ଝିଅ ସହିତ ମହମ୍ମଦ ରଫିଙ୍କ ଗୀତ ଗାଇଲେ ରାନୁ , ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ରେଲୱେ ପ୍ଲାଟଫର୍ମରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ବଲିଉଡ୍‌ରେ ଇଣ୍ଡଷ୍ଟ୍ରୀରେ ପାଦ ରଖିଥିବା ରାନୁ ମଣ୍ଡଳ ଇଣ୍ଟରନେଟ୍‌ର ନୂଆ ସୁପରଷ୍ଟାର ଭାବରେ ପରିଚିତ ହୋଇଛନ୍ତି। ତାଙ୍କର ଗୀତକୁ ସୋଶାଲ ମିଡିଆରେ ୟୁଜର୍ସ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ରାନୁ ବଲିଉଡ୍‌ ସିଙ୍ଗର୍‌ ହିମେଶ ରେଶମିଆଙ୍କ ସହିତ ତିନୋଟି ଗୀତ ରେକର୍ଡ କରି ସାରିଛନ୍ତି। ବର୍ତ୍ତମାନ ରାନୁଙ୍କର ଆଉ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ରାନୁ ତାଙ୍କ ଝିଅ ଏଲିଜାବେଥ୍‌ ସାଥି […]

ranu2

Puspanjali Panda
  • Published: Wednesday, 11 September 2019
  • , Updated: 12 September 2019, 11:33 AM IST

ନୂଆଦିଲ୍ଲୀ: ରେଲୱେ ପ୍ଲାଟଫର୍ମରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ବଲିଉଡ୍‌ରେ ଇଣ୍ଡଷ୍ଟ୍ରୀରେ ପାଦ ରଖିଥିବା ରାନୁ ମଣ୍ଡଳ ଇଣ୍ଟରନେଟ୍‌ର ନୂଆ ସୁପରଷ୍ଟାର ଭାବରେ ପରିଚିତ ହୋଇଛନ୍ତି। ତାଙ୍କର ଗୀତକୁ ସୋଶାଲ ମିଡିଆରେ ୟୁଜର୍ସ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।

ରାନୁ ବଲିଉଡ୍‌ ସିଙ୍ଗର୍‌ ହିମେଶ ରେଶମିଆଙ୍କ ସହିତ ତିନୋଟି ଗୀତ ରେକର୍ଡ କରି ସାରିଛନ୍ତି। ବର୍ତ୍ତମାନ ରାନୁଙ୍କର ଆଉ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ରାନୁ ତାଙ୍କ ଝିଅ ଏଲିଜାବେଥ୍‌ ସାଥି ରାୟଙ୍କ ସହିତ ଗୀତ ଗାଉଛନ୍ତି। ଯାହାକୁ ସୋଶାଲ ମିଡିଆରେ ୟୁଜର୍ସ ପସନ୍ଦ କରିବା ସହିତ ଭାଇରାଲ୍‌ କରୁଛନ୍ତି।

https://www.instagram.com/p/B1tW5PDHsUy/?utm_source=ig_web_copy_link

ମା’ଙ୍କର ଲୋକପ୍ରିୟତା ଦେଖି ଏଲିଜାବେଥ୍‌ ସୋଶାଲ ମିଡିଆରେ ଗୀତ ଗାଇଛନ୍ତି। ଯେଉଁଥିରେ ରାନୁ ମଧ୍ୟ ତାଙ୍କ ସହିତ ଗୀତ ଗାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଏଲିଜାବେଥ୍‌ ମହମ୍ମଦ ରଫିଙ୍କ ଗୀତ ‘ଆଜକଲ୍‌ ତେରେ ମେରେ ପ୍ୟାର୍‌ କେ ଚର୍ଚ୍ଚେ’ ଗାଉଛନ୍ତି ଏବଂ ରାନୁ ଏଥିରେ ତାଙ୍କ ସ୍ୱର ସହିତ ସ୍ୱର ମିଳାଇଛନ୍ତି।

ଲୋକପ୍ରିୟତା ମିଳିବା ପରେ ରାନୁ ମଣ୍ଡଳଙ୍କ ଝିଅ ଏଲିଜାବେଥ୍‌ ସାମ୍ନାକୁ ଆସିଥିଲେ। ସୋଶାଲ ମିଡିଆରେ ଲୋକେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ।

ସୂଚନାଯୋଗ୍ୟ ଯେ ଗତକାଲି ରାନୁଙ୍କର ‘ତେରୀ ମେରୀ କାହାନୀ’ ଗୀତ ରିଲିଜ୍‌ ହୋଇଛି। ଏହି ଗୀତଟି ହିମେଶ ରେଶମିଆଙ୍କ ‘ହାପି ହାର୍‌ଡି ଆଣ୍ଡ୍‌ ହିର୍‌’ ଫିଲ୍ମର ଗୀତ। ଏହି ଗୀତଟି ରିଲିଜ୍‌ ହେବା ପରେ ୟୁଟ୍ୟୁବ୍‌ରେ ଟ୍ରେଣ୍ଡ ହେଉଛି।

https://youtu.be/VCTk-IUNnpc

Related story