'ରାଞ୍ଚି ଡାଏରୀ'କୁ ନେଇ ଚର୍ଚ୍ଚାରେ ଓଡ଼ିଆ ଯୁବକ, ଦେଖନ୍ତୁ ସୁଟିଂ ବେଳର କିଛି ଫଟୋ

ଭୁବନେଶ୍ଵର (ଓଡିଶା ରିପୋର୍ଟର): ବଲିଉଡ୍‌ରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଓଡ଼ିଆ ଯୁବକ। ସେ ହେଲେ ସାତ୍ୱିକ ମହାନ୍ତି। ତାଙ୍କ ନିର୍ମିତ ନିଆରା ହିନ୍ଦି ଚଳଚ୍ଚିତ୍ର ‘ରାଞ୍ଚି ଡାଏରୀ’ ପାଇଁ ସେ ଆସିଛନ୍ତି ଚର୍ଚ୍ଚାକୁ। ଛୋଟ ସହରରେ ବଢ଼ିଥିବା ଯୁବକ ଯୁବତୀଙ୍କ ଭିତରେ ରହିଥାଏ ଅନେକ ସ୍ୱପ୍ନ। ସେଇ ସ୍ୱପ୍ନକୁ ନେଇ ଗତିଶୀଳ ହୁଏ ସେମାନଙ୍କ ଜୀବନ। ଏମିତି ଏକ ଭାବଧାରାକୁ ନେଇ ନିର୍ମିତ ହୋଇଛି ଏହି ହିନ୍ଦି ଚଳଚ୍ଚିତ୍ର। ପ୍ରସିଦ୍ଧ ଅଭିନେତା ଅନୁପମ ଖେରଙ୍କ ଦ୍ଵାରା […]

Ordigital Desk
  • Published: Wednesday, 25 October 2017
  • Updated: 25 October 2017, 04:41 PM IST

Sports

Latest News

ଭୁବନେଶ୍ଵର (ଓଡିଶା ରିପୋର୍ଟର): ବଲିଉଡ୍‌ରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଓଡ଼ିଆ ଯୁବକ। ସେ ହେଲେ ସାତ୍ୱିକ ମହାନ୍ତି। ତାଙ୍କ ନିର୍ମିତ ନିଆରା ହିନ୍ଦି ଚଳଚ୍ଚିତ୍ର 'ରାଞ୍ଚି ଡାଏରୀ' ପାଇଁ ସେ ଆସିଛନ୍ତି ଚର୍ଚ୍ଚାକୁ।

ଛୋଟ ସହରରେ ବଢ଼ିଥିବା ଯୁବକ ଯୁବତୀଙ୍କ ଭିତରେ ରହିଥାଏ ଅନେକ ସ୍ୱପ୍ନ। ସେଇ ସ୍ୱପ୍ନକୁ ନେଇ ଗତିଶୀଳ ହୁଏ ସେମାନଙ୍କ ଜୀବନ। ଏମିତି ଏକ ଭାବଧାରାକୁ ନେଇ ନିର୍ମିତ ହୋଇଛି ଏହି ହିନ୍ଦି ଚଳଚ୍ଚିତ୍ର।

ପ୍ରସିଦ୍ଧ ଅଭିନେତା ଅନୁପମ ଖେରଙ୍କ ଦ୍ଵାରା ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ ଯୁବକ ସାତ୍ୱିକ ମହାନ୍ତି।

ଫିଲ୍ମରେ ଲିଡ୍ ରୋଲରେ ଅଭିନୟ କରିଛନ୍ତି ହିମାଂଶୁ କୋହଲୀ, ସୌନ୍ଦର୍ଯ୍ୟା ଶର୍ମା, ଅନୁପମ ଖେର ଓ ଜିମ୍ମି ଶେରିଗିଲ।

ରାଉଲକେଲାରେ ଜନ୍ମିତ ସାତ୍ୱିକଙ୍କର ପିଲାଟି ଦିନରୁ କାହାଣୀ ଲେଖା ପ୍ରତି ଥିଲା ଦୁର୍ବଳତା। ଭି.ଏଫ୍.ଏକ୍ସ. ଆଣ୍ଡ ଆନିମେସନ୍‌ରେ ଶି‍କ୍ଷା ଗ୍ରହଣ କରିସାରିବା ପରେ ସେ କିଛିଦିନ ଚାକିରି କରିଥିଲେ।

କିନ୍ତୁ କାହାଣୀ ଲେଖା ପ୍ରତି ଥିବା ଦୁର୍ବଳତା ତାଙ୍କୁ ଟାଣି ଆଣିଲା ଫିଲ୍ମ ଦୁନିଆକୁ। ନିଜ ଆନିମେସନ୍ ଶିକ୍ଷାକୁ ସେ କାହାଣୀରେ ପ୍ରୟୋଗ କରି ଆରମ୍ଭ କଲେ ନିଜର ଫିଲ୍ମ। ଶେଷରେ ପରଦାକୁ ଆସିଲା ‘ରାଞ୍ଚି ଡାଏରୀ’ ଏହା ହେଉଛି ତାଙ୍କ ଲିଖିତ ଓ ନିର୍ଦ୍ଦେଶିତ ପ୍ରଥମ ବଲିଉଡ଼ ଫିଲ୍ମ।

ଏହି ଫିଲ୍ମର କାହଣୀ ଲେଖିବା ପରେ ସେ ପହଞ୍ଚିଥିଲେ ଅମୁପମ୍ ଖେର୍‌ଙ୍କ ପାଖରେ। କାହାଣୀ ଶୁଣାଇବା ସହ ଫିଲ୍ମରେ ଅଭିନୟ କରିବାକୁ ସେ ଅନୁପମ୍‌ଙ୍କୁ ପ୍ରସ୍ତାବ ଦେଇଥିଲେ।

ଅନୁପମ ମଧ୍ୟ ତାଙ୍କ କାହାଣୀରେ ମୁଗ୍ଧ ହୋଇ ଫିଲ୍ମରେ ଅଭିନୟ କରିବାକୁ ରାଜି ହୋଇ ଯାଇଥିଲ। ଫିଲ୍ମଟି ରିଲିଜ ହେବାପରେ ଚର୍ଚ୍ଚାକୁ ଆସି ଯାଇଛନ୍ତି ସାତ୍ୱିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos