‘ରାବତା’ ହିଟ୍ ହେଲାନି, କିନ୍ତୁ ଏ ଯୁବତୀ ହୋଇଗଲେ ହିଟ୍

ଫିଲ୍ମ ଚାଲିଲାନି, ହେଲେ ଫିଲ୍ମର ଗୀତ ମଚାଉଛି ଧମାଲ। ସୁଶାନ୍ତ ସିଂହ ରାଜପୁତ ଓ କୃତି ସେନନଙ୍କ ଅଭିନୀତଙ୍କ ‘ରାବତା’ ବକ୍ସ ଅଫିସରେ କିଛି କମାଲ କରିପାରିଲା ନାହିଁ। କିନ୍ତୁ ଏହାର ଗୀତ ‘ମେ ତେରା ବୟଫ୍ରେଣ୍ଡ… ତୁ ମେରି ଗର୍ଲ ଫ୍ରେଣ୍ଡ’ ବେଶ ଲୋକପ୍ରିୟ ହୋଇଛି। ଏହି ଗୀତରେ ନାଚ କରି ଏବେ ଜଣେ ଝିଅ ବେଶ୍ ପପୁଲାର ହୋଇଯାଇଛନ୍ତି। ସେ ଫିଲ୍ମରେ ଡ୍ୟାନ୍ସ କରି ନାହାନ୍ତି। ନିଜ ଘର ଛାତରେ ନାଚିଛନ୍ତି। ତାଙ୍କ ନାଚକୁ ମୋବାଇଲ୍‌ରେ ସୁଟ୍ କରାଯାଇ ୟୁଟ୍ୟୁବରେ ଅପଲୋଡ୍ କରାଯାଇଛି। ମେ’ ୨୩ରେ ଏହି ଭିଡିଓ ଅପ୍‌ଲୋଡ୍ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଲୋକେ ଏହାକୁ ୧,୮୭୧,୬୫୯ ଥର ଦେଖି ସାରିଲେଣି। ସେ ଏତେ ଭଲ ନାଚିଛନ୍ତି ଯେ ଲୋକେ ବାରମ୍ବାର ଏହି ଭିଡିଓଟିକୁ ଦେଖୁଛନ୍ତି।