ଆଉ ଗୋଟିଏ ଗୀତ ଗାଇଲେ ରାନୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାନାଘାଟ ରେଲୱେ ଷ୍ଟେସନ୍‌ରେ ଗୀତ ଗାଇ ସୋଶାଲ୍‌ ମିଡିଆରେ ରାତାରାତି ସୁପର୍‌ଷ୍ଟାର୍‌ ହୋଇଥିବା ରାନୁ ମଣ୍ଡଳ ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢ଼ିବାରେ ଲାଗିଛନ୍ତି। ନିକଟରେ ସେ ହିମେଶ ରେଶମିଆଁଙ୍କ ଫିଲ୍ମ ‘ହାପି ହାର୍‌ଡି ଆଣ୍ଡ୍‌ ହୀର୍‌’ରେ ‘ତେରୀ ମେରୀ କାହାନୀ’ ଗୀତ ରେକର୍ଡ କରିଥିଲେ। ଏହି ଗୀତଟିର ରେକର୍ଡିଂ ବେଳର ଭିଡିଓ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। ବଡ଼ କଥା ହେଉଛି ‘ତେରୀ ମେରୀ କାହାନୀ’ ପରେ ରାନୁ ମଣ୍ଡଳ […]

ranu

Puspanjali Panda
  • Published: Friday, 30 August 2019
  • , Updated: 30 August 2019, 03:53 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାନାଘାଟ ରେଲୱେ ଷ୍ଟେସନ୍‌ରେ ଗୀତ ଗାଇ ସୋଶାଲ୍‌ ମିଡିଆରେ ରାତାରାତି ସୁପର୍‌ଷ୍ଟାର୍‌ ହୋଇଥିବା ରାନୁ ମଣ୍ଡଳ ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢ଼ିବାରେ ଲାଗିଛନ୍ତି। ନିକଟରେ ସେ ହିମେଶ ରେଶମିଆଁଙ୍କ ଫିଲ୍ମ ‘ହାପି ହାର୍‌ଡି ଆଣ୍ଡ୍‌ ହୀର୍‌’ରେ ‘ତେରୀ ମେରୀ କାହାନୀ’ ଗୀତ ରେକର୍ଡ କରିଥିଲେ। ଏହି ଗୀତଟିର ରେକର୍ଡିଂ ବେଳର ଭିଡିଓ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା।

ବଡ଼ କଥା ହେଉଛି ‘ତେରୀ ମେରୀ କାହାନୀ’ ପରେ ରାନୁ ମଣ୍ଡଳ ଆଉ ଏକ ଗୀତ ରେକର୍ଡ କରିଛନ୍ତି। ବଲିଉଡ୍‌ ଗାୟକ ହିମେଶ ରେଶମିଆଁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେଆର କରି ଏହି ସୂଚନା ଦେଇଛନ୍ତି। ଏହି ଭିଡିଓରେ ରାନୁ ମଣ୍ଡଳ ତାଙ୍କ ସହିତ ଷ୍ଟୁଡିଓରେ ଅଛନ୍ତି ଓ ଗୀତ ଗାଉଛନ୍ତି।

https://www.instagram.com/p/B1xxoiNDyA_/?utm_source=ig_web_copy_link

ରାନୁ ଗୀତ ଗାଉଥିବା ଭିଡିଓ ପୋଷ୍ଟ୍‌ କରି ହିମେଶ୍‌ ଲେଖିଛନ୍ତି, ‘ତେରୀ ମେରୀ କାହାନୀ’ ଗୀତକୁ ଭଲ ଭାବେ ଗାଇବା ପରେ ରାନୁ ମଣ୍ଡଳଙ୍କ ସୁମଧୁର ସ୍ୱରରେ ‘ହାପି ହାର୍ଡି ଆଣ୍ଡ୍‌ ହୀର୍‌’ ଫିଲ୍ମ ପାଇଁ ଆଉ ଏକ ଗୀତ ରେକର୍ଡ କରାଯାଇଛି। ଏଠାରେ ଗୀତର କିଛି ଝଲକ୍‌ ଦିଆଯାଇଛି।’

https://www.instagram.com/p/B1lQ_LLj3wx/?utm_source=ig_web_copy_link

ସୂଚନାଯୋଗ୍ୟ, ରାନୁ ମଣ୍ଡଳଙ୍କ ଗୀତ ଗାଇବା ଶୈଳୀରେ ହିମେଶ୍‌ ଖୁବ୍ ପ୍ରଭାବିତ ହୋଇଥିଲେ। ସୁପର୍‌ଷ୍ଟାର୍‌ ସିଙ୍ଗର୍‌ର ମଞ୍ଚ ଉପରେ ରାନୁଙ୍କ କଣ୍ଠରୁ ‘ଏକ୍‌ ପ୍ୟାର୍‌ କା ନଗ୍‌ମା ହୈ’ ଗୀତ ଶୁଣିବା ପରେ ସେ ତାଙ୍କୁ ତାଙ୍କ ଫିଲ୍ମରେ ଗୀତ ଗାଇବା ପାଇଁ ଅନୁରୋଧ କରିଥିଲେ। ଏନେଇ ହିମେଶ ତାଙ୍କୁ କହିଥିଲେ,“ସଲ୍‌ମାନ୍‌ ଖାନ୍‌ଙ୍କ ବାପା କହନ୍ତି, ଯେତେବେଳେ ବି କୌଣସି ନୂଆ ପ୍ରତିଭା ଦେଖୁଛ, ତାଙ୍କୁ ଆଗକୁ ଆଣିବା ପାଇଁ ଚେଷ୍ଟା କର। ଏଥିପାଇଁ ମୁଁ ଚାହୁଁଛି, ଆପଣ ମୋ ଫିଲ୍ମରେ ଗୀତ ଗାଆନ୍ତୁ।”

Related story