କିଏ ଏହି ନୂଆ ଖେଳାଳି?

ମୁମ୍ବାଇ: ବଲିଉଡ୍‌ର ଆଗଧାଡ଼ିର ନାୟକ ରଣବୀର ସିଂହଙ୍କର ଆଜି ହେଉଛି ୩୪ତମ ଜନ୍ମ ଦିନ। ଏହି ଅବସରରେ ସେ ସୋଶାଲ୍‌ ମିଡିଆରେ ତାଙ୍କର ଅପ୍‌କମିଂ ଫିଲ୍ମ ‘83’ରେ ନିଜର ଫାଷ୍ଟ୍‌ ଲୁକ୍‌ ଶେଆର କରିଛନ୍ତି। ଏହି ଫଟୋରେ ତାଙ୍କୁ କପିଲ ଦେବଙ୍କ ଗେଟ୍‌ଅପ୍‌ରେ ଦେଖି ଫ୍ୟାନ୍‌ମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ଏହି ଫଟୋରେ ତାଙ୍କ ଆଖିରେ ବି କପିଲଙ୍କ ଭଳି ହିଁ ଜୋସ୍‌ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ସେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଲ […]

ranbir-1..

Niharika Rout
  • Published: Saturday, 06 July 2019
  • , Updated: 06 July 2019, 11:34 AM IST

ମୁମ୍ବାଇ: ବଲିଉଡ୍‌ର ଆଗଧାଡ଼ିର ନାୟକ ରଣବୀର ସିଂହଙ୍କର ଆଜି ହେଉଛି ୩୪ତମ ଜନ୍ମ ଦିନ। ଏହି ଅବସରରେ ସେ ସୋଶାଲ୍‌ ମିଡିଆରେ ତାଙ୍କର ଅପ୍‌କମିଂ ଫିଲ୍ମ ‘83’ରେ ନିଜର ଫାଷ୍ଟ୍‌ ଲୁକ୍‌ ଶେଆର କରିଛନ୍ତି। ଏହି ଫଟୋରେ ତାଙ୍କୁ କପିଲ ଦେବଙ୍କ ଗେଟ୍‌ଅପ୍‌ରେ ଦେଖି ଫ୍ୟାନ୍‌ମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ଏହି ଫଟୋରେ ତାଙ୍କ ଆଖିରେ ବି କପିଲଙ୍କ ଭଳି ହିଁ ଜୋସ୍‌ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ସେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

ଏଠାରେ କହି ରଖୁଛୁ ଯେ, ଫିଲ୍ମ ‘83’ ୧୯୮୩ ମସିହାରେ ହୋଇଥିବା କ୍ରିକେଟ ବିଶ୍ୱକପ୍‌ ଉପରେ ଆଧାରିତ। ଏହି ବିଶ୍ୱକପ୍‌ ଭାରତ ଜିତିଥିଲା। ଆଉ ସେତେବେଳେ ଭାରତୀୟ ଦଳର ଅଧିନାୟକ ଥିଲେ କପିଲ ଦେବ୍। ତାଙ୍କ ନେତୃତ୍ୱରେ ଦଳ କେମିତି ବିଶ୍ୱକପ୍ ଜିତିଲା ତାକୁ ନେଇ ଫିଲ୍ମଟିର କାହାଣୀ ଗତିଶୀଳ ହୋଇଛି। ଏହି ଫିଲ୍ମରେ ନିଜ ଚରିତ୍ରକୁ ଜୀବନ୍ତ କରିବା ଲାଗି ଫୁଲ୍‌ ଦମ୍‌ରେ ଲାଗି ପଡ଼ିଛନ୍ତି ରଣବୀର।

ଏଥିଲାଗି ସେ କ୍ରିକେଟ୍‌ ଖେଳୁଛନ୍ତି। ଏପରିକି କପିଲଙ୍କୁ ଭଲ ଭାବେ ବୁଝିବା ପାଇଁ ତାଙ୍କ ଘରେ ୧୦ ଦିନ ରହିଛନ୍ତି। କପିଲଙ୍କ ସହିତ ରହି ସେ ତାଙ୍କ ଚାଲିଚଳଣ, ଗେଟ୍‌ଅପ୍‌ ଓ ପର୍ସନାଲ୍‌ ଲାଇଫ୍‌ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି।

 

ଏହି ଫିଲ୍ମ ପାଇଁ ଧର୍ମଶାଳାରେ ଏକ ୱର୍କଶପ୍‌ କରାଯାଇଥିଲା। ଏଥିରେ ରଣବୀରଙ୍କ ସହିତ ଫିଲ୍ମର ଅନ୍ୟ କଳାକାରମାନେ କପିଲ ଦେବ ଓ ମହିନ୍ଦର ଅମରନାଥଙ୍କଠାରୁ ଟ୍ରେନିଂ ନେଇଥିଲେ। ଏହି ଫିଲ୍ମରେ ରଣବୀରଙ୍କ ପତ୍ନୀ ଦୀପିକା ପାଦୁକୋନଙ୍କୁ ମଧ୍ୟ ଫ୍ୟାନ୍‌ମାନେ ଦେଖିବାକୁ ପାଇବେ। ବିବାହ ପରେ ଉଭୟ ପ୍ରଥମ ଥର ଲାଗି ଏକାଠି ଏହି ଫିଲ୍ମରେ କାମ କରୁଛନ୍ତି।  ଏଥିରେ ଦୀପିକା କପିଲ ଦେବଙ୍କ ପତ୍ନୀ ରୋମି ଦେବୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

କବୀର ଖାନ ଓ ଦୀପିକା ପାଦୁକୋନ ଏହି ଫିଲ୍ମର ପ୍ରଡକସନ୍‌ ଭାର ସମ୍ଭାଳିଛନ୍ତି। ଏହା ଆସନ୍ତା ବର୍ଷ ରିଲିଜ ହେବ।

https://www.instagram.com/p/Bzjqn_fB8cS/?utm_source=ig_web_copy_link

 

Related story