ରଣବୀରଙ୍କ ପରିବାର ତରଫରୁ ଦୀପିକାଙ୍କୁ ମିଳିଲା ସାନ୍‌ଦାର ଗିଫ୍ଟ

ମୁମ୍ବାଇ: ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଅଫେୟାର କଥା ଅଳ୍ପେ ବହୁତ ସମସ୍ତେ ଜାଣନ୍ତି। ନିକଟରେ ଦୁହେଁ ମାଲ୍‌ଦୀପରେ ନୂଆ ବର୍ଷ ଛୁଟି କାଟିଥିବା ଖବର ମିଳିଥିଲା। ଦୁହିଁଙ୍କ ପରିବାର ଲୋକ ମଧ୍ୟ ତାଙ୍କ ସହ ସେଠାରେ ଉପସ୍ଥିତ ଥିଲେ। ଖବର ଆସୁଥିଲା କି ସେଠାରେ ରଣବୀର ଓ ଦୀପିକା ନିର୍ବନ୍ଧ କରିବେ। କିନ୍ତୁ ,ସେମିତି କିଛି ହୋଇ ନ ଥିଲା। କିନ୍ତୁ ରଣବୀରଙ୍କ ପରିବାର ତରଫରୁ  ଦୀପିକାଙ୍କୁ ଏକ ସ୍ୱତନ୍ତ୍ର ଉପହାର ମିଳିଥିଲା। ସେଇଟା […]

d1_1028_1515342189_618x347

Rakesh Mallick
  • Published: Saturday, 27 January 2018
  • , Updated: 27 January 2018, 09:27 PM IST

ମୁମ୍ବାଇ: ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଅଫେୟାର କଥା ଅଳ୍ପେ ବହୁତ ସମସ୍ତେ ଜାଣନ୍ତି। ନିକଟରେ ଦୁହେଁ ମାଲ୍‌ଦୀପରେ ନୂଆ ବର୍ଷ ଛୁଟି କାଟିଥିବା ଖବର ମିଳିଥିଲା। ଦୁହିଁଙ୍କ ପରିବାର ଲୋକ ମଧ୍ୟ ତାଙ୍କ ସହ ସେଠାରେ ଉପସ୍ଥିତ ଥିଲେ। ଖବର ଆସୁଥିଲା କି ସେଠାରେ ରଣବୀର ଓ ଦୀପିକା ନିର୍ବନ୍ଧ କରିବେ। କିନ୍ତୁ ,ସେମିତି କିଛି ହୋଇ ନ ଥିଲା। କିନ୍ତୁ ରଣବୀରଙ୍କ ପରିବାର ତରଫରୁ  ଦୀପିକାଙ୍କୁ ଏକ ସ୍ୱତନ୍ତ୍ର ଉପହାର ମିଳିଥିଲା। ସେଇଟା କ'ଣ ଜାଣନ୍ତି? ରଣଭୀରଙ୍କ ପରିବାର ତରଫରୁ ଦୀପିକାଙ୍କୁ ଏକ ହୀରାର ଜୁଏଲାରୀ ସେଟ୍‌ ଏବଂ ସବ୍ୟସଚ୍ଚୀ ମୁଖାର୍ଜୀଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଏକ ଶାଢୀ ମିଳିଛି। ଗିଫ୍ଟ ପାଇବା ପରେ ଦୀପିକା ବେଶ୍ ଖୁସି ହୋଇଯାଇଥିଲେ।

Related story