‘ପଦ୍ମାବତ୍‌’ ପରେ ‌ପାଉଣା ବଢ଼ାଇଲେ ରଣବୀର, ଗର୍ଲଫ୍ରେଣ୍ଡଙ୍କ ସମସ୍କନ୍ଧ ହେଲେ

ମୁମ୍ବାଇ: ସଞ୍ଜୟଲୀଲା ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତ୍‌’ରେ ଜବରଦସ୍ତ ଅଭିନୟ କରି ଖୁବ୍‌ ପ୍ରଶଂସା ସାଉଣ୍ଟିଛନ୍ତି ଅଭିନେତା ରଣବୀର ସିଂହ। ସେ ଅଭିନୟ କରିଥିବା ଆଲ୍ଲାଉଦ୍ଦିନ୍‌ଙ୍କ ଚରିତ୍ର ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁଛି। ଦର୍ଶକେ ରଣବୀରଙ୍କ ଚରିତ୍ରକୁ ଖୁବ୍ ବାଃ ବାଃ କରିଛନ୍ତି। ଖବର ମୁତାବକ ଏହି ଫିଲ୍ମର ସଫଳତା ପରେ ରଣବୀର ଏବେ ନିଜ ଫି’ ବଢେଇ ଦେଇଛନ୍ତି। ଏବେ ସେ ଗୋଟିଏ ଫିଲ୍ମ କରିବାକୁ ୧୩ କୋଟି ଟଙ୍କା ଚାର୍ଜ କରୁଛନ୍ତି। ରଣବୀରଙ୍କ କ୍ୟାରିୟରରେ ସଫଳ […]

Deepika

Rakesh Mallick
  • Published: Sunday, 11 February 2018
  • , Updated: 11 February 2018, 02:02 PM IST

ମୁମ୍ବାଇ: ସଞ୍ଜୟଲୀଲା ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତ୍‌’ରେ ଜବରଦସ୍ତ ଅଭିନୟ କରି ଖୁବ୍‌ ପ୍ରଶଂସା ସାଉଣ୍ଟିଛନ୍ତି ଅଭିନେତା ରଣବୀର ସିଂହ। ସେ ଅଭିନୟ କରିଥିବା ଆଲ୍ଲାଉଦ୍ଦିନ୍‌ଙ୍କ ଚରିତ୍ର ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁଛି। ଦର୍ଶକେ ରଣବୀରଙ୍କ ଚରିତ୍ରକୁ ଖୁବ୍ ବାଃ ବାଃ କରିଛନ୍ତି। ଖବର ମୁତାବକ ଏହି ଫିଲ୍ମର ସଫଳତା ପରେ ରଣବୀର ଏବେ ନିଜ ଫି’ ବଢେଇ ଦେଇଛନ୍ତି। ଏବେ ସେ ଗୋଟିଏ ଫିଲ୍ମ କରିବାକୁ ୧୩ କୋଟି ଟଙ୍କା ଚାର୍ଜ କରୁଛନ୍ତି।

ରଣବୀରଙ୍କ କ୍ୟାରିୟରରେ ସଫଳ ଫିଲ୍ମଗୁଡ଼ିକ ମଧ୍ୟରୁ ‘ପଦ୍ମାବତ୍’ ଗୋଟିଏ।  ଏହି ଫିଲ୍ମରେ ତାଙ୍କ ନେଗେଟିଭ୍‌ ଚରିତ୍ରକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ତେଣୁ ରଣବୀର ନିଜ ଆଗାମୀ ଫିଲ୍ମ ପାଇଁ ଫିସ୍‌ ବଢେଇ ଦେଇଛନ୍ତି। ଏହି ଫିଲ୍ମରେ ଦୀପିକା ରଣବୀର ଓ ସାହିଦ୍‌ଙ୍କ ଠାରୁ ଅଧିକ ଟଙ୍କା ନେଇଛନ୍ତି।

କିଛିଦିନ ପୂର୍ବରୁ ରଣବୀର ଇଣ୍ଡିଆ ଟୁଡେ କୁ ଦେଇଥିବା ଏକ ସାକ୍ଷତକାରରେ କହିଥିଲେ ଆଲ୍ଲାଉଦ୍ଦିନ ଚରିତ୍ର ଏକ ସଇତାନ୍‌ ଚରିତ୍ର ଥିଲା। ସେହି ଚରିତ୍ରକୁ ସଠିକ୍‌ ଭାବେ କରିବାକୁ ତାଙ୍କ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଥିଲା।

Related story