ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥାନ୍ତି ମଧ୍ୟ । ଏପରି କିଛି କିଛି ଘଟିଛି ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ସାଙ୍ଗରେ।ଯେଉଁ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଥରେ ଏକ ମହିଳା ପ୍ରଶଂସକ ରଣବୀରଙ୍କୁ ଭେଟିବା ପାଇଁ ତାଙ୍କ ମୁମ୍ବାଇ ସ୍ଥିତ ଘରେ ପହଞ୍ଚିଥିଲେ। ମହିଳା ପ୍ରଂଶସକ ଜଣକ ରଣବୀରଙ୍କୁ ଭେଟିବା ପାଇଁ  ଜିଦ୍‌ କରିଥିଲେ ଓ ତାଙ୍କୁ ବିବାହ କରିବା ପାଇଁ କହିଥିଲେ। ସିକ୍ୟୁରିଟି ଗାର୍ଡ ରଣବୀରଙ୍କୁ ଦେଖାକରିବା ପାଇଁ ଅନୁମତି ଦେଇ ନ ଥିଲେ। ପରେ ମହିଳା ପ୍ରଂଶସକ ଜଣଙ୍କ ଗେଟ୍ ଆଗରେ ଲମ୍ବା ହୋଇ ଶୋଇ ପଡ଼ିଥିଲେ। ରଣବୀର ନ ଆସିଲେ ସେ ରାସ୍ତାରୁ ଉଠିବେ ନାହିଁ ବୋଲି ଜିଦ୍ କରିଥିଲେ। ରଣବୀରଙ୍କ ଘର ଆଗରେ ପୂରା ଦିନ ମହିଳା ଜଣଙ୍କ ହୋହାଲ୍ଲା କରିଥିଲେ। ଶେଷରେ ରଣବୀର ଆସି ମହିଳା ପ୍ରଂଶସକଙ୍କୁ ଭେଟି ଓ ତାଙ୍କୁ ବୁଝାଇଥିଲେ। ମହିଳା ଜଣଙ୍କୁ ରଣବୀର ନିଜେ ତାର ଘରେ ଛାଡି ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos