ରିଲିଜ ହେଲା ‘ଓକେ ଜାନୁ’ର ଟାଇଟଲ ଟ୍ରାକ୍‌

ମୁମ୍ବାଇ: ରିଲିଜ ହେଲା ଶାଦ୍‌ ଅଲ୍ଲିଙ୍କ ନିର୍ଦ୍ଦେଶିତ ‘ଓକେ ଜାନୁ’ର ଟାଇଟଲ ଟ୍ରାକ୍‌। ଫିଲ୍ମଟିକୁ କରନ୍‌ ଜୋହର ଏବଂ ମଣି ରତନମ୍‌ ମିଳିତ ଭାବେ ପ୍ରଯୋଜନା କରିଛନ୍ତି। ଧରମା ପ୍ରଡକ୍ସନ ନିଜର ଟ୍ୱିଟର ଆକାଉଣ୍ଟରେ ଏହି ଗୀତର ଲିଙ୍କ ପୋଷ୍ଟ କରିଛି। ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ଗୀତଟି ଖୁବ୍‌ ହିଟ୍‌ ହେବ ବୋଲି ଆଶା କରାଯାଉଛି। ଗୀତଟିକୁ ଗୁଲଜାର ଲେଖିଥିବା ବେଳେ ଏ.ଆର୍‌. ରହମନ୍‌ ଏବଂ  ଶ୍ରୀନିଧି ଭେଙ୍କଟେସ୍‌ କଣ୍ଠ ଦାନ କରିଛନ୍ତି। ଫିଲ୍ମଟି ଆସନ୍ତା ଜାନୁଆରୀ […]

ok-jaanu

Rakesh Mallick
  • Published: Tuesday, 20 December 2016
  • , Updated: 20 December 2016, 06:31 PM IST

ମୁମ୍ବାଇ: ରିଲିଜ ହେଲା ଶାଦ୍‌ ଅଲ୍ଲିଙ୍କ ନିର୍ଦ୍ଦେଶିତ ‘ଓକେ ଜାନୁ’ର ଟାଇଟଲ ଟ୍ରାକ୍‌। ଫିଲ୍ମଟିକୁ କରନ୍‌ ଜୋହର ଏବଂ ମଣି ରତନମ୍‌ ମିଳିତ ଭାବେ ପ୍ରଯୋଜନା କରିଛନ୍ତି।

ଧରମା ପ୍ରଡକ୍ସନ ନିଜର ଟ୍ୱିଟର ଆକାଉଣ୍ଟରେ ଏହି ଗୀତର ଲିଙ୍କ ପୋଷ୍ଟ କରିଛି। ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ଗୀତଟି ଖୁବ୍‌ ହିଟ୍‌ ହେବ ବୋଲି ଆଶା କରାଯାଉଛି। ଗୀତଟିକୁ ଗୁଲଜାର ଲେଖିଥିବା ବେଳେ ଏ.ଆର୍‌. ରହମନ୍‌ ଏବଂ  ଶ୍ରୀନିଧି ଭେଙ୍କଟେସ୍‌ କଣ୍ଠ ଦାନ କରିଛନ୍ତି। ଫିଲ୍ମଟି ଆସନ୍ତା ଜାନୁଆରୀ ୧୩ ତାରିଖରେ ରିଲିଜ ହେବ।

Related story