କୌଣସି ଆୱାର୍ଡ ଶୋ’କୁ ଯାଇ ନଥାନ୍ତି ଅମୀର: କାହିଁକି ଜାଣନ୍ତି ?

ମୁମ୍ବାଇ: ମିଷ୍ଟର ପରଫେକ୍ଟ ଅମୀର ଖାନ୍‌ଙ୍କ ଅଭିନୟର ଯାଦୁ ସମସ୍ତେ ଦେଖିଛନ୍ତି। ସବୁ ବେଳେ କିଛି ନା କିଛି କଥାକୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି। ଆପଣ ଯେତେ ଆୱାର୍ଡ ଶୋ’ ଦେଖୁଛନ୍ତି ସେଥିରେ କେବେ ଅମୀରଙ୍କୁ ଦେଖିଛନ୍ତି କି ? ଆଜ୍ଞା ହଁ କେବେ କି ଦେଖି ନ ଥିବେ। କାରଣ ଅମୀର କୌଣସି ଆୱାର୍ଡ ଶୋ’ରେ ଯୋଗ ଦେଇନଥାନ୍ତି। ଏବେ ଭାବୁଥିବେ ଏତେବଡ଼ ଟାର ଆୱାର୍ଡ ଶୋ’କୁ କାହିଁକି ଆସନ୍ତି ନାହିଁ। ଏହାର ମଧ୍ୟ […]

aamir

Rakesh Mallick
  • Published: Tuesday, 25 July 2017
  • , Updated: 25 July 2017, 01:28 PM IST

ମୁମ୍ବାଇ: ମିଷ୍ଟର ପରଫେକ୍ଟ ଅମୀର ଖାନ୍‌ଙ୍କ ଅଭିନୟର ଯାଦୁ ସମସ୍ତେ ଦେଖିଛନ୍ତି। ସବୁ ବେଳେ କିଛି ନା କିଛି କଥାକୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି। ଆପଣ ଯେତେ ଆୱାର୍ଡ ଶୋ’ ଦେଖୁଛନ୍ତି ସେଥିରେ କେବେ ଅମୀରଙ୍କୁ ଦେଖିଛନ୍ତି କି ? ଆଜ୍ଞା ହଁ କେବେ କି ଦେଖି ନ ଥିବେ। କାରଣ ଅମୀର କୌଣସି ଆୱାର୍ଡ ଶୋ’ରେ ଯୋଗ ଦେଇନଥାନ୍ତି। ଏବେ ଭାବୁଥିବେ ଏତେବଡ଼ ଟାର ଆୱାର୍ଡ ଶୋ’କୁ କାହିଁକି ଆସନ୍ତି ନାହିଁ। ଏହାର ମଧ୍ୟ କାରଣ ରହିଛି। ଅମୀର ଶୋ’କୁ ନ ଆସିବା ପାଇଁ ଶାହାରୁଖ ଖାନ୍‌ ଦାୟୀ ବୋଲି ଅଭିଯୋଗ କରାଯାଇଥାଏ।

ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ହେଲେ ଶାହାରୁଖ କିଛି କରିନାହାନ୍ତି କି ଅମୀରଙ୍କୁ କିଛି କହି ନାହାନ୍ତି। ଏପରି କିଛି ଘଟଣା ଅତୀତରେ ଘଟିଛି ଯେଉଁଥି ପାଇଁ ଅମୀର ଉଦାସ ଅଛନ୍ତି ଓ କୌଣସି ଆୱାର୍ଡ ଶୋ’କୁ ଯାଇ ନଥାନ୍ତି।

କଥାଟି ଥିଲା ଏମିତି। ୧୯୯୬ରେ ଅମୀର ତାଙ୍କ ଫିଲ୍ମ ପାଇଁ ଆଇ.ଆଇ.ଏଫ.ଏ. ଆୱାର୍ଡ ପାଇବେ ବୋଲି ଆଶା ରଖିଥିଲେ। ହେଲେ ସେ ବର୍ଷ ଶାହାରୁଖଙ୍କୁ ‘ଦିଲୱାଲେ ଦୁଲହନିଆ ଲେ ଯାଏଁଗେ’ ପାଇଁ ଶ୍ରେଷ୍ଟ ଅଭିନେତା ଆୱାର୍ଡ ମିଳିଥିଲା। ଏଥିରେ ଅମୀର ବହୁତ ଭାଙ୍ଗି ପଡିଥିଲେ। ତାଙ୍କର ଧାରଣା ହୋଇଥିଲା ଏହି ଆୱାର୍ଡ ଶୋ’ରେ କୌଣସି ସ୍ୱଚ୍ଛତା ନାହିଁ।

ଏକ ସାକ୍ଷାତକାରରେ ଅମୀର କହିଥିଲେ- “କେବଳ ଜାତୀୟ ଫିଲ୍ମ ପୁରଷ୍କାର ବାସ୍ତବ। ଏହାବାଦ ଅନ୍ୟ କୌଣସି ପୁରଷ୍କାର ଶୋ’କୁ ମୁଁ ସମୟ ଦେବାକୁ ଚାହୁଁନାହିଁ। କାରଣ ଏହି ସବୁ ଶୋ’ରେ ବାସ୍ତବତା ତିବା ମୁଁ ମନେ କରୁନାହିଁ। ଏହି ଶୋ’ ପରେ ମୋର ବିଶ୍ୱାସ ନାହିଁ, ତେଣୁ ମୁଁ ଏଥିରେ ଯୋଗ ଦେଇ ନଥାଏ।

Related story