ମୁମ୍ବାଇ: କେହି ଭାବି ନ ଥିଲେ ଏକ ମେଗା ବ୍ଲକବଷ୍ଟର ଫିଲ୍ମ ସାଉଥ୍ ଇଣ୍ଡିଆନ୍ ଫିଲ୍ମ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀକୁ ବଦଳାଇ ଦେବ। ‘ବାହୁବଲୀ’ ଏହା କରି ଦେଖାଇଛି। ଆଉ ଏହାର ଶ୍ରେୟ ଯାଉଛି ନିର୍ଦ୍ଦେଶକ ଏସ୍ .ଏସ୍ ରାଜାମୌଲିଙ୍କୁ।
ଏବେ ଅପେକ୍ଷା ୨୦୧୫ର ସୁପରହିଟ୍ ଫିଲ୍ମ ‘ବାହୁବଳୀ’ର ସ୍ୱିକେଲ୍କୁ। ‘ବାହୁବଲୀ ୨’କୁ ଦେଖିବାକୁ ସିନେ ପ୍ରେମୀ କେତେ ଉତ୍ସୁକତାର ସହିତ ଅନେଇ ବସିଛନ୍ତି, ତାହା ଟ୍ରେଲର ରିଲିଜ୍ରୁ ଜଣାପଡ଼ିଯାଉଛି। ଏପ୍ରିଲ ୨୮ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମର ଟ୍ରେଲର ୟୁଟ୍ୟୁବ୍ରେ ନୂଆ ରେକର୍ଡ କରିଛି। ଏଥିରେ ଟ୍ରେଲରକୁ ୧୦ କୋଟିରୁ ଅଧିକ ଲୋକ ଦେଖିଛନ୍ତି। ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି। ରିଲିଜ୍ ହେବା ପରେ ଏହା ‘ବାହୁବଲୀ’ର ବି ରେକର୍ଡ କାଟି ଦେବ ବୋଲି ଆଶା କରାଯାଉଛି। ‘ବାହୁବଲୀ-୨’ ସାରା ଦେଶରେ ୬୫୦୦ ସ୍କ୍ରିନ୍ରେ ରିଲିଜ୍ କରାଯିବ।