ମୁମ୍ବାଇ: ମାୟା ନଗରୀ ଛାଡି ବିଦେଶ ମୁହାଁ ହୋଇଛନ୍ତି ‘ମର୍ଦ୍ଦାନୀ’ ଷ୍ଟାର ରାଣୀ ମୁଖାର୍ଜି। ତାହା ପୂରା ଫୁଲ ପରିବାର ସହ। ସାଥିରେ ଅଛନ୍ତି ପତିଦେବ ଆଦିତ୍ୟ ଚୋପ୍ରା ଓ ତାଙ୍କ ଲାଳନା ଆଦିରା ଏବଂ ତାଙ୍କ ଶାଶୂ ପାମେଲା।
ବଲିଉଡ ଟାଉନ୍ରେ ଚର୍ଚ୍ଚା ଜୋର ଧରିଛି ଯେ, ପୂରା ପରିବାର ସହ ରାଣୀ କାଳେ ପ୍ୟାରିସ୍ରେ ଘର କରିବେ। କିନ୍ତୁ ସେ ଏକ ୬-ବିଏଚକେ ଘର ଭଡା ସୁତ୍ରରେ ନେଇଥିବା ଜଣାପଡିଛି। ସେଠାରେ ପରିବାର ସହ ରହିବେ। ଏବଂ ଝିଅ ଆଦିରାଙ୍କ ଲାଳନପାଳନରେ ମନ ଦେବେ। ଏଥିପାଇଁ ମୁମ୍ବାଇରୁ ବ୍ୟାଗ୍ବ୍ୟାଗେଜ୍ ସହ ପ୍ୟାରିସ ଯାଇଛନ୍ତି ରାଣୀଙ୍କ ପୁରା ଫ୍ୟାମିଲି। ଅନ୍ୟପକ୍ଷରେ ନର୍ଗିସ ଫକ୍ରୀଙ୍କ ସହ ଉଦୟ ଚୋପ୍ରାଙ୍କର ବ୍ରେକ୍ ଅପ୍ ହେବା ପରେ ସେ ମଧ୍ୟ ପରିବାର ସହ ଯୋଡି ହେଉଥିବା ଜଣାପଡିଛି।
ସୂଚନାଯୋଗ୍ୟ, ରଣବୀର ସିଂହ ଓ ବାଣୀ କପୁରଙ୍କ ଅଭିନୀତ ‘ବେଫିକ୍ର’ ପାଇଁ ଆଦିତ୍ୟ ଚୋପ୍ରା ପ୍ୟାରିସ୍ରେ ବହୁଦିନ ହେବ ଡେରା ପକାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।